ଜୁଲାଇ ପ୍ରଥମ ସପ୍ତାହରେ ୭,୯୬୨ କୋଟି ନିବେଶ କରିଛି FPI, ଏବେ ବଜେଟ୍ ଉପରେ ନିବେଶକଙ୍କ ନଜର

ନୂଆଦିଲ୍ଲୀ: ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ୍ (ଏନଏସଡିଏଲ)ର ଡାଟା ଅନୁସାରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ ବଜାରରେ ୭,୯୬୨ କୋଟି ଟଙ୍କା ନିବେଶ କରିଛନ୍ତି । ଡାଟାରୁ ଜଣାପଡ଼ିଛି ଯେ ଭାରତୀୟ ବଜାରରେ ଏଫପିଆଇର ମୋଟ ନିବେଶ ମଧ୍ୟ ଚଳିତ ବର୍ଷ ଏକ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଏନଏସଡିଲ୍ ଅନୁସାରେ ଏହି ଡାଟା ୧,୦୩,୯୩୪ କୋଟି ଟଙ୍କା ରହିଛି । ବଜାରର ଆଗାମୀ ସ୍ଥିତି ପାଇଁ ନିବେଶକଙ୍କ ନଜର ଜୁଲାଇ ୨୩ରେ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ରହିବ । ସଂସଦର ବଜେଟ୍ ଅଧିବେଶନ ୨୦୨୪ ଜୁଲାଇ ୨୨ରୁ ଅଗଷ୍ଟ ୧୨ ଯାଏଁ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ଲଗାତାର ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ।ଦୁନିଆର ଅନ୍ୟ ବଢୁଥିବା ବଜାରରେ ମଧ୍ୟ ଚଳିତ ମାସ ଏଫପିଆଇର ଭଲ ପ୍ରଭାବ ରହିଛି । ଇଣ୍ଡୋନେସିଆକୁ ୧୨୭ ମିଲିୟନ ଡଲାରର ଏଫପିଆଇ ନିବେଶ ମିଳିଛି, ମାଲେସିଆକୁ ୮୧ ମିଲିୟନ ଡଲାର, ଫିଲିପିନ୍ସକୁ କେବଳ ୫ ମିଲିୟନ ଡଲାର ଆସିଛି । ଅନ୍ୟପଟେ ଦକ୍ଷିଣ କୋରିଆକୁ ଜୁଲାଇର ପ୍ରଥମ ସପ୍ତାହରେ ୯୨୭ ମିଲିୟନ ଡଲାରର ରେକର୍ଡ ନିବେଶ ମିଳିଛି ।ବଜାର ଆଗାମୀ ସାଧାରଣ ବଜେଟରେ ଅର୍ଥବ୍ୟବସ୍ଥା, ବିଶେଷ କରି ବିନିର୍ମାଣ କ୍ଷେତ୍ର ପାଇଁ ମଜଭୁତ ସରକାରୀ ସମର୍ଥନ ପ୍ରତି ଆଶାବାଦୀ ରହିଛି । ଆଇଟି ସେୟାରରେ ମଧ୍ୟ FY୨୫ର ପ୍ରଥମ ତ୍ରୈମାସର ଡାଟା ମଧ୍ୟ ମଜଭୁତ ନଜ

ଜୁଲାଇ ପ୍ରଥମ ସପ୍ତାହରେ ୭,୯୬୨ କୋଟି ନିବେଶ କରିଛି FPI, ଏବେ ବଜେଟ୍ ଉପରେ ନିବେଶକଙ୍କ ନଜର

ନୂଆଦିଲ୍ଲୀ: ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ୍ (ଏନଏସଡିଏଲ)ର ଡାଟା ଅନୁସାରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ ବଜାରରେ ୭,୯୬୨ କୋଟି ଟଙ୍କା ନିବେଶ କରିଛନ୍ତି । ଡାଟାରୁ ଜଣାପଡ଼ିଛି ଯେ ଭାରତୀୟ ବଜାରରେ ଏଫପିଆଇର ମୋଟ ନିବେଶ ମଧ୍ୟ ଚଳିତ ବର୍ଷ ଏକ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଏନଏସଡିଲ୍ ଅନୁସାରେ ଏହି ଡାଟା ୧,୦୩,୯୩୪ କୋଟି ଟଙ୍କା ରହିଛି । ବଜାରର ଆଗାମୀ ସ୍ଥିତି ପାଇଁ ନିବେଶକଙ୍କ ନଜର ଜୁଲାଇ ୨୩ରେ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ରହିବ । ସଂସଦର ବଜେଟ୍ ଅଧିବେଶନ ୨୦୨୪ ଜୁଲାଇ ୨୨ରୁ ଅଗଷ୍ଟ ୧୨ ଯାଏଁ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ଲଗାତାର ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ।

ଦୁନିଆର ଅନ୍ୟ ବଢୁଥିବା ବଜାରରେ ମଧ୍ୟ ଚଳିତ ମାସ ଏଫପିଆଇର ଭଲ ପ୍ରଭାବ ରହିଛି । ଇଣ୍ଡୋନେସିଆକୁ ୧୨୭ ମିଲିୟନ ଡଲାରର ଏଫପିଆଇ ନିବେଶ ମିଳିଛି, ମାଲେସିଆକୁ ୮୧ ମିଲିୟନ ଡଲାର, ଫିଲିପିନ୍ସକୁ କେବଳ ୫ ମିଲିୟନ ଡଲାର ଆସିଛି । ଅନ୍ୟପଟେ ଦକ୍ଷିଣ କୋରିଆକୁ ଜୁଲାଇର ପ୍ରଥମ ସପ୍ତାହରେ ୯୨୭ ମିଲିୟନ ଡଲାରର ରେକର୍ଡ ନିବେଶ ମିଳିଛି ।

ବଜାର ଆଗାମୀ ସାଧାରଣ ବଜେଟରେ ଅର୍ଥବ୍ୟବସ୍ଥା, ବିଶେଷ କରି ବିନିର୍ମାଣ କ୍ଷେତ୍ର ପାଇଁ ମଜଭୁତ ସରକାରୀ ସମର୍ଥନ ପ୍ରତି ଆଶାବାଦୀ ରହିଛି । ଆଇଟି ସେୟାରରେ ମଧ୍ୟ FY୨୫ର ପ୍ରଥମ ତ୍ରୈମାସର ଡାଟା ମଧ୍ୟ ମଜଭୁତ ନଜର ଆସୁଛି । ନିର୍ବାଚନ ଫଳାଫଳ ଘୋଷଣା ହେବା ପର ମାସ ଆରମ୍ଭରେ ବିକ୍ରି ସତ୍ତ୍ୱେ ଜୁନରେ ଏଫପିଆଇ ଭାରତୀୟ ଇକ୍ୱିଟିରେ ୨୬,୫୬୫ କୋଟି ଟଙ୍କାର ମୋଟ ନିବେଶ କରିଛି । ତେବେ ବଜାରର ଆଗକୁ କିପରି ରହିବ ତାହା ବଜେଟର ସରକାରଙ୍କ ଘୋଷଣା ଉପରେ ନିର୍ଭର କରିବ ।