ସୋମବାରଠୁ ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା; ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
ଭୁବନେଶ୍ୱର,୧୫/୦୭: ସୋମବାରଠୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରାଯିବ । ଦଶମ ଶ୍ରେଣୀର ପରୀକ୍ଷା ୧୫, ୧୬, ୧୮, ୧୯, ୨୦ ଓ ୨୨ ତାରିଖରେ ରହିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । କମ୍ପ୍ୟୁଟର ସାଇନ୍ସ ଓ ଇନ୍ଫର୍ମମେସନ୍ ଟେକ୍ନୋଲୋଜି ପେପର ପରୀକ୍ଷା ସାଢ଼େ ୧୦ଟାରୁ ସାଢ଼େ ୧୨ ଯାଏ ହେବ । ଆଜି କେବଳ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଯେଉଁ ପରୀକ୍ଷାର୍ଥୀ ବୋର୍ଡ ପରୀକ୍ଷାରେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍ ହୋଇଥିବେ ନିଜର ମାର୍କ ବଢ଼ାଇବା ପାଇଁ ଚାହୁଁଥିବେ, ସେମାନେ ଏହି ପରୀକ୍ଷା ଦେବେ । ସିଲାବସ୍ ଅନୁଯାୟୀ ପରୀକ୍ଷା ହେବ । ଏନେଇ ସିବିଏସ୍ଇ ୱେବ୍ସାଇଟ୍ www. cbseacademic.nic.in ରେ ଉପଲବ୍ଧ ରହିଛି । ପରୀକ୍ଷା ହଲକୁ ପିଲାମାନେ କୌଣସି ଯୋଗାଯୋଗ ଯନ୍ତ୍ର ନେଇପାରିବେ ନାହିଁ । ପରୀକ୍ଷାକେନ୍ଦ୍ରରେ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯିବ । ପ୍ରଶ୍ନପତ୍ର ପଢ଼ିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ ।
ଭୁବନେଶ୍ୱର,୧୫/୦୭: ସୋମବାରଠୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରାଯିବ । ଦଶମ ଶ୍ରେଣୀର ପରୀକ୍ଷା ୧୫, ୧୬, ୧୮, ୧୯, ୨୦ ଓ ୨୨ ତାରିଖରେ ରହିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । କମ୍ପ୍ୟୁଟର ସାଇନ୍ସ ଓ ଇନ୍ଫର୍ମମେସନ୍ ଟେକ୍ନୋଲୋଜି ପେପର ପରୀକ୍ଷା ସାଢ଼େ ୧୦ଟାରୁ ସାଢ଼େ ୧୨ ଯାଏ ହେବ । ଆଜି କେବଳ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ।
ଯେଉଁ ପରୀକ୍ଷାର୍ଥୀ ବୋର୍ଡ ପରୀକ୍ଷାରେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍ ହୋଇଥିବେ ନିଜର ମାର୍କ ବଢ଼ାଇବା ପାଇଁ ଚାହୁଁଥିବେ, ସେମାନେ ଏହି ପରୀକ୍ଷା ଦେବେ । ସିଲାବସ୍ ଅନୁଯାୟୀ ପରୀକ୍ଷା ହେବ । ଏନେଇ ସିବିଏସ୍ଇ ୱେବ୍ସାଇଟ୍ www. cbseacademic.nic.in ରେ ଉପଲବ୍ଧ ରହିଛି । ପରୀକ୍ଷା ହଲକୁ ପିଲାମାନେ କୌଣସି ଯୋଗାଯୋଗ ଯନ୍ତ୍ର ନେଇପାରିବେ ନାହିଁ । ପରୀକ୍ଷାକେନ୍ଦ୍ରରେ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯିବ । ପ୍ରଶ୍ନପତ୍ର ପଢ଼ିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ ।