ଜାଲିକଟ୍ଟୁ ଖେଳରେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ
ନୂଆଦିଲ୍ଲୀ: ତାମିଲନାଡୁର ମଦୁରେ ଜିଲ୍ଲାରେ ଜାନୁଆରୀ ୧୫ ତାରିଖରେ ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଜାଲିକଟ୍ଟୁ ଆୟାଜିତ ହୋଇଛି। ଏହି ଜାଲିକଟ୍ଟୁ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ ବଡ଼ ଜାଲିକଟ୍ଟୁ ଅବନିୟାପୁରମରେ ଆରମ୍ଭ ହୋଇଯାଇଛି। ଆୟୋଜନ ପାଇଁ ୧୦୦ଟି ଷଣ୍ଢ ଓ ୬୦୦ଜଣଙ୍କୁ କାବୁ କରିବା ପାଇଁ […]

ନୂଆଦିଲ୍ଲୀ: ତାମିଲନାଡୁର ମଦୁରେ ଜିଲ୍ଲାରେ ଜାନୁଆରୀ ୧୫ ତାରିଖରେ ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଜାଲିକଟ୍ଟୁ ଆୟାଜିତ ହୋଇଛି। ଏହି ଜାଲିକଟ୍ଟୁ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ ବଡ଼ ଜାଲିକଟ୍ଟୁ ଅବନିୟାପୁରମରେ ଆରମ୍ଭ ହୋଇଯାଇଛି। ଆୟୋଜନ ପାଇଁ ୧୦୦ଟି ଷଣ୍ଢ ଓ ୬୦୦ଜଣଙ୍କୁ କାବୁ କରିବା ପାଇଁ ପଞ୍ଜିକରଣ କରାଯାଇଥିଲା। ଜିଲ୍ଲାପାଳ ସଙ୍ଗୀତାଙ୍କ ଉପସ୍ଥିତିରେ ଶପଥଗ୍ରହଣ ପରେ ସକାଳୁ ୮ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟାରେ ଶେଷ ହୋଇଛି। ଏହା ଆସନ୍ତା ତିନି ଦିନ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ୮ ରାଉଣ୍ଡରେ ଜାଲିକଟ୍ଟୁ ଆୟୋଜନ କରାଯାଇଥାଏ। ଯେଉଁଥିରେ ୫୦ରୁ ୭୫ଷଣ୍ଢଙ୍କୁ ସାମିଲ କରାଯାଇଥାଏ। ଏଥିରେ ଯେଉଁବ୍ୟକ୍ତି ଅଧିକ ମାତ୍ରାରେ ଷଣ୍ଢଙ୍କୁ ଆୟତ୍ତ କରିବେ ତାଙ୍କୁ ପରବର୍ତ୍ତୀ ପର୍ୟ୍ୟାୟକୁ ପଠାଯିବ।