ସେୟାର ବଜାରରୁ ହଟିବ ICICI ସିକ୍ୟୁରିଟିଜ, ମିଳିଲା ଏନସିଏଲଟିଙ୍କ ମଞ୍ଜୁରୀ
ମୁମ୍ବାଇ : ଆଇସିଆଇସିଆଇ ସିକ୍ୟୁରିଟିଜ୍ ଏବେ ସେୟାର ବଜାରରୁ ହଟିଯିବ। ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଙ୍କ ମୁମ୍ବାଇ ପୀଠ ୨୧ ଅଗଷ୍ଟ ବୁଧବାର ତାଙ୍କ ମୌଖିକ ଆଦେଶରେ ସେୟାର ବଜାରରୁ ଆଇସିଆଇସିଆଇ ସିକ୍ୟୁରିଟିଜଙ୍କ ହଟିବା ବ୍ୟବସ୍ଥାକୁ ମଞ୍ଜୁର କରିଛନ୍ତି। ନୂଆ ବ୍ୟବସ୍ଥାରେ ଆଇସିଆଇସିଆଇ ସିକ୍ୟୁରିଟିଜର ସେୟାର ହୋଲ୍ଡରଙ୍କୁ ସେମାନଙ୍କ ପ୍ରତ୍ୟେକ ୧୦୦ ସେୟାର ବଦଳେ ଆଇସିଆଇସିଆଇ ବ୍ୟାଙ୍କର ୬୭ ସେୟାର ମିଳିବ। ଏନସିଏଲଟି ମିନୋରିଟି ସେୟାର ହୋଲ୍ଡର, କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ ଓ ମନୁଋଷି ଗୁପ୍ତାଙ୍କ ଆପତ୍ତିକୁ ବି ଅଗ୍ରାହ୍ୟ କରିଦେଇଛନ୍ତି। କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ ନିକଟରେ ୦.୦୮ ପ୍ରତିଶତ ଓ ମନୁଋଷି ଗୁପ୍ତାଙ୍କ ପାଖରେ ୦.୦୦୨ ପ୍ରତିଶତ ସେୟାର ରହିଛି। ସେମାନେ ଆଇସିଆଇସିଆଇ ସିକ୍ୟୁରିଟିଜର ସେୟାର ବଜାରରୁ ହଟିଯିବା ଯୋଜନାକୁ ବିରୋଧ କରିଥିଲେ। ତେବେ ଏହି ଯୋଜନାକୁ ଆଇସିଆଇସିଆଇ ସିକ୍ୟୁରିଟିଜଙ୍କ ୯୩.୮ ପ୍ରତିଶତ ସେୟାର ହୋଲ୍ଡରଙ୍କ ମଞ୍ଜୁରୀ ପ୍ରଥମରୁ ଥିଲା। ସେୟାର ବଜାରରୁ ହଟିବା ପରେ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଆଇସିଆଇସିଆଇ ବ୍ୟାଙ୍କର ପୂର୍ଣ୍ଣ ମାଲିକାନାଧୀନ ଅନୁଷଙ୍ଗୀ କମ୍ପାନୀରେ ରୂପାନ୍ତରିତ ହେବ। ଏଥିମଧ୍ୟରେ ଆଇସିଆଇସିଆଇ ସିକ୍ୟୁରିଟିଜର କହିବା କଥା ହେଉଛି ସେ ୬୯.୮୨ଲକ୍ଷ ଟଙ୍କା ପୈଠ କରି ନିୟାମକ ମାନଦଣ୍ଡର କଥିତ ଉଲ୍ଲଂଘନ ସମ୍ବଦ୍ଧିତ ମାମାଲକୁ ସେବିଙ୍କ ସହିତ ସମାଧାନ କରିଦେଇଛନ୍ତି।
ମୁମ୍ବାଇ : ଆଇସିଆଇସିଆଇ ସିକ୍ୟୁରିଟିଜ୍ ଏବେ ସେୟାର ବଜାରରୁ ହଟିଯିବ। ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଙ୍କ ମୁମ୍ବାଇ ପୀଠ ୨୧ ଅଗଷ୍ଟ ବୁଧବାର ତାଙ୍କ ମୌଖିକ ଆଦେଶରେ ସେୟାର ବଜାରରୁ ଆଇସିଆଇସିଆଇ ସିକ୍ୟୁରିଟିଜଙ୍କ ହଟିବା ବ୍ୟବସ୍ଥାକୁ ମଞ୍ଜୁର କରିଛନ୍ତି। ନୂଆ ବ୍ୟବସ୍ଥାରେ ଆଇସିଆଇସିଆଇ ସିକ୍ୟୁରିଟିଜର ସେୟାର ହୋଲ୍ଡରଙ୍କୁ ସେମାନଙ୍କ ପ୍ରତ୍ୟେକ ୧୦୦ ସେୟାର ବଦଳେ ଆଇସିଆଇସିଆଇ ବ୍ୟାଙ୍କର ୬୭ ସେୟାର ମିଳିବ।
ଏନସିଏଲଟି ମିନୋରିଟି ସେୟାର ହୋଲ୍ଡର, କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ ଓ ମନୁଋଷି ଗୁପ୍ତାଙ୍କ ଆପତ୍ତିକୁ ବି ଅଗ୍ରାହ୍ୟ କରିଦେଇଛନ୍ତି। କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ ନିକଟରେ ୦.୦୮ ପ୍ରତିଶତ ଓ ମନୁଋଷି ଗୁପ୍ତାଙ୍କ ପାଖରେ ୦.୦୦୨ ପ୍ରତିଶତ ସେୟାର ରହିଛି। ସେମାନେ ଆଇସିଆଇସିଆଇ ସିକ୍ୟୁରିଟିଜର ସେୟାର ବଜାରରୁ ହଟିଯିବା ଯୋଜନାକୁ ବିରୋଧ କରିଥିଲେ। ତେବେ ଏହି ଯୋଜନାକୁ ଆଇସିଆଇସିଆଇ ସିକ୍ୟୁରିଟିଜଙ୍କ ୯୩.୮ ପ୍ରତିଶତ ସେୟାର ହୋଲ୍ଡରଙ୍କ ମଞ୍ଜୁରୀ ପ୍ରଥମରୁ ଥିଲା।
ସେୟାର ବଜାରରୁ ହଟିବା ପରେ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଆଇସିଆଇସିଆଇ ବ୍ୟାଙ୍କର ପୂର୍ଣ୍ଣ ମାଲିକାନାଧୀନ ଅନୁଷଙ୍ଗୀ କମ୍ପାନୀରେ ରୂପାନ୍ତରିତ ହେବ। ଏଥିମଧ୍ୟରେ ଆଇସିଆଇସିଆଇ ସିକ୍ୟୁରିଟିଜର କହିବା କଥା ହେଉଛି ସେ ୬୯.୮୨ଲକ୍ଷ ଟଙ୍କା ପୈଠ କରି ନିୟାମକ ମାନଦଣ୍ଡର କଥିତ ଉଲ୍ଲଂଘନ ସମ୍ବଦ୍ଧିତ ମାମାଲକୁ ସେବିଙ୍କ ସହିତ ସମାଧାନ କରିଦେଇଛନ୍ତି। ଏ ନେଇ ଆସିଆଇସିଆଇ ସିକ୍ୟୁରିଟିଜ ସେୟାର ବଜାରକୁ ଦେଇଥିବା ସୂଚନାରେ ସେବିଙ୍କ ସହିତ ଏକ ସମାଧାନ ଆବେଦନ ପ୍ରସ୍ତୁତ କରିଛନ୍ତି।
କମ୍ପାନୀ ସୂଚନା ଅନୁସାରେ ଆଇସିଆଇସିଆଇ ସିକ୍ୟୁରିଟିଜ ସେବିଙ୍କ କାରଣ ଦର୍ଶାଅ ନୋଟିସ୍ ପରେ କୌଣସି ଦୀର୍ଘ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେବିଙ୍କ ମାମଲା ସମ୍ପର୍କିତ ସମାଧାନ ବିନିୟମରେ ସମାଧାନ ନିମନ୍ତେ ଆବେଦନ ପ୍ରସ୍ତୁତ କରିଥିଲେ। ପୈଠ ପରେ ସେବିଙ୍କ ଦ୍ୱାରା ଗୃହୀତ ୨୦ ଅଗଷ୍ଟ ୨୦୨୪ ସମାଧାନ ଆଦେଶ ସେହି ଦିନ କମ୍ପାନୀକୁ ମିଳିଯାଇଥିଲା।