ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଛତାବର ସ୍ଥିତ କୃଷି ଗବେଷଣା କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ଅବସରରେ ବନୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନୀକରଣର ଗୁରୁତ୍ୱ ଓ ପରିବେଶ ସନ୍ତୁଳନରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୋଆ ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ବଂଶୀଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଉପାଦେୟ ଚାରାରୋପଣ କରିବା ସହ ‘ମା ପାଇଁ ଗୋଟିଏ ଗଛ’ ଆହ୍ୱାନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଗବେଷଣାରତ ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ଡ. ସତ୍ୟ ନାରାୟଣ ଶତପଥୀ, ଡକ୍ଟର ରାକେଶ ରୋଶନ ଶତପଥୀ, ଅଧ୍ୟାପକ ନଳିନୀ କୁମାର ପଣ୍ଡାଙ୍କ ତତ୍ୱାବଧନରେ ଶହେରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଥି

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଛତାବର ସ୍ଥିତ କୃଷି ଗବେଷଣା କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ଅବସରରେ ବନୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନୀକରଣର ଗୁରୁତ୍ୱ ଓ ପରିବେଶ ସନ୍ତୁଳନରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୋଆ ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ବଂଶୀଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । 

ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଉପାଦେୟ ଚାରାରୋପଣ କରିବା ସହ ‘ମା ପାଇଁ ଗୋଟିଏ ଗଛ’ ଆହ୍ୱାନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଗବେଷଣାରତ ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ଡ. ସତ୍ୟ ନାରାୟଣ ଶତପଥୀ, ଡକ୍ଟର ରାକେଶ ରୋଶନ ଶତପଥୀ, ଅଧ୍ୟାପକ ନଳିନୀ କୁମାର ପଣ୍ଡାଙ୍କ ତତ୍ୱାବଧନରେ ଶହେରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ ।