ସୋନପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, କାର ସହ ଗଞ୍ଜେଇ ଜବତ, ୩ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ସୋନପୁର ଜିଲ୍ଲା ଦେଇ ବରଗଡ଼କୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଗାଡି ସହ ୩୯. ୪୪୦ କେଜି ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ। ଧଉଡାଖମନ୍ ମେଟାକାନୀ ଛକ ନିକଟରେ ଏସଆଇ ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗଞ୍ଜେଇ ଗାଡିକୁ ଜବତ କରିବା ସହ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ବିଶିକେଶନ କାଲସାଏ ଓ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳର […] The post ସୋନପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, କାର ସହ ଗଞ୍ଜେଇ ଜବତ, ୩ ଗିରଫ appeared first on Odisha.News.

ସୋନପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, କାର ସହ ଗଞ୍ଜେଇ ଜବତ, ୩ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ସୋନପୁର ଜିଲ୍ଲା ଦେଇ ବରଗଡ଼କୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଗାଡି ସହ ୩୯. ୪୪୦ କେଜି ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ। ଧଉଡାଖମନ୍ ମେଟାକାନୀ ଛକ ନିକଟରେ ଏସଆଇ ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗଞ୍ଜେଇ ଗାଡିକୁ ଜବତ କରିବା ସହ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ବିଶିକେଶନ କାଲସାଏ ଓ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳର ସୁଶିଳ ଦିଗାଲକୁ ଗିରଫ କରିବା ସହ କେଶ୍ ନମ୍ବର 340/23-10-24 U/s-(b)(ii)c/25/29/NDPS ଧାରା ରେ ଏ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ସେହିପରି ଉଲୁଣ୍ଡା ପୋଲିସ ପକ୍ଷରୁ ଏସଆଇ ବସନ୍ତ ରଥ ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢାଉ କରି ସମ୍ବଲପୁର ପଟକୁ ପାରି ହେଉଥିବା ଗଞ୍ଜେଇକୁ ପଣ୍ଡକିଟାଲ ଛକରୁ ଜବତ କରିବା ସହ ନାଗପୁର ଅଞ୍ଚଳର ଧନରାଜ୍ ହରିଦାସ ୟେରୁକର କୁ ଗିରଫ କରିଥିବା ଜଣାପଡ଼ିଛି। ତା ପାଖରୁ ଏକ ମୋବାଇଲ ସହ ୪.୭୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଉଲୁଣ୍ଡା ଥାନା ପିଏସ କେସ ନଂ 185/24.10.24 U/s-20(b)(ii)NDPS ଆକ୍ଟ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରାଯିବା ସହ ଆଉ କିଏ ଏହି ଆଉ କିଏ ସାମିଲ ଅଛି ପୋଲିସ ପକ୍ଷରୁ ତଦନ୍ତ ଚାଲୁଥିବା ସୂଚନା ଦିଆଯାଇଛି।

The post ସୋନପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, କାର ସହ ଗଞ୍ଜେଇ ଜବତ, ୩ ଗିରଫ appeared first on Odisha.News.