ସୋନପୁର ରୁ ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ରୁ ରଘୁନାଥ ଙ୍କୁ ପ୍ରାର୍ଥୀ କଲା ବିଜେପି
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ପାଇଁ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ସୋନପୁର ପାଇଁ ପ୍ରମୋଦ କୁମାର ମହାପାତ୍ର ଓ ବୀରମହାରାଜପୁର ପାଇଁ ରଘୁନାଥ ଜଗଦଲା ଙ୍କୁ ଚଳିତ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ କରିଛି ବିଜେପି। ଶ୍ରୀ ମହାପାତ୍ର ଜିଲ୍ଲା ବିଜେପି ସଭାପତି ଥିବା ବେଳେ ଚଳିତ ବର୍ଷ ତାଙ୍କ ଉପରେ […] The post ସୋନପୁର ରୁ ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ରୁ ରଘୁନାଥ ଙ୍କୁ ପ୍ରାର୍ଥୀ କଲା ବିଜେପି appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ପାଇଁ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ସୋନପୁର ପାଇଁ ପ୍ରମୋଦ କୁମାର ମହାପାତ୍ର ଓ ବୀରମହାରାଜପୁର ପାଇଁ ରଘୁନାଥ ଜଗଦଲା ଙ୍କୁ ଚଳିତ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ କରିଛି ବିଜେପି। ଶ୍ରୀ ମହାପାତ୍ର ଜିଲ୍ଲା ବିଜେପି ସଭାପତି ଥିବା ବେଳେ ଚଳିତ ବର୍ଷ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ସେ ୨୦୧୪ ରେ ମଧ୍ୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜେଡି ର ନିରଞ୍ଜନ ପୂଜାରୀ ଙ୍କ ଠାରୁ ପରାଜୟ ବରଣ କରିଥିଲେ। ସେହିପରି ଏସସି ବର୍ଗ ଙ୍କ ସଂରକ୍ଷିତ ଥିବା ବୀରମହାରାଜପୁର ଆସନ ପାଇଁ ଇଂ.ରଘୁନାଥ ଜଗଦଲା ଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ। ଶ୍ରୀ ଜଗଦଲା ଜଣେ ଉଚ୍ଚ ଶିକ୍ଷିତ ତଥା ମେଳାପି ସ୍ଵଭାବ ର ହୋଇଥିବା ବେଳେ ଗତ ୨୦୧୯ ରେ ମଧ୍ୟ ଦଳ ବିଧାୟକ ପ୍ରାର୍ଥୀ କରିଥିଲା ବେଳେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ପଦ୍ମନାଭ ବେହେରା ଙ୍କ ଠାରୁ ପରାଜୟ ହୋଇଥିଲେ। ଉଭୟ ପ୍ରାର୍ଥି ବିଜେପି ର ସାଂଗଠାନିକ, ଶୃଙ୍ଖଳିତ ତଥା ନିର୍ବିବାଦୀୟ ବ୍ୟକ୍ତି ରୂପେ ଜିଲ୍ଲାରେ ବେଶ ଜଣାଶୁଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
The post ସୋନପୁର ରୁ ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ରୁ ରଘୁନାଥ ଙ୍କୁ ପ୍ରାର୍ଥୀ କଲା ବିଜେପି appeared first on Odisha.News.