ସୋନପୁର: ହୋର୍ଡିଂ ହଟୁନି
ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଶନିବାର ତାରିଖ ଘୋଷଣା କରିଛନ୍ତି। ଓଡିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ କମିଶନର ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସାରା ଦେଶରେ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କ୍ଷମତାସୀନ ସରକାର ଓ ରାଜନୈତିକ ଦଳ ଆଦର୍ଶ ଆଚରଣ ବିଧି ନିୟମାବଳୀକୁ ଅନୁପାଳନ କରିବା କଥା। ତେବେ ସୁବର୍ଣ୍ଣପୁର ଜିଲାରେ ଆଚରଣବିଧି […] The post ସୋନପୁର: ହୋର୍ଡିଂ ହଟୁନି appeared first on Dharitri Odia News.
ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଶନିବାର ତାରିଖ ଘୋଷଣା କରିଛନ୍ତି। ଓଡିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ କମିଶନର ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସାରା ଦେଶରେ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କ୍ଷମତାସୀନ ସରକାର ଓ ରାଜନୈତିକ ଦଳ ଆଦର୍ଶ ଆଚରଣ ବିଧି ନିୟମାବଳୀକୁ ଅନୁପାଳନ କରିବା କଥା। ତେବେ ସୁବର୍ଣ୍ଣପୁର ଜିଲାରେ ଆଚରଣବିଧି ଲାଗୁ ହେବାର ୨୪ ଘଣ୍ଟା ପରେ ବି ଏହାକୁ ଅନୁପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ପୌରପରିଷଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ବିଦ୍ୟୁତ୍ ବିଭାଗ ଓ ମୃତ୍ତିକା ସଂରକ୍ଷଣ ଭଳି ଜିଲାର କିଛି ବିଭାଗ ସରକାରଙ୍କ ପ୍ରଚାର ହୋଡିଂକୁ ଏ ପର୍ଯ୍ୟନ୍ତ ହଟାଇ ନାହାନ୍ତି। ସୁବର୍ଣ୍ଣପୁର ମୃର୍ତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା କ୍ଷେତ ପୋଖରୀ ଚାଷୀଙ୍କ ପାଇଁ ବହୁ ଉପକାରୀ ଶୀର୍ଷକ ରାଜ୍ୟ ସରକାରଙ୍କ ବାର୍ତ୍ତା ଓ ଯୋଜନା ସମ୍ପର୍କିତ ହୋର୍ଡିଂ ସେମିତି ରହିଛି। ସୋନପୁର ତହସିଲ ଅଫିସ ସମ୍ମୁଖରେ ବିଦ୍ୟୁତ୍ ବିଭାଗର ପ୍ରଚାର ହୋଡିଂ ଲାଗିଥିବା ବେଳେ ତାହାକୁ ଢଙ୍କା ଯାଇନି। ସେହିପରି ଜିଲା ସଦର ମହକୁମା ପଟାଭାଡି ରାସ୍ତାର କଳିଙ୍ଗନଗର ବସ୍ତି ସମ୍ମୁଖରେ ସରକାରଙ୍କ ଜାଗା ମିଶନ ଯୋଜନା ସମ୍ପର୍କିତ ହୋର୍ଡିଂକୁ ହଟାଯାଇନି। ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନାର ପ୍ରଚାର ସମ୍ପର୍କିତ ଏଭଳି ବହୁ ହୋଡିଂ ପୂର୍ବ ଭଳି ରହିଥିବା ଦେଖିବାକୁ ମିଳିଛି। ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିବାରୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
The post ସୋନପୁର: ହୋର୍ଡିଂ ହଟୁନି appeared first on Dharitri Odia News.