ସୋମବାର ‘ଆୟୁଷ୍ମାନ ଭାରତ’ ଏମଓୟୁ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ଵାକ୍ଷରିତ ହେବ। ସୋମବାର ଏହି ଏମଓୟୁ ସ୍ଵାକ୍ଷର କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ଦିନ ଦିଲ୍ଲୀ ଯାଇ ଏମଓୟୁ ସ୍ଵାକ୍ଷର କରିବେ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ବୁଝାମଣାପତ୍ର ସ୍ଵାକ୍ଷରିତ ହେବ।