ସୋମବାର ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଛତ୍ରପୁର,୧୨ା୫(ଦିଲ୍ଲୀପ ସାମଲ): ସାଧାରଣ ନିର୍ବାଚନ ମହାପର୍ବ ଲାଗି ବୁଥ୍‌ ମୁହାଁ ହୋଇଛନ୍ତି କର୍ମଚାରୀ। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖ ସୋମବାର ନିର୍ବାଚନ ଲାଗି ମତଦାନ ଗ୍ରହଣ କରାଯିବ। ଏହି ପ୍ରରିପ୍ରେକ୍ଷୀରେ ଗଞ୍ଜାମ ଜିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର ବିଧାନସଭା ଅନ୍ତର୍ଭୁକ୍ତ। ଏହି ନିର୍ବାଚନ ମହାପର୍ବରେ ଛତ୍ରପୁର ବିଧାନସଭା ମଣ୍ଡଳୀରେ ୨୪୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସୋମବାର ମତଦାନ ପାଇଁ ପ୍ରସ୍ତୁତି ସରିଛି। ଜିଲା ନିର୍ବାଚନ ଅଧିକାରୀ […] The post ସୋମବାର ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ appeared first on Dharitri Odia News.

ସୋମବାର ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଛତ୍ରପୁର,୧୨ା୫(ଦିଲ୍ଲୀପ ସାମଲ): ସାଧାରଣ ନିର୍ବାଚନ ମହାପର୍ବ ଲାଗି ବୁଥ୍‌ ମୁହାଁ ହୋଇଛନ୍ତି କର୍ମଚାରୀ। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖ ସୋମବାର ନିର୍ବାଚନ ଲାଗି ମତଦାନ ଗ୍ରହଣ କରାଯିବ। ଏହି ପ୍ରରିପ୍ରେକ୍ଷୀରେ ଗଞ୍ଜାମ ଜିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର ବିଧାନସଭା ଅନ୍ତର୍ଭୁକ୍ତ। ଏହି ନିର୍ବାଚନ ମହାପର୍ବରେ ଛତ୍ରପୁର ବିଧାନସଭା ମଣ୍ଡଳୀରେ ୨୪୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସୋମବାର ମତଦାନ ପାଇଁ ପ୍ରସ୍ତୁତି ସରିଛି। ଜିଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ତ୍ୱାବଧାନରେ ରବିବାର ସ୍ଥାନୀୟ ଅନ୍‌ସ୍ଲୋ ହାଇସ୍କୁଲ ପରିସରରେ ଥିବା ନିର୍ବାଚନ ପରିଚାଳନା କେନ୍ଦ୍ରଠାରୁ ଇଭିଏମ୍‌, ଭିଭିପାଟ୍‌ ସହ ବୁଥ୍‌ସ୍ତରୀୟ ଭୋଟର ତାଲିକା ଆବଶ୍ୟକୀୟ ଉପକରଣ, ଦସ୍ତାବିଜ୍‌ ଧରି ବୁଥ୍‌ ମୁହାଁ ହୋଇଛନ୍ତି କର୍ମଚାରୀ। ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୩୫ ହଜାର ୮୦୫ ଜଣ ଭୋଟର୍‌ ରହିଥିବା ବେଳେ ୧ ଲକ୍ଷ ୧୯ ହଜାର ୭୪୪ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୬ ହଜାର ୪୯ ଜଣ ମହିଳା ଓ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

The post ସୋମବାର ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ appeared first on Dharitri Odia News.