ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା

ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ ଥିବା ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଜଳଦସ୍ୟୁମାନେ ଜାହାଜକୁ ଛାଡ଼ି ପଳାୟନ କରିଥିବା ନୌସେନା କହିଛି। ସୂଚନା ଥାଉ କି ‘ଏମଭି ଲିଲା ନରଫୋକ’ ନାମକ ଜାହାଜକୁ କିଛି ଜଳଦସ୍ୟୁମାନେ ହାଇଜ୍ୟାକ […] The post ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା appeared first on Dharitri Odia News.

ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା

ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ ଥିବା ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଜଳଦସ୍ୟୁମାନେ ଜାହାଜକୁ ଛାଡ଼ି ପଳାୟନ କରିଥିବା ନୌସେନା କହିଛି।

ସୂଚନା ଥାଉ କି ‘ଏମଭି ଲିଲା ନରଫୋକ’ ନାମକ ଜାହାଜକୁ କିଛି ଜଳଦସ୍ୟୁମାନେ ହାଇଜ୍ୟାକ କରିଦେଇଥିଲେ। ଏହି ଜାହାଜଟି ବ୍ରାଜିଲର ‘ପୋର୍ଟ ଡୁଅ ଏକୋ’ ବନ୍ଦରରୁ
ବାହାରି ବାହାରିନର ‘ଖଲିଫା ବିନ ସଲମାନ’ ପୋର୍ଟକୁ ଯାଉଥିଲା । ହେଲେ ସୋମିଲିଆ ପୂର୍ବାଞ୍ଚଳରୁ ୩୦୦ ନଟିକାଲ ମାଇଲ୍ସରୁ ଏହାକୁ ଜଳଦସ୍ୟୁମାନେ ହାଇଜ୍ୟାକ କରିଥିଲେ ।

The post ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା appeared first on Dharitri Odia News.