ସୋସିଆଲ ମିଡିଆରେ ପ୍ରଶ୍ନ... ‘ଓଡିଶାକୁ କିଏ କରୁଛି ବଦନାମ’
ପ୍ରଶ୍ନ ସହ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଫଟୋ ।
ଓଡିଶାକୁ କିଏ କରୁଛି ବଦନାମ ? ସୋସିଆଲ ମିଡିଆ ପେଜ‘ We love BJD’ରେ ଏଭଳି ଏକ ପୋଷ୍ଟକୁ ନେଇ ଦେଖାଦେଇଛି ବିବାଦ। ଏହି ପୋଷ୍ଟରେ ‘ଓଡିଶାକୁ ବଦନାମ କରିବାକୁ କେଉଁ ନେତା ସବୁଠାରୁ ଅଧିକ ପ୍ରୟାସ କରୁଛନ୍ତି ବୋଲି ପ୍ରଶ୍ନ ପଚରାଯାଇଛି। କୌନ ବନେଗା କରୋଡପତି ଢାଞ୍ଚାରେ ପଚରଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ୪ଟି ଅପ୍ସନ ମଧ୍ୟ ରହିଛି। ତେବେ ପୋଷ୍ଟ’ର ପୃଷ୍ଠଭୂମିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଫଟୋ ସ୍ଥାନିତ ହୋଇଛି । ଏହି ପୋଷ୍ଟକୁ ନେଇ ବିଜେଡି କିମ୍ବା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।
ତେବେ ବିଜେଡିର ଏଭଳି ଏକ ପୋଷ୍ଟକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଆପତ୍ତି ଉଠାଇଛନ୍ତି । ଏହାକୁ ସେ ଘୋର ନିନ୍ଦା କରିଛନ୍ତି । ସେ ଏହି ପୋଷ୍ଟକୁ ନେଇ କହିଛନ୍ତି ଏହା ପାଗଳର ପ୍ରଳାପ । ଏହା ଅତ୍ୟନ୍ତ କୁତ୍ସିତ ରାଜନୀତି । ବିଜେଡି ଡିଜିଟାଲର ଏଭଳି ସାହସ ନାହିଁ ଯେ, ସେ ନିଜ ନେତାଙ୍କ ଫଟୋ ରଖି ଏହି ପ୍ରଶ୍ନ ପଚାରିପାରିବେ । ଏମିତିକି ତାଙ୍କର ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଜେଡି ଓ ବିଜେପି ଭାଇ ଭାଇ । ପୂର୍ବରୁ ଅନେକ ସନ୍ଦେହ କରାଯାଉଥିଲା । ଅନେକ ପ୍ରମାଣ ମଧ୍ୟ ମିଳିଛି, ସେହିଭଳି ଏହା ମଧ୍ୟ ଆଉ ଏକ ପ୍ରମାଣ । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ବିଜେଡି ବିଜେପି ଭାଇ ଭାଇ ।
ଶରତ ପଟ୍ଟନାୟକଙ୍କ ଫଟୋ ବଦଳରେ ସେମାନେ BJDର ଅଣଓଡ଼ିଆ ନେତାଙ୍କ ଫଟୋ ଲଗାଇ ମଧ୍ୟ ଏଭଳି ପ୍ରଶ୍ନ ପଚାରି ପାରିଥାନ୍ତେ । କିନ୍ତୁ ସେହି ବିଜେଡି ଡିଜିଟାଲ ୱିଙ୍ଗ୍ର ସେତିକି ସତ୍ସାହାସ ନାହିଁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ।
ଓଡ଼ିଶାକୁ କିଏ କରୁଛି ବଦନାମ ? ସୋସିଆଲ ମିଡିଆ ପେଜ‘ We love BJD’ରେ ଏଭଳି ଏକ ପୋଷ୍ଟକୁ ନେଇ ଦେଖାଦେଇଛି ବିବାଦ। ଏହି ପୋଷ୍ଟରେ ‘ଓଡ଼ିଶାକୁ ବଦନାମ କରିବାକୁ କେଉଁ ନେତା ସବୁଠାରୁ ଅଧିକ ପ୍ରୟାସ କରୁଛନ୍ତି’ ବୋଲି ପ୍ରଶ୍ନ ପଚରାଯାଇଛି।#Odisha #WeLoveBJD #SocialMedia #OTV pic.twitter.com/ojT8MG9K7r — ଓଟିଭି (@otvkhabar) January 11, 2024