'ସୌମ୍ୟାଶ୍ରୀ କହିଥିଲେ ସମୀର୍ ସାର୍ ତାଙ୍କୁ ଦୁର୍ବ୍ୟବାହାର କରୁଥିଲେ' : ଆଇସିସି କମିଟିର ସଦସ୍ୟା
ବାଲେଶ୍ୱର : ଫକୀରମୋହନ କଲେଜ ଛାତ୍ରୀ ପେଟ୍ରୋଲ ଢାଳି ନିଆଁ ଲଗାଇ ମୃତ୍ୟୁ ହେବାପରେ ମୁହଁ ଖୋଲିଛନ୍ତି ଆଇସିସି କମିଟିର ସଦସ୍ୟା ଆସିଷ୍ଟାଣ୍ଡ ପ୍ରଫେସର ମିନତୀ ସେଠୀ। ସେ କହିଛନ୍ତି, ସମୀର ସାର୍ ଙ୍କ ନାଁରେ ସୌମ୍ୟାଶ୍ରୀ ଅଭିଯୋଗ ଆଣିଥିଲେ ଯେ, ସେ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ପରେ ଘଟଣାର ଏକ ତଦନ୍ତ କମିଟି ଗଠନ ହେଲା। କମିଟି ଆଗରେ ସୌମିଶ୍ରୀ କହିଥିଲେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ବିଳମ୍ବ ହୋଇଗଲେ ସାର୍ 45 ମିନିଟ୍ ବାହାରେ ଛିଡ଼ା କରିଦିଅନ୍ତି ବୋଲି କହିଥିଲେ। ଏକଥା ବି ସତ୍ୟ ପ୍ରମାଣିତ ହୋଇଛି। ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀମାନେ ବି ଏ ବିଷୟରେ ସମାନ ମତ ରଖିଛନ୍ତି। ଏମିତି କି ପରସେଣ୍ଟେଜ୍ ସର୍ଟ ଥିଲା ବୋଲି ପରୀକ୍ଷା ଦେବାକୁ ବି ସୌମ୍ୟାଶ୍ରୀଙ୍କୁ ଦିଆଗଲାନି। ସୌମ୍ୟାଶ୍ରୀ ଏକଥାକୁ ସହ୍ୟ କରିପରିନଥିଲେ। ଅନ୍ୟପଟେ ସମୀର୍ ସାର୍ ତାଙ୍କୁ ଫେବର ମାଗିଥିବା କଥା ବି ସେ କହିଥିଲେ। ପୂରା ଘଟଣାର ସମାଧାନ ପୂର୍ବରୁ ସେ ଚାଲିଗଲେ ବୋଲି କହିଛନ୍ତି ଆସିସି ସଦସ୍ୟା। ସେପଟେ ଏଚଓଡି ସମୀର କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଟାଣ କଥା କହୁଥିବା ସ୍ବୀକାର କରିଛନ୍ତି ଆଇଆସିସିର ସଦସ୍ୟା। ଏଭଳି ବ୍ୟବହାର ବଦଳେଇବାକୁ ପଡିବ ବୋଲି କମିଟି ତାଙ୍କୁ ତାଗିଦ୍ ବି କରିଥିଲା। କିନ୍ତୁ ହଠାତ୍ ଏମିତି ଘଟିଯିବ ବୋଲି କେହି କେବେ ଭାବି ନଥିବେ। ତେବେ ଏଭଳି ଘଟଣାକୁ ନେଇ ଏଚଓଡ଼ି ଓ ପ୍ରିନ୍ସପାଲ ଗିରଫ ହୋଇଥିବା ବେଳ
ବାଲେଶ୍ୱର : ଫକୀରମୋହନ କଲେଜ ଛାତ୍ରୀ ପେଟ୍ରୋଲ ଢାଳି ନିଆଁ ଲଗାଇ ମୃତ୍ୟୁ ହେବାପରେ ମୁହଁ ଖୋଲିଛନ୍ତି ଆଇସିସି କମିଟିର ସଦସ୍ୟା ଆସିଷ୍ଟାଣ୍ଡ ପ୍ରଫେସର ମିନତୀ ସେଠୀ। ସେ କହିଛନ୍ତି, ସମୀର ସାର୍ ଙ୍କ ନାଁରେ ସୌମ୍ୟାଶ୍ରୀ ଅଭିଯୋଗ ଆଣିଥିଲେ ଯେ, ସେ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ପରେ ଘଟଣାର ଏକ ତଦନ୍ତ କମିଟି ଗଠନ ହେଲା। କମିଟି ଆଗରେ ସୌମିଶ୍ରୀ କହିଥିଲେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ବିଳମ୍ବ ହୋଇଗଲେ ସାର୍ 45 ମିନିଟ୍ ବାହାରେ ଛିଡ଼ା କରିଦିଅନ୍ତି ବୋଲି କହିଥିଲେ। ଏକଥା ବି ସତ୍ୟ ପ୍ରମାଣିତ ହୋଇଛି। ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀମାନେ ବି ଏ ବିଷୟରେ ସମାନ ମତ ରଖିଛନ୍ତି। ଏମିତି କି ପରସେଣ୍ଟେଜ୍ ସର୍ଟ ଥିଲା ବୋଲି ପରୀକ୍ଷା ଦେବାକୁ ବି ସୌମ୍ୟାଶ୍ରୀଙ୍କୁ ଦିଆଗଲାନି। ସୌମ୍ୟାଶ୍ରୀ ଏକଥାକୁ ସହ୍ୟ କରିପରିନଥିଲେ। ଅନ୍ୟପଟେ ସମୀର୍ ସାର୍ ତାଙ୍କୁ ଫେବର ମାଗିଥିବା କଥା ବି ସେ କହିଥିଲେ। ପୂରା ଘଟଣାର ସମାଧାନ ପୂର୍ବରୁ ସେ ଚାଲିଗଲେ ବୋଲି କହିଛନ୍ତି ଆସିସି ସଦସ୍ୟା।
ସେପଟେ ଏଚଓଡି ସମୀର କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଟାଣ କଥା କହୁଥିବା ସ୍ବୀକାର କରିଛନ୍ତି ଆଇଆସିସିର ସଦସ୍ୟା। ଏଭଳି ବ୍ୟବହାର ବଦଳେଇବାକୁ ପଡିବ ବୋଲି କମିଟି ତାଙ୍କୁ ତାଗିଦ୍ ବି କରିଥିଲା। କିନ୍ତୁ ହଠାତ୍ ଏମିତି ଘଟିଯିବ ବୋଲି କେହି କେବେ ଭାବି ନଥିବେ।
ତେବେ ଏଭଳି ଘଟଣାକୁ ନେଇ ଏଚଓଡ଼ି ଓ ପ୍ରିନ୍ସପାଲ ଗିରଫ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଭାର ନେଇଛି। ବାଲେଶ୍ୱର ଆଇଜି ସତ୍ୟଜିତ ନାୟକ ଆଜି କଲେଜ ପରିସରକୁ ଯାଇ ଅଘଟଣ ଘଟିବା ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି।ନିରପେକ୍ଷ ତଦନ୍ତ ନିଶ୍ଚୟ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ପ୍ରିନ୍ସପାଲ ଗିରଫ ପରେ କମିଟିର ସଦସ୍ୟ ସଦସ୍ୟାଙ୍କ ଭିତରେ ଛନକା ପଶିଛି ।