ସୌରଭ ଗାଙ୍ଗୁଲି ICC ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ICC ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରାଯାଇଛି। ତାଙ୍କର ଦୀର୍ଘ ସମୟର ଟିମ୍ ଇଣ୍ଡିଆ ସାଥୀ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ ପ୍ୟାନେଲର ସଦସ୍ୟ ଭାବରେ ପୁନଃନିର୍ବାଚିତ କରାଯାଇଛି। ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ରବିବାର, ଏପ୍ରିଲ ୧୩ ତାରିଖରେ ଏହି ସୂଚନା ଦେଇଛି। ୨୦୦୦ ରୁ ୨୦୦୫ (ପାଞ୍ଚ ବର୍ଷ) ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ନେଇଥିବା ସୌରଭ ଗାଙ୍ଗୁଲିଙ୍କୁ ପ୍ରଥମେ ୨୦୨୧ ମସିହାରେ […] The post ସୌରଭ ଗାଙ୍ଗୁଲି ICC ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ନିଯୁକ୍ତ appeared first on Odisha.News.

ସୌରଭ ଗାଙ୍ଗୁଲି ICC ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ICC ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରାଯାଇଛି। ତାଙ୍କର ଦୀର୍ଘ ସମୟର ଟିମ୍ ଇଣ୍ଡିଆ ସାଥୀ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ ପ୍ୟାନେଲର ସଦସ୍ୟ ଭାବରେ ପୁନଃନିର୍ବାଚିତ କରାଯାଇଛି।

ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ରବିବାର, ଏପ୍ରିଲ ୧୩ ତାରିଖରେ ଏହି ସୂଚନା ଦେଇଛି। ୨୦୦୦ ରୁ ୨୦୦୫ (ପାଞ୍ଚ ବର୍ଷ) ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ନେଇଥିବା ସୌରଭ ଗାଙ୍ଗୁଲିଙ୍କୁ ପ୍ରଥମେ ୨୦୨୧ ମସିହାରେ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ୫୨ ବର୍ଷୀୟ ସୌରଭ ଗାଙ୍ଗୁଲି, ଅନିଲ କୁମ୍ବଲେଙ୍କ ସ୍ଥାନ ନେଇଥିଲେ। ଅନିଲ କୁମ୍ବଲେ ସର୍ବାଧିକ ତିନି ଥର କାର୍ଯ୍ୟ ପୂରଣ କରିବା ପରେ ଇସ୍ତଫା ଦେଇଥିଲେ।

ସୌରଭ ଗାଙ୍ଗୁଲି ଏବଂ ଭିଭିଏସ ଲକ୍ଷ୍ମଣଙ୍କ ବ୍ୟତୀତ ପୂର୍ବତନ ଆଫଗାନିସ୍ତାନ ଖେଳାଳି ହମିଦ ହାସନ, ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଡେସମଣ୍ଡ ହେନ୍ସ, ଦକ୍ଷିଣ ଆଫ୍ରିକା ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଟେମ୍ବା ବାଭୁମା ଏବଂ ପୂର୍ବତନ ଇଂଲଣ୍ଡ ବ୍ୟାଟସମ୍ୟାନ ଜୋନାଥନ ଟ୍ରଟଙ୍କୁ କମିଟିରେ ନିଯୁକ୍ତ କରାଯାଇଥିଲା।

The post ସୌରଭ ଗାଙ୍ଗୁଲି ICC ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ନିଯୁକ୍ତ appeared first on Odisha.News.