ସ୍କଟଲାଣ୍ଡ୍ରୁ ମିଳିଲା ଉଡ଼ନ୍ତା ଡାଇନୋସରର ଅବଶେଷ, ଗବେଷକ କହିଲେ ଆଶ୍ଚର୍ଯ୍ୟକର
ନୂଆଦିଲ୍ଲୀ: ଡାଇନୋସୋରଙ୍କ ଅସ୍ତିତ୍ବକୁ ନେଇ ସବୁବେଳେ ରହସ୍ୟ ଦେଖିବାକୁ ମିଳିଛି। କୁହାଯାଏ ପ୍ରାୟ ୧୬୬ ନିୟୁତ ବର୍ଷ ପୂର୍ବେ ଏହି ଡାଇନୋସର ପୃଥିବୀରେ ରହୁଥିଲେ। ହେଲେ ଧୀରେ ଧୀରେ ଏମାନେ ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇଥିଲେ। ତେବେ ବର୍ତ୍ତମାନ ଡାଇନୋସରକୁ ନେଇ କିଛି ଖୁଲାସା କରିଛନ୍ତି ବୈଜ୍ଞାନିକମାନେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ସ୍କଟଲ୍ୟାଣ୍ଡର୍ ସ୍କାଇରୁ ଡେଣାଥିବା ଡାଇନୋସରର କଙ୍କାଳ ଆବିଷ୍କାର କରିଛନ୍ତି। ବଡ଼ କଥା ହେଉଛି ଏହି ଡାଇନୋସରର ମୁଳତଃ ଚୀନ୍ର ବୋଲି କୁହାଯାଏ। ଫେବ୍ରୁଆରୀ ୫ରେ ‘ଜର୍ଣ୍ଣାଲ ଅଫ୍ ଭର୍ଟିବ୍ରେଟ ପାଲେଓଣ୍ଟୋଲୋଜୀ’ରେ ଏହି ଆବିଷ୍କାର ବିଷୟରେ ପ୍ରକାଶିତ ହୋଇଛି। ଗବେଷକ ଦାବି କରିଛନ୍ତି ଯେ, ସେମାନେ ଏକ କିଓଅପଟେରାର କଙ୍କାଳ ଆବିଷ୍କାର କରିଛନ୍ତି ଯାହା କିଓଅପଟେରା ଇଭାସେ ନାମରେ ଜଣା। ଏହି ଡାଇନୋସର ୧୬୬ରୁ ୧୬୮ ନିୟୁତ ବର୍ଷ ପୂର୍ବେ ମଧ୍ୟ ଜୁରାସିକ୍ ଯୁଗ ସମୟରେ ଦେଖାଯାଉଥିଲେ। ଆହୁରି ପଢ଼ନ୍ତୁ: ବିଶ୍ୱରେ ୨୦୨୪ ଜାନୁଆରୀ ଆଜି ଯାଏର ସବୁଠୁ ଗରମ ମାସ: ୟୁରୋପୀୟ ଜଳବାୟୁ ଏଜେନ୍ସି ଏହି ଗବେଷଣାରେ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟୋଲ, ୟୁନିଭର୍ସିଟି ଅଫ୍ ଲେସେଷ୍ଟର, ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ୟୁନିଭର୍ସିଟର ଅଫ୍ ଲିଭରପୁରଲର ବୈଜ୍ଞାନିକମାନେ ସାମିଲ ଥଲେ। ଗବେଷଣା ଅନୁଯାୟୀ, ୨୦୦୬ରେ ସ୍କଟଲ୍ୟାଣ୍ଡ୍ର ଆଇସଜ ସ୍କାଇର ଲୋକ ସ୍କାଭିଗର ଉପ
ନୂଆଦିଲ୍ଲୀ: ଡାଇନୋସୋରଙ୍କ ଅସ୍ତିତ୍ବକୁ ନେଇ ସବୁବେଳେ ରହସ୍ୟ ଦେଖିବାକୁ ମିଳିଛି। କୁହାଯାଏ ପ୍ରାୟ ୧୬୬ ନିୟୁତ ବର୍ଷ ପୂର୍ବେ ଏହି ଡାଇନୋସର ପୃଥିବୀରେ ରହୁଥିଲେ। ହେଲେ ଧୀରେ ଧୀରେ ଏମାନେ ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇଥିଲେ। ତେବେ ବର୍ତ୍ତମାନ ଡାଇନୋସରକୁ ନେଇ କିଛି ଖୁଲାସା କରିଛନ୍ତି ବୈଜ୍ଞାନିକମାନେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ସ୍କଟଲ୍ୟାଣ୍ଡର୍ ସ୍କାଇରୁ ଡେଣାଥିବା ଡାଇନୋସରର କଙ୍କାଳ ଆବିଷ୍କାର କରିଛନ୍ତି। ବଡ଼ କଥା ହେଉଛି ଏହି ଡାଇନୋସରର ମୁଳତଃ ଚୀନ୍ର ବୋଲି କୁହାଯାଏ।
ଫେବ୍ରୁଆରୀ ୫ରେ ‘ଜର୍ଣ୍ଣାଲ ଅଫ୍ ଭର୍ଟିବ୍ରେଟ ପାଲେଓଣ୍ଟୋଲୋଜୀ’ରେ ଏହି ଆବିଷ୍କାର ବିଷୟରେ ପ୍ରକାଶିତ ହୋଇଛି। ଗବେଷକ ଦାବି କରିଛନ୍ତି ଯେ, ସେମାନେ ଏକ କିଓଅପଟେରାର କଙ୍କାଳ ଆବିଷ୍କାର କରିଛନ୍ତି ଯାହା କିଓଅପଟେରା ଇଭାସେ ନାମରେ ଜଣା। ଏହି ଡାଇନୋସର ୧୬୬ରୁ ୧୬୮ ନିୟୁତ ବର୍ଷ ପୂର୍ବେ ମଧ୍ୟ ଜୁରାସିକ୍ ଯୁଗ ସମୟରେ ଦେଖାଯାଉଥିଲେ।
ଆହୁରି ପଢ଼ନ୍ତୁ: ବିଶ୍ୱରେ ୨୦୨୪ ଜାନୁଆରୀ ଆଜି ଯାଏର ସବୁଠୁ ଗରମ ମାସ: ୟୁରୋପୀୟ ଜଳବାୟୁ ଏଜେନ୍ସି
ଏହି ଗବେଷଣାରେ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟୋଲ, ୟୁନିଭର୍ସିଟି ଅଫ୍ ଲେସେଷ୍ଟର, ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ୟୁନିଭର୍ସିଟର ଅଫ୍ ଲିଭରପୁରଲର ବୈଜ୍ଞାନିକମାନେ ସାମିଲ ଥଲେ। ଗବେଷଣା ଅନୁଯାୟୀ, ୨୦୦୬ରେ ସ୍କଟଲ୍ୟାଣ୍ଡ୍ର ଆଇସଜ ସ୍କାଇର ଲୋକ ସ୍କାଭିଗର ଉପକୂଳରେ ଥିବା ଏକ ଛୋଟ ବିଚ୍ରୁ ପ୍ରଥମ ଥର ଏହି କିଓଅପଟେରା ଇଭାନ୍ସିର ଅବଶେଷ ଆବିଷ୍କାର ହୋଇଥିଲା। ସେବେଠାରୁ ହିଁ ଗବେଷକମାନେ ମିଳିଥିବା ଅବଶେଷ ଉପରେ ରିସର୍ଚ୍ଚ କରିଆସୁଥିଲେ। ରିପୋର୍ଟ ଅନୁଯାୟୀ, କିଓପଟେରା ଇଭାନସିଜର କଙ୍କାଳ ହେଉଛି ପ୍ରଥମ ପିଟେରୋସର ପ୍ରଜାତି ଯାହାକୁ ସଂପୂର୍ଣ୍ଣ ଭାବରେ ଡିଜିଟାଲ ଭାବରେ ପ୍ରସ୍ତୁତ କରାଯାଇଛି।
ଚାଇନାରେ ରହୁଥିଲେ ଏହି ଡାଇନେସୋର ?
ତେବେ ଗବେଷକ କହିଛନ୍ତି କିଓଅପଟେରା ଇଭାନସି, ଡାରଓ୍ବିନୋପଟେରା ଟେରୋସଜ ବଂଶର । କୁହାଯାଏ ଡାରଓ୍ବିନୋପଟେରା ମୁଳତଃ ଚାଇନାରେ ଦେଖାଯାଉଥିଲେ ଆଉ ସେଠାରେ ହିଁ ଅଧିକ ପରିମାଣରେ କିଓଅପଟେରାଙ୍କ ଅବଶେଷ ମିଳିଥିଲା। ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ପ୍ରଫେସର ପଲ ବାରେଟ କହିଛନ୍ତି ୟୁକେରେ ଏହି ଡାଇନୋସୋର ପ୍ରଜାତିର ଅବଶେଷ ମିଳିବା ଆଶ୍ଚର୍ଯ୍ୟକର।
The post ସ୍କଟଲାଣ୍ଡ୍ରୁ ମିଳିଲା ଉଡ଼ନ୍ତା ଡାଇନୋସରର ଅବଶେଷ, ଗବେଷକ କହିଲେ ଆଶ୍ଚର୍ଯ୍ୟକର appeared first on Prameya News7.