ସ୍କୁଟି ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ଜୀବନ
କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସିଲିସୁଆଁ ହାଇଓ୍ବେ ରେଷ୍ଟୁରାଣ୍ଟ ସମ୍ମୁଖ ବୁଲାଣି ନିକଟରେ ଶୁକ୍ରବାର ଏକ(ଓଡିଜିର-୫ପି-୪୫୮୫)ବିଶିଷ୍ଟ ୧୪ଚକିଆ ଟ୍ରକ୍ ଧକ୍କାରେ(ଓଡି-ଜିରୋ-୯ଏମ-୪୭୮୯)ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଳାଶପଙ୍ଗା ବିଟ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ରାହାଶ ବିହାରୀ ବ୍ରହ୍ମ(୭୦)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏଥିସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ି ଜବତ […] The post ସ୍କୁଟି ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ଜୀବନ appeared first on Dharitri Odia News.
କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସିଲିସୁଆଁ ହାଇଓ୍ବେ ରେଷ୍ଟୁରାଣ୍ଟ ସମ୍ମୁଖ ବୁଲାଣି ନିକଟରେ ଶୁକ୍ରବାର ଏକ(ଓଡିଜିର-୫ପି-୪୫୮୫)ବିଶିଷ୍ଟ ୧୪ଚକିଆ ଟ୍ରକ୍ ଧକ୍କାରେ(ଓଡି-ଜିରୋ-୯ଏମ-୪୭୮୯)ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଳାଶପଙ୍ଗା ବିଟ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ରାହାଶ ବିହାରୀ ବ୍ରହ୍ମ(୭୦)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏଥିସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ି ଜବତ ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନାନୁସାରେ,ରାହାଶ ବିହାରୀ କେନ୍ଦୁଝରରୁ ସ୍କୁଟି ଯୋଗେ ଟାଙ୍ଗରାଣୀ ଅଭିମୁଖେ ଯାଉଥିଲେ। ପଛପଟୁ ଟ୍ରକ୍ଟି ଦ୍ରୁତଗତିରେ ଧକ୍କା ଦେଇଥିଲା। ସ୍କୁଟିରୁ ରାସ୍ତାରେ ଛିଟିକି ପଡ଼ିବାରୁ ତାଙ୍କର ମୁଣ୍ତରେ ଚକା ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ କେସ୍ ନଂ ୨୫୫/୨୪ରେ ଏକ ମାମଲା ରୁଜୁ ହୋଇଛି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
The post ସ୍କୁଟି ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ଜୀବନ appeared first on Dharitri Odia News.