ସ୍କୁଟି ଉପରେ ମାଡିଗଲା ଟ୍ରକ୍ : ଚାଲିଗଲା ଚାଳକଙ୍କ ଜୀବନ

କେନ୍ଦୁଝର ୫।୪: କେନ୍ଦୁଝରରେ ସ୍କୁଟି ଉପରେ ମାଡିଗଲା ଟ୍ରକ୍ । ଦୁର୍ଘଟଣା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନାଯୋଗ୍ୟ ଯେ, ଦିନ ପ୍ରାୟ ୧୧ ଟା ସମୟରେ ଟାଙ୍ଗରାଣୀ ଗାଁର ରାହାସ ବ୍ରହ୍ମ ନିଜ ସ୍କୁଟିରେ ୨୦ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଘରକୁ ଫେରୁଥିଲେ ।  ଠିକ ଶିଲିଶୁଆଁ ଓ ବନାଯୋଡି ଗାଁ ମଝା ମଝି ପହଞ୍ଚିବା ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ପ୍ରଥମେ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ମାଡି ଯାଇଥିଲା । ଘଟଣାସ୍ଥଳରେ ହିଁ ରାହାସଙ୍କର ମୃତ୍ୟୁ ହୋଇଯାଇଥିଲା । ରାହାସଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାର ସମସ୍ତ ଦୃଶ୍ୟ ରାସ୍ତା କଡ଼ରେ ଥିବା ଏକ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଟ୍ରକ୍ ଓ ଡ୍ରାଇଭରକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।You Can Read :ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋ 

ସ୍କୁଟି ଉପରେ ମାଡିଗଲା ଟ୍ରକ୍ : ଚାଲିଗଲା ଚାଳକଙ୍କ ଜୀବନ

କେନ୍ଦୁଝର ୫।୪: କେନ୍ଦୁଝରରେ ସ୍କୁଟି ଉପରେ ମାଡିଗଲା ଟ୍ରକ୍ । ଦୁର୍ଘଟଣା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

ସୂଚନାଯୋଗ୍ୟ ଯେ, ଦିନ ପ୍ରାୟ ୧୧ ଟା ସମୟରେ ଟାଙ୍ଗରାଣୀ ଗାଁର ରାହାସ ବ୍ରହ୍ମ ନିଜ ସ୍କୁଟିରେ ୨୦ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଘରକୁ ଫେରୁଥିଲେ ।  ଠିକ ଶିଲିଶୁଆଁ ଓ ବନାଯୋଡି ଗାଁ ମଝା ମଝି ପହଞ୍ଚିବା ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ପ୍ରଥମେ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ମାଡି ଯାଇଥିଲା । ଘଟଣାସ୍ଥଳରେ ହିଁ ରାହାସଙ୍କର ମୃତ୍ୟୁ ହୋଇଯାଇଥିଲା । ରାହାସଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାର ସମସ୍ତ ଦୃଶ୍ୟ ରାସ୍ତା କଡ଼ରେ ଥିବା ଏକ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଟ୍ରକ୍ ଓ ଡ୍ରାଇଭରକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।

You Can Read :

ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋ