ସ୍କୁଲ ହଷ୍ଟେଲର ଚତୁର୍ଥ ମହଲାରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା, ୪ ଜଣକୁ ଗିରଫ କଲା ପୋଲିସ
ବଡ଼ବିଲ: ଚମ୍ପୁଆ କେରଲା ଇଂରାଜୀ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ହଷ୍ଟେଲ ବିଲ୍ଡିଂରୁ ପଡ଼ି ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କଲା ଚମ୍ପୁଆ ପୋଲିସ୍ । ଗିରଫ ଚାରି ଜଣ ହେଲେ ହଷ୍ଟେଲ ଦାୟିତ୍ୱରେ ଥିବା ଦୈତାରୀ ସାହୁ, ପ୍ରକାଶନ୍ ଟି, ହିନ୍ଦୀ ଶିକ୍ଷକ ଶଶୀ ଶେଖର ଝା ଓ ୱାଡେନ୍ ସୁରେନ୍ଦ୍ର ନାଥ ମିଶ୍ର। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ସୂଚନାଥାଉକି, ଗତ ୧୨ ତାରିଖ ସକାଳେ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର କ୍ରିଷ୍ଣା ପ୍ରଧାନ ହଷ୍ଟେଲ ବିଲଡିଂର ୪ର୍ଥ ମହଲା ଝରକାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେପଟେ ମୃତ ଛାତ୍ରଙ୍କ ପରିବାର ଲୋକ ଏହାକୁ ହତ୍ୟା ବୋଲି କହିବା ସହ ଥାନାରେ ଏତଲା ଦେଇଥିଲେ। ଏମିତିରେ ପୋଲିସ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିଥିଲା। ଝରକା ଦେଇ ଡେଇଁବା ସମୟର ଦୃଶ୍ୟ ରେକର୍ଡ ହୋଇଥିବା ସିସିଟିଭି ରେକର୍ଡକୁ ମଧ୍ୟ ପୋଲିସ ଯାଞ୍ଚ କରିଥିଲା। ଆଉ ବୁଧବାର ତଦନ୍ତକ୍ରମେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବଡ଼ବିଲ: ଚମ୍ପୁଆ କେରଲା ଇଂରାଜୀ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ହଷ୍ଟେଲ ବିଲ୍ଡିଂରୁ ପଡ଼ି ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କଲା ଚମ୍ପୁଆ ପୋଲିସ୍ । ଗିରଫ ଚାରି ଜଣ ହେଲେ ହଷ୍ଟେଲ ଦାୟିତ୍ୱରେ ଥିବା ଦୈତାରୀ ସାହୁ, ପ୍ରକାଶନ୍ ଟି, ହିନ୍ଦୀ ଶିକ୍ଷକ ଶଶୀ ଶେଖର ଝା ଓ ୱାଡେନ୍ ସୁରେନ୍ଦ୍ର ନାଥ ମିଶ୍ର। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଥାଉକି, ଗତ ୧୨ ତାରିଖ ସକାଳେ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର କ୍ରିଷ୍ଣା ପ୍ରଧାନ ହଷ୍ଟେଲ ବିଲଡିଂର ୪ର୍ଥ ମହଲା ଝରକାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେପଟେ ମୃତ ଛାତ୍ରଙ୍କ ପରିବାର ଲୋକ ଏହାକୁ ହତ୍ୟା ବୋଲି କହିବା ସହ ଥାନାରେ ଏତଲା ଦେଇଥିଲେ।
ଏମିତିରେ ପୋଲିସ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିଥିଲା। ଝରକା ଦେଇ ଡେଇଁବା ସମୟର ଦୃଶ୍ୟ ରେକର୍ଡ ହୋଇଥିବା ସିସିଟିଭି ରେକର୍ଡକୁ ମଧ୍ୟ ପୋଲିସ ଯାଞ୍ଚ କରିଥିଲା। ଆଉ ବୁଧବାର ତଦନ୍ତକ୍ରମେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।