ସ୍କୋଡାର କଷ୍ଟମର କେୟାର ପ୍ରୋଗ୍ରାମ
ଭୁବନେଶ୍ୱର,୨୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ବହୁରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍ ‘ସ୍କୋଡା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କଷ୍ଟମର କେୟାର ପ୍ରୋଗ୍ରାମ’ ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଚଳିତ ଗ୍ରୀଷ୍ମ ଅବକାଶରେ ସ୍କୋଡାର ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଅବସର ବିନୋଦନ ଓ ମନୋରଞ୍ଜନ ପାଇଁ ସୁଯୋଗ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ତଥା କଟକ ପ୍ରତାପ ନଗରୀସ୍ଥିତ ଟ୍ରିନିଟ୍ ସ୍କୋଡା (ଦୁର୍ଗେଶ ମୋଟର୍ସ) ଶୋ’ରୁମ୍ ପକ୍ଷରୁ ଖୋର୍ଦ୍ଧା କୁମ୍ଭାରବସ୍ତର ଓ୍ବେଣ୍ଡର୍ଲା ପାର୍କ ଆଣ୍ଡ […] The post ସ୍କୋଡାର କଷ୍ଟମର କେୟାର ପ୍ରୋଗ୍ରାମ appeared first on Dharitri Odia News.
ଭୁବନେଶ୍ୱର,୨୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ବହୁରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍ ‘ସ୍କୋଡା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କଷ୍ଟମର କେୟାର ପ୍ରୋଗ୍ରାମ’ ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଚଳିତ ଗ୍ରୀଷ୍ମ ଅବକାଶରେ ସ୍କୋଡାର ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଅବସର ବିନୋଦନ ଓ ମନୋରଞ୍ଜନ ପାଇଁ ସୁଯୋଗ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ତଥା କଟକ ପ୍ରତାପ ନଗରୀସ୍ଥିତ ଟ୍ରିନିଟ୍ ସ୍କୋଡା (ଦୁର୍ଗେଶ ମୋଟର୍ସ) ଶୋ’ରୁମ୍ ପକ୍ଷରୁ ଖୋର୍ଦ୍ଧା କୁମ୍ଭାରବସ୍ତର ଓ୍ବେଣ୍ଡର୍ଲା ପାର୍କ ଆଣ୍ଡ ରେସର୍ଟଠାରେ ଏକ ଦିନିକିଆ କଷ୍ଟମର କେୟାର ପ୍ରୋଗ୍ରାମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୯୦ରୁ ଅଧିକ ସ୍କୋଡା ଗ୍ରାହକ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇ ପାର୍କ ପରିସରରେ ଥିବା ବିଭିନ୍ନ ସୁବିଧାର ମଜା ଉଠାଇବା ସହିତ ଟ୍ରିନିଟ୍ ସ୍କୋଡା ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।
ସେହିଭଳି କାର୍ଯ୍ୟକ୍ରମ ପରିସରରେ ବ୍ରାଣ୍ଡ୍ର ବିଭିନ୍ନ ମଡେଲକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲାବେଳେ ଆଶାୟୀ ଗ୍ରାହକ ଓ ପାର୍କ ପରିସରକୁ ଆସିଥିବା ଅନ୍ୟ ବର୍ଗର ଲୋକ ମଧ୍ୟ ସେମାନଙ୍କର ପସନ୍ଦର ବ୍ରାଣ୍ଡ୍ ସମ୍ପର୍କରେ ଅବଗତ ସହ ପ୍ରି ବୁକିଂ କରିଥିଲେ। ପରିଶେଷରେ ଉଭୟ ଗ୍ରାହକ ଓ ଆୟୋଜକ ମନୋରଞ୍ଜନ ସହିତ ସ୍ବାଦିଷ୍ଟ ଖାଦ୍ୟ ଓ ପାନୀୟଜଳ ଗ୍ରହଣକରି ଏକ ସୁନ୍ଦର ଅନୁଭୂତି ପରିପ୍ରକାଶ କରିଥିଲେ।
The post ସ୍କୋଡାର କଷ୍ଟମର କେୟାର ପ୍ରୋଗ୍ରାମ appeared first on Dharitri Odia News.