ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏସବୁର ଅହେତୁକ ବୃଦ୍ଧି ପରିବାରରେ ସମସ୍ୟା ସୃଷ୍ଟି କରୁଛି। ଜିଲାର ବିଭିନ୍ନ ସ୍ଥାନରେ କଟକଣା ଥିବା ସତ୍ତ୍ୱେ ତମାଖୁଯୁକ୍ତ ଗୁଟ୍‌ଖା ଖୋଲାଖୋଲି ବିକ୍ରି ହେଉଛି। ଏହାକୁ ସୁଯୋଗ ଭାବି କେତେଗୋଟି […] The post ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ appeared first on Dharitri Odia News.

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏସବୁର ଅହେତୁକ ବୃଦ୍ଧି ପରିବାରରେ ସମସ୍ୟା ସୃଷ୍ଟି କରୁଛି। ଜିଲାର ବିଭିନ୍ନ ସ୍ଥାନରେ କଟକଣା ଥିବା ସତ୍ତ୍ୱେ ତମାଖୁଯୁକ୍ତ ଗୁଟ୍‌ଖା ଖୋଲାଖୋଲି ବିକ୍ରି ହେଉଛି। ଏହାକୁ ସୁଯୋଗ ଭାବି କେତେଗୋଟି ନକଲି ଗୁଟ୍‌ଖା କମ୍ପାନୀ ଏହାର ବ୍ୟାପକ ପ୍ରସାର କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସ୍କ୍ବାଡ୍‌ ଗଠନ ସତ୍ତ୍ୱେ ଏ ନେଇ କୌଣସି ଚଢ଼ାଉ ହେଉ ନ ଥିବାରୁ ମୁଖ ଗହ୍ବର ରୋଗ ବଢ଼ିବା ସହ ନାବାଳିକା, ନାବାଳକ ବ୍ୟବହାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଭାରତରେ ମଦ୍ୟପାନ ହାର ୧୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୨୮.୮ ପ୍ରତିଶତ ରହିଥିବା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତମାଖୁ ସେବନରେ ମଧ୍ୟ ଓଡ଼ିଶା ରାଜ୍ୟ ଆଗରେ ଅଛି। ଦେଶରେ ୩୮ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ୫୧.୬ ପ୍ରତିଶତ ଓ ମହିଳାଙ୍କ କ୍ଷେତ୍ରରେ ଦେଶରେ ୮.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୬ ପ୍ରତିଶତ ତମାଖୁ ସେବନ କରୁଛନ୍ତି। ତମାଖୁ ସେବନ ଓ ନକଲି ତମାଖୁର ପ୍ରସାରଣକୁ ରୋକିବା ପାଇଁ ଜନସଚେତନତା, ମେ ୩୧କୁ ତମାଖୁ ବର୍ଜନ ଦିବସ ସହ କୋଟପା ଆଇନ ୨୦୦୩, ଏଫଏସ୍‌ଏସ୍‌ଆଇ ଆଇନ ୨୦୦୬ ପ୍ରଣୟନ ହୋଇଛି। ଏଥିସହ ଗୁଟ୍‌ଖା ବ୍ୟବସାୟକୁ ବେଆଇନ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ବ୍ୟବସାୟ ବୃଦ୍ଧି ଜନଜୀବନ ଉପରେ ପ୍ରଭାବ ପକାଇଛି। ସାମାଜିକ କର୍ମୀ ନୀହାର ରଞ୍ଜନ ପ୍ରଧାନ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ନକଲି ଜର୍ଦ୍ଦାର ପ୍ରଚାର ପ୍ରସାର ବଢ଼ିଚାଲିଛି। ମହାକାଳପଡ଼ା ବ୍ଲକ ରାଜଗଡ଼ ଗ୍ରାମରେ ରାଜା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ନକଲି ଜର୍ଦ୍ଦା ନିର୍ମାଣ ଅଭିଯୋଗରେ ୨୦୧୯ ଜାନୁଆରୀରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ପୋଲିସ ଗୁଟ୍‌ଖା ନିର୍ମାଣରେ ବ୍ୟବହୃତ ବହୁ ମାରାତ୍ମକ ରାସାୟନିକ ଦ୍ରବ୍ୟ ସହିତ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଖୋଳ ଜବତ କରିଥିଲା। ସେହିପରି ଡେରାବିଶ ପୋଲିସ ୩ ବର୍ଷ ପୂର୍ବେ ବିଭିନ୍ନ କମ୍ପାନୀର ଜର୍ଦ୍ଦା ରହିଥିବା ଏକ ଗାଡିରେ ନିଆ ଯାଉଥିବା ବେଳେ ଧରିଥିଲେ। ତେବେ ଦୁଇଦିନ ପରେ ସେହି ଗାଡ଼ି ଥାନାରୁ ଉଭାନ ହୋଇ ଯାଇଥିବାବେଳେ ମାମଲାକୁ ନେଇ ସ୍ଥାନୀୟ ଲୋକ ସନ୍ଦୀହାନ ଅଛନ୍ତି। ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ଏକ ଜର୍ଦ୍ଦା ଗୋଦାମ ଚଢ଼ାଉ ପରେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ନିଷ୍କ୍ରିୟ ହୋଇପଡିଛି। ତଦାରଖ ନ ଥିବାରୁ ଏହି ବେପାର ବଢ଼ି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ଗୁଟ୍‌ଖା, ମଦ ଆଦି ଦ୍ରବ୍ୟ କେନ୍ଦ୍ରାପଡ଼ା ଜିଲାରେ ବେଧଡ଼କ ବିକ୍ରି ଚାଲିଛି। ସ୍କୁଲ, କଲେଜ, ମନ୍ଦିର ଆଦି ନିକଟରେ ଏହାର ଦୋକାନ ଖୋଲା ହୋଇଛି। ଏହାର ବହୁଳ ପ୍ରଚାର ଯୋଗୁ ନାବାଳିକାନାବାଳକ ଆକର୍ଷିତ ହେଉଛନ୍ତି। ଜିଲାରେ ଏହି କାରବାରକୁ ରୋକିବା ପାଇଁ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଫୁଡ ଇନ୍ସପେକ୍ଟର, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ସଦସ୍ୟ ତଥା କର୍ମକର୍ତ୍ତା ଅଛନ୍ତି। ତେବେ ଧରପଗଡ଼ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଡା. ବୀରେନ୍ଦ୍ର କୁମାର ଦାଶଙ୍କୁ ପଚାରିବାରେ ଏବେ ମୁଖ ଗହ୍ବର କ୍ୟାନ୍‌ସର ବଢ଼ିବାରେ ଲାଗିଛି। ଗୁଟ୍‌ଖାର ବହୁଳ ବ୍ୟବହାର ରୋକା ନ ଗଲେ ଏହି ରୋଗ ଅଧିକ ହେବ। ମୁହଁ ଘାଆ ଶୀଘ୍ର ନ ଶୁଖିବା, ମୁଖ ମଧ୍ୟରେ ଧଳା ଆସ୍ତରଣ ସୃଷ୍ଟି ହେବା, ଦାନ୍ତ ଭାଙ୍ଗିବା, ମୁଖ ଖୋଲିବା ସମୟରେ କଠିନ ଲାଗିବା, ମୁହଁ, କାନରେ ବିନ୍ଧା ହେବା, ଖାଇବା ସମୟରେ ଗଳାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ବ୍ୟାନ ହୋଇଥିବା ଗୁଟ୍‌ଖା ଓ ନକଲି ଜର୍ଦ୍ଦା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ତମାଖୁ ସେବନକୁ ରୋକିବା ପାଇଁ ଜନସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି।

The post ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ appeared first on Dharitri Odia News.