ସ୍ତ୍ରୀ ସମେତ ୪୨ ମହିଳାଙ୍କୁ କରିଛି ହତ୍ୟା, ଶବକୁ ଖଣ୍ଡଖଣ୍ଡ କରି…
ନୂଆଦିଲ୍ଲୀ,୨୧।୭: କେନିଆର ରାଜଧାନୀ ନୈରେବୀରେ ଜଣେ ବ୍ୟକ୍ତି ୪୨ ମହିଳାଙ୍କୁ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମ ଟାଙ୍କୁରା ଘଟଣା ସମ୍ପୁର୍ଣ୍ଣ ଦେଶକୁ ଦୋହଲାଇ ଦେଇଛି। ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ସହିତ ସମସ୍ତ ମହିଳାଙ୍କୁ ହତ୍ୟା କରିବା ପରେ ମଦ୍ୟ ତାର ମନ ଶାନ୍ତି ହୋଇ ନ ଥିଲା। ଏହାପରେ ଶବଗୁଡିକୁ ଖଣ୍ଡଖଣ୍ଡ କରି କାଟିବା ପରେ ଅଖାରେରେ ଭର୍ତ୍ତି କରି ଅଳିଆ ଗଦାରେ ପକାଇ ଦେଉଥିଲା। ବ୍ୟକ୍ତି […] The post ସ୍ତ୍ରୀ ସମେତ ୪୨ ମହିଳାଙ୍କୁ କରିଛି ହତ୍ୟା, ଶବକୁ ଖଣ୍ଡଖଣ୍ଡ କରି… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୭: କେନିଆର ରାଜଧାନୀ ନୈରେବୀରେ ଜଣେ ବ୍ୟକ୍ତି ୪୨ ମହିଳାଙ୍କୁ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମ ଟାଙ୍କୁରା ଘଟଣା ସମ୍ପୁର୍ଣ୍ଣ ଦେଶକୁ ଦୋହଲାଇ ଦେଇଛି। ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ସହିତ ସମସ୍ତ ମହିଳାଙ୍କୁ ହତ୍ୟା କରିବା ପରେ ମଦ୍ୟ ତାର ମନ ଶାନ୍ତି ହୋଇ ନ ଥିଲା। ଏହାପରେ ଶବଗୁଡିକୁ ଖଣ୍ଡଖଣ୍ଡ କରି କାଟିବା ପରେ ଅଖାରେରେ ଭର୍ତ୍ତି କରି ଅଳିଆ ଗଦାରେ ପକାଇ ଦେଉଥିଲା।
ବ୍ୟକ୍ତି ଜଣକ ଘରେ ପୋଲିସ ଚଢାଉ ସମୟରେ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଛୁରୀ, ଇଣ୍ଡଷ୍ଟ୍ରିଆଲ୍ ରବର ଗ୍ଲୋବ୍ସ, ସେଲୋଟାପ୍ ରୋଲ୍ ଏବଂ ନାଇଲନ୍ ବ୍ୟାଗ୍ ଠାବ କରିଥିଲା।
ଅଭିଯୁକ୍ତ କଲିନ୍ସ ଜୁମାସି ଖାଲୁଶା (୩୩)କୁ ଜଣେ ଭାମ୍ପାୟାର ଏବଂ ସାଇକୋପାଥିକ ସିରିଏଲ କିଲର ଭାବରେ ବର୍ଣ୍ଣନା କରାଯାଇଛି, ଯାହାର ମାନବ ଜୀବନ ପ୍ରତି ଟିକିଏ ସମ୍ମାନ ନାହିଁ। ତେବେ ଦେଶରେ ରାଜନୈତିକ ଅସ୍ଥିରତା ଏବଂ ଦେଶରେ ଲିଙ୍ଗ ଭିତ୍ତିକ ହିଂସା ବହୁଥିବା ମଧ୍ୟରେ ଖାଲୁଶାଙ୍କ ଭୟଙ୍କର ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି।
ନୈରେବୀର ମୁକୁରୁ ବସ୍ତି ନିକଟରେ ଏକ ଡମ୍ପିୟାର୍ଡରୁ ନଅ ଜଣ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ପରେ ଜଣାପଡିଥିଲା ଯେ ନିକଟସ୍ଥ କୋଠରୀରେ ରହୁଥିବା ଜଣେ ବ୍ୟକ୍ତି ପୀଡିତାଙ୍କୁ ଘରକୁ ପ୍ରଲୋଭନ ଦେଖାଇ ଆଣିବା ପରେ ସେମାନଙ୍କୁ ହତ୍ୟା କରି ତଳେ ପୋତି ଦେଇଥିଲେ। କେନିଆ ପୋଲିସ ଏହି ଘଟଣାର ତଦନ୍ତ କରିବାର କିଛି ଦିନ ପରେ ଖାଲୁଶାଙ୍କୁ ଗିରଫ କରିଥିଲା। ଓକିଲମାନେ କହିଛନ୍ତି ଯେ ଖାଲୁଶା ଏହି ଅପରାଧ ସ୍ୱୀକାର କରିଛନ୍ତି। ୨୦୨୨ ରୁ ଗିରଫ ମଧ୍ୟରେ ସେ ୪୨ ମହିଳାଙ୍କୁ ହତ୍ୟା କରିଥିଲା।
ତଦନ୍ତ ସମୟରେ ଖାଲୁଶାଙ୍କ ଘରୁ ଅନେକ ମୋବାଇଲ୍ ଫୋନ୍, ପରିଚୟ ପତ୍ର ଏବଂ ନାଇଲନ୍ ଅଖା ପାଇଥିଲେ ଯେଉଁଥିରେ ପୀଡିତଙ୍କ ମୃତଦେହକୁ ଖାଲିଶାଙ୍କ ଘରେ ଗୁଡ଼ାଇ ରଖିବାରେ ବ୍ୟବହୃତ ହୋଇଥିଲା। ଏହି ପ୍ରମାଣ ଏକ ବ୍ୟବସ୍ଥିତ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ସୂଚାଉଥିବା କେନିଆ ଟେଡ୍ ବାଣ୍ଡି କହିଛି।
ଘଟଣା ମୁତାବକ ପୀଡିତଙ୍କ ମଧ୍ୟରେ ୨୬ ବର୍ଷିୟ ହେୟାର ବ୍ରାଇଡର ଜୋସେଫାଇନ୍ ଓଭିନୋ ମଧ୍ୟ ଥିଲେ। ଦିନେ ସକାଳେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏହା ପରେ ତାଙ୍କ ଭଉଣୀ ତାଙ୍କୁ ଖୋଜିବା ଆରମ୍ଭ କଲେ। ଖୋଜାଖୋଜି କରୁଥିବା ବେଳେ ସେ ଶେଷରେ ଡମ୍ପିଂ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ସେ ସ୍ଥାନୀୟ ଲୋକଙ୍କୁ ଖୋଜିବାକୁ କହିଥିଲେ। ଖୋଜାଖୋଜି ପିରେ ସେଠାରେ ଖଣ୍ଡ ଖଣ୍ଡ ଅବସ୍ଥାରେ ଶବ ଭର୍ତ୍ତି ହୋଇଥିବା ଅଖା ମିଳିଥିଲା।
ଏହାପରେ ପୋଲିସ ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିଥିଲା। ଯେତେବେଳେ ପୋଲିସ ମୃତଦେହକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା। ସରକାରୀ ପାଥୋଲୋଜିଷ୍ଟ ଡକ୍ଟର ଜୋହାନସେନ୍ ଓଡୋର କହିଛନ୍ତି ଯେ ଅଧିକାଂଶ ଅଖା ମଧ୍ୟରେ ଅଙ୍ଗ ପ୍ରତ୍ୟଙ୍ଗ ରହିଥିଲା। ଭଲ ଅବସ୍ଥାରେ କେବଳ ଗୋଟିଏ ମୃତଦେହ ମିଳିଥିଲା। ତେବେ ଅଭିଯୁକ୍ତ କାହାକୁ ଗୁଳି କରିନାହିଁ। ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ତେବେ ଡିଏନ୍ଏ ମାଧ୍ୟମରେ ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଚିହ୍ନଟ କରାଯାଇଛି।
ତେବେ ବର୍ତ୍ତମାନ ଏହି ଘଟଣାରେ ପୋଲିସର କାର୍ଯ୍ୟ ଶୈଳ ଉପରେ ପ୍ରଶ୍ନ ଉଠିଛି। ପ୍ରକୃତରେ, ଯେଉଁଠାରେ ମୃତଦେହ ଫିଙ୍ଗି ଦିଆଯାଇଥିଲା ସେହି ସ୍ଥାନ ପୋଲିସ ଷ୍ଟେସନ ନିକଟରେ। ଏଭଳି ପରିସ୍ଥିତିରେ ପୋଲିସର ମନିଟରିଂ ଏବଂ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ତେବେ କିଛି ଲୋକ ଏହାକୁ ବ୍ୟବସ୍ଥିତ ବୋଲି କହୁଛନ୍ତି।
କାରଣ ଦେଶରେ ଟିକସ ବୃଦ୍ଧି ଏବଂ ସରକାରୀ ଦୁର୍ନୀତି ବିରୋଧରେ ବିରୋଧ ପ୍ରଦର୍ଶନ ହୋଇସାରିଛି। ଏଭଳି ପରିସ୍ଥିତିରେ କେହି କେହି କହିଛନ୍ତି ଯେ ଏହି ପ୍ରସଙ୍ଗରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଖାଲୁଶାଙ୍କୁ ବ୍ୟବହାର କରାଯାଉଛି।
ଏହି ସନ୍ଦେହକୁ ଖାଲୁଶାଙ୍କ ଓକିଲ ଜନ୍ ମାଇନା ନଡେଗୱା ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ମହକିଲଙ୍କୁ ଅଧିକାରୀମାନେ ଦୁର୍ବ୍ୟବହାର କରିଥିଲେ ଏବଂ ଅପରାଧ ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ। କୋର୍ଟରେ ହାଜର ହେବା ସମୟରେ ଓକିଲ ଖାଲୁଶାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରି ଖାଲୁଶାଙ୍କ ଚିକିତ୍ସା ପାଇଁ ଦାବି କରିଥିଲେ। କିନ୍ତୁ କୋର୍ଟ ଖାଲିଶାଙ୍କ ହେପାଜତ ଅବଧିକୁ ବଢ଼ାଇ ଦେଇଛନ୍ତି ଯାହା ତଦନ୍ତକାରୀ ଅଧିକାରୀଙ୍କୁ ସେମାନଙ୍କ ତଦନ୍ତ କରିବାକୁ ଅଧିକ ସମୟ ଦେବ।
The post ସ୍ତ୍ରୀ ସମେତ ୪୨ ମହିଳାଙ୍କୁ କରିଛି ହତ୍ୟା, ଶବକୁ ଖଣ୍ଡଖଣ୍ଡ କରି… appeared first on Dharitri Odia News.