ସ୍ତ୍ରୀ ହତ୍ୟା ମାମଲାରେ ଜେଲ୍‌ରେ ସ୍ୱାମୀ, ୪ ବର୍ଷ ପରେ ଜୀବିତ ଫେରିଲେ ମହିଳା

ମୁମ୍ଵାଇ ୨୧।୧୦: ବିହାରର ଭୋଜପୁର ଜିଲ୍ଲାରୁ ଡ୍ରାମା ଏବଂ ସସ୍‌ପେନ୍ସ ଭରା ଏକ ଖବର   ଚର୍ଚ୍ଚାର ବିଷୟ ହୋଇଛି । ସ୍ତ୍ରୀଙ୍କ ହତ୍ୟା ଦୋଷରେ ସ୍ୱାମୀ ୪ ବର୍ଷ ଜେଲରେ କାଟିବା ପରେ ସ୍ତ୍ରୀ ଜୀବିତ ଥିବା ଜାଣିବାକୁ ପାଇଛନ୍ତି ।  ଧର୍ମଶିଳା ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଦୀପକ ମାରପିଟ୍‌ କରିବା ପରେ ସେ ବାପଘରକୁ ପଳାଇଥିଲେ । ବାପ ଘରକୁ ଯିବାର ୨  ମାସ ପରେ ମହିଳାଙ୍କ ମା’ଙ୍କ ମୃତ୍ୟୁ  ଘଟିଥିଲା । ପରେ ମହିଳା ଜଣଙ୍କ  ତାଙ୍କ ବାପାଙ୍କ ଖରାପ ନଜରରୁ ବର୍ତ୍ତି  ପାରି ନ ଥିଲେ । ସବୁଆଡ଼ୁ ହତାଶ  ହୋଇ ମହିଳା ଜଣକ ଟ୍ରେନ୍‌ ଲାଇନକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ଆତ୍ମହତ୍ୟା  କରିବାରୁ ରୋକିଥିଲେ । ସେହି ବ୍ୟକ୍ତି ଜଣଙ୍କୁ  ମହିଳା ବିବାହ କରିଥିଲେ । ସେପଟେ ଝିଅକୁ  ନ ପାଇ ବାପା ଅବଧ ବିହାରୀ ସିଂ ଥାନାରେ ଏତଲା ଦେଇଥିଲେ । ଜ୍ୱାଇଁ ତାଙ୍କ  ଝିଅକୁ ହତ୍ୟା କରିଥିବା ମହିଳାଙ୍କ ବାପା ଅଭିଯୋଗରେ ଦର୍ଶାଇଥିଲେ । କିଛି ଦିନ  ପରେ ୨୦୨୦ ଅକ୍ଟୋବର ୩୧ରେ ପୋଲିସକୁ ନଦୀକୂଳରୁ ଏକ ମୃତଦେହ ମିଳିଥିଲା । ସେହି  ମୃତଦେହ ଧର୍ମଶିଳାଙ୍କର ବୋଲି ତାଙ୍କ ବାପା ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ମହିଳାଙ୍କ  ପ୍ରଥମ ସ୍ୱାମୀଙ୍କୁ ଗିରଫ କରିଥିଲା । ମାମଲା ଚାଲିବା ପରେ ପ୍ରଥମ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ   କାରାଦଣ୍ଡାଦେଶ ହୋଇଥିଲା । ଏବେ ୪ ବର୍ଷ ପରେ ପୁଲିସକୁ ମହିଳା ଜଣକ ଜୀବିତ ଅ

ସ୍ତ୍ରୀ ହତ୍ୟା ମାମଲାରେ ଜେଲ୍‌ରେ ସ୍ୱାମୀ, ୪ ବର୍ଷ ପରେ ଜୀବିତ ଫେରିଲେ ମହିଳା

ମୁମ୍ଵାଇ ୨୧।୧୦: ବିହାରର ଭୋଜପୁର ଜିଲ୍ଲାରୁ ଡ୍ରାମା ଏବଂ ସସ୍‌ପେନ୍ସ ଭରା ଏକ ଖବର   ଚର୍ଚ୍ଚାର ବିଷୟ ହୋଇଛି । ସ୍ତ୍ରୀଙ୍କ ହତ୍ୟା ଦୋଷରେ ସ୍ୱାମୀ ୪ ବର୍ଷ ଜେଲରେ କାଟିବା ପରେ ସ୍ତ୍ରୀ ଜୀବିତ ଥିବା ଜାଣିବାକୁ ପାଇଛନ୍ତି ।  ଧର୍ମଶିଳା ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଦୀପକ ମାରପିଟ୍‌ କରିବା ପରେ ସେ ବାପଘରକୁ ପଳାଇଥିଲେ । ବାପ ଘରକୁ ଯିବାର ୨  ମାସ ପରେ ମହିଳାଙ୍କ ମା’ଙ୍କ ମୃତ୍ୟୁ  ଘଟିଥିଲା । ପରେ ମହିଳା ଜଣଙ୍କ  ତାଙ୍କ ବାପାଙ୍କ ଖରାପ ନଜରରୁ ବର୍ତ୍ତି  ପାରି ନ ଥିଲେ । ସବୁଆଡ଼ୁ ହତାଶ  ହୋଇ ମହିଳା ଜଣକ ଟ୍ରେନ୍‌ ଲାଇନକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ଆତ୍ମହତ୍ୟା  କରିବାରୁ ରୋକିଥିଲେ । ସେହି ବ୍ୟକ୍ତି ଜଣଙ୍କୁ  ମହିଳା ବିବାହ କରିଥିଲେ । ସେପଟେ ଝିଅକୁ  ନ ପାଇ ବାପା ଅବଧ ବିହାରୀ ସିଂ ଥାନାରେ ଏତଲା ଦେଇଥିଲେ । ଜ୍ୱାଇଁ ତାଙ୍କ  ଝିଅକୁ ହତ୍ୟା କରିଥିବା ମହିଳାଙ୍କ ବାପା ଅଭିଯୋଗରେ ଦର୍ଶାଇଥିଲେ । 

କିଛି ଦିନ  ପରେ ୨୦୨୦ ଅକ୍ଟୋବର ୩୧ରେ ପୋଲିସକୁ ନଦୀକୂଳରୁ ଏକ ମୃତଦେହ ମିଳିଥିଲା । ସେହି  ମୃତଦେହ ଧର୍ମଶିଳାଙ୍କର ବୋଲି ତାଙ୍କ ବାପା ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ମହିଳାଙ୍କ  ପ୍ରଥମ ସ୍ୱାମୀଙ୍କୁ ଗିରଫ କରିଥିଲା । ମାମଲା ଚାଲିବା ପରେ ପ୍ରଥମ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ   କାରାଦଣ୍ଡାଦେଶ ହୋଇଥିଲା । ଏବେ ୪ ବର୍ଷ ପରେ ପୁଲିସକୁ ମହିଳା ଜଣକ ଜୀବିତ ଅବସ୍ଥାରେ ମିଳିଛନ୍ତି ।