ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ
ବାରିପଦା,୧୫।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ନିତିଦିନ ନରହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି । ଶୁକ୍ରବାର ଦିନବେଳା ବାରିପଦା ସହରରେ ଘରେ ପଶି ନିର୍ମମ ହତ୍ୟା ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଅନ୍ୟ ଏକ ହତ୍ୟା ଘଟଣା ଜିଲାରେ ହୋଲି ପର୍ବକୁ ଫିକା ପକେଇଛି । ସ୍ବାମୀଙ୍କ ଠେଙ୍ଗା ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରଙ୍କୁ ହତ୍ୟାପରେ ରାତି ସାରା ଶବ ପାଖରେ ବସି ରହିଥିଲେ ସ୍ବାମୀ। ଏଭଳି ଘଟଣା ଘଟିଛି ଜିଲାର ଚାନ୍ଦୁଆ […] The post ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ appeared first on Dharitri Odia News.
ବାରିପଦା,୧୫।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ନିତିଦିନ ନରହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି । ଶୁକ୍ରବାର ଦିନବେଳା ବାରିପଦା ସହରରେ ଘରେ ପଶି ନିର୍ମମ ହତ୍ୟା ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଅନ୍ୟ ଏକ ହତ୍ୟା ଘଟଣା ଜିଲାରେ ହୋଲି ପର୍ବକୁ ଫିକା ପକେଇଛି । ସ୍ବାମୀଙ୍କ ଠେଙ୍ଗା ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରଙ୍କୁ ହତ୍ୟାପରେ ରାତି ସାରା ଶବ ପାଖରେ ବସି ରହିଥିଲେ ସ୍ବାମୀ। ଏଭଳି ଘଟଣା ଘଟିଛି ଜିଲାର ଚାନ୍ଦୁଆ ଥାନା ଟଙ୍ଗାଶୋଳ ଅଞ୍ଚଳରେ ।
ସୂଚନାଯୋଗ୍ୟ, କୌଣସି ଘଟଣାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଆଉ ଏହି ଯୁକ୍ତିତର୍କ ହତ୍ୟା ରୂପ ଧାରଣ କରିବା ପରେ ଶେଷରେ ନୃଶଂସ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଶୁକ୍ରବାର ରାତିରେ ସ୍ତ୍ରୀଙ୍କୁ ଠେଙ୍ଗାର ପିଟିପିଟି ମାରିଦେଲେ। ସକାଳୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ସେହିଭଳି ସ୍ତ୍ରୀ ପାଖରେ ବସି ରହିଥିଲେ। ଅଭିଯୁକ୍ତ ସ୍ବାମୀଙ୍କୁୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରୁଛି । ଏହା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି।
The post ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ appeared first on Dharitri Odia News.