ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ: ହତ୍ୟା ପରେ ଗୁଗଲ୍ରେ ସର୍ଚ୍ଚ କଲେ ଏମିତି କଥା..
ଲଣ୍ଡନ,୭।୪: ବ୍ରିଟେନରେ ଏକ ହୃଦୟ ବିଦାରକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଛୁରିଭୂଷିରେ ହତ୍ୟା କରିଛନ୍ତି। ସେ ତାଙ୍କ ୨୦୦ରୁ ଅଧିକ ଖଣ୍ଡରେ କାଟି ନିଜ ରୋଷେଇ ଘରେ ଏକ ସପ୍ତାହ ରଖିଥିଲେ ଏବଂ ପରେ ବନ୍ଧୁଙ୍କ ସାହାଯ୍ୟରେ ନଦୀରେ ଫିଙ୍ଗି ଦେଇଥିଲେ। ୨୮ ବର୍ଷିୟା ନିକୋଲାସ ମେଟସନ ତାଙ୍କର ୨୬ ବର୍ଷିୟା ସ୍ତସ୍ତ୍ରୀ ହୋଲି ବ୍ରାମଲିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ପୋଲିସ ସନ୍ଦେହ […] The post ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ: ହତ୍ୟା ପରେ ଗୁଗଲ୍ରେ ସର୍ଚ୍ଚ କଲେ ଏମିତି କଥା.. appeared first on Dharitri Odia News.
ଲଣ୍ଡନ,୭।୪: ବ୍ରିଟେନରେ ଏକ ହୃଦୟ ବିଦାରକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଛୁରିଭୂଷିରେ ହତ୍ୟା କରିଛନ୍ତି। ସେ ତାଙ୍କ ୨୦୦ରୁ ଅଧିକ ଖଣ୍ଡରେ କାଟି ନିଜ ରୋଷେଇ ଘରେ ଏକ ସପ୍ତାହ ରଖିଥିଲେ ଏବଂ ପରେ ବନ୍ଧୁଙ୍କ ସାହାଯ୍ୟରେ ନଦୀରେ ଫିଙ୍ଗି ଦେଇଥିଲେ। ୨୮ ବର୍ଷିୟା ନିକୋଲାସ ମେଟସନ ତାଙ୍କର ୨୬ ବର୍ଷିୟା ସ୍ତସ୍ତ୍ରୀ ହୋଲି ବ୍ରାମଲିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।
ପୋଲିସ ସନ୍ଦେହ କରୁଛ, ମେଟସନ ହୁଏତ ତାଙ୍କ ସ୍ତ୍ରୀଙ୍କୁ ଶୋଇବା ଘରେ ଏକାଧିକ ଥର ଛୁରାମାଡ଼ କରି ବାଥରୁମରେ ତାଙ୍କ ଶରୀରକୁ ଭାଙ୍ଗି ଦେଇଥାଇ ପାରନ୍ତି। ଏହା ପରେ ସେ ଶରୀରର ଖଣ୍ଡଗୁଡ଼ିକୁ ପ୍ଲାଷ୍ଟିକ ବ୍ୟାଗ ପୂରାଇ ଫ୍ରିଜରେ ରଖିଲେ। ପ୍ରାୟ ଏକ ସପ୍ତାହ ପରେ। ପୋଲିସ ତାଙ୍କ ଦ୍ୱାରରେ ପହଞ୍ଚିବା ପୂର୍ବରୁ ସେ ନିଜ ବନ୍ଧୁଙ୍କ ସହାୟତାରେ ମୃତଶରୀର ପିଙ୍ଗିଥିଲେ।
ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସେ ଗୁଗଲ୍ରେ ସର୍ଚ୍ଚ କରିଥିଲେ ଯେ,ଯଦି ମୋ ସ୍ତ୍ରୀ ମରିଯାଏ ତେବେ ମୁଁ କ’ଣ ଲାଭ ପାଇବି” ଏବଂ ‘ମୁଁ ମରିବା ପରେ କେହି ମୋତେ ହଇରାଣ କରିପାରନ୍ତି କି?
The post ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ: ହତ୍ୟା ପରେ ଗୁଗଲ୍ରେ ସର୍ଚ୍ଚ କଲେ ଏମିତି କଥା.. appeared first on Dharitri Odia News.