ସ୍ଥଗିତ ହେଲା ଏପ୍ରିଲ ୨୬ରେ ହେବାକୁ ଥିବା ଏମସିଡି ମେୟର ନିର୍ବାଚନ
ନୂଆଦିଲ୍ଲୀ: ଏପ୍ରିଲ ୨୬ରେ ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚକୁ ପ୍ରିଜାଇଡିଂ ଅଧିକାରୀଙ୍କ ନିଯୁକ୍ତି ନହେବା କାରଣରୁ ସ୍ଥଗିତ କରାଯାଇଛି। ଏନେଇ ଏମସିଡି ତରଫରୁ ଗୁରୁବାର ସୂଚନା ଦିଆଯାଇଛି। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ତରଫରୁ ରାଜଭବନ ମଧ୍ୟ ପତ୍ର ଜାରି ନିର୍ବାଚନ ସ୍ଥଗିତ ହେବା ସୂଚନା ଦିଆଯାଇଛି। ପତ୍ରରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବିନା ପ୍ରିଜାଇଡିଂ ଅଧିକାରୀଙ୍କୁ ନିଯୁକ୍ତ କରିବା ସମ୍ଭବ ନୁହେଁ। ଆଉ ଏଭଳି ସ୍ଥିତିରେ ପ୍ରଶାସକ ଭାବରେ ନିଜ ଶକ୍ତିର ପ୍ରୟୋଗ କରିବାକୁ ଉଚିତ ହେବନାହିଁ। ଏହା ପୂର୍ବରୁ ଗୁରୁବାର ଆପ ନେତା ଏବଂ ଦିଲ୍ଲୀ ସରକାରରେ ମନ୍ତ୍ରୀ ସୌରଭ ଭାରଦ୍ବାଜ ଏକ ଗଣମାଧ୍ୟମ ସମ୍ମିଳନୀରେ ଦିଲ୍ଳୀ ମେୟର ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ନିଯୁକ୍ତ ନହେବା କାରଣରୁ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଏପ୍ରିଲ ୨୫ ସକାଳ ୯ଟାରେ ମେୟର ନିର୍ବାଚନ ହେବାର ଅଛି କିନ୍ତୁ ଏପର୍ଯ୍ୟନ୍ତ କେହି ପ୍ରିଜାଇଡିଂ ଅଫିସରଙ୍କ ଫାଇଲ ଆମ ପାଖକୁ ଆସିନାହିଁ। ସେ ଆହୁରି କହିଥିଲେ ଏଲଜି କେରଳ ଭ୍ରମଣରେ ଯାଇଛନ୍ତି । ଯେତେବେଳେକି ଏଠାରେ ଜରୁରୀ କାମ ଅଟକିପଡ଼ିଛି। ’’ଆଉ ଏହି ଏମିସିଡି ନିର୍ବାଚନ ରଦ୍ଦ ନେଇ ମଧ୍ୟ ଆପ୍ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ। ସୌରଭ ଭାରଦ୍ବାଜ ଗଣମାଧ୍ୟମ ସମ୍ମିଳନୀରେ କହିଥିଲେ ଯେ, ବିଜେପି କୌଣସି ନୂଆ ଷଡ଼ଯନ୍ତ୍ର କରୁଛି
ନୂଆଦିଲ୍ଲୀ: ଏପ୍ରିଲ ୨୬ରେ ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚକୁ ପ୍ରିଜାଇଡିଂ ଅଧିକାରୀଙ୍କ ନିଯୁକ୍ତି ନହେବା କାରଣରୁ ସ୍ଥଗିତ କରାଯାଇଛି। ଏନେଇ ଏମସିଡି ତରଫରୁ ଗୁରୁବାର ସୂଚନା ଦିଆଯାଇଛି। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ତରଫରୁ ରାଜଭବନ ମଧ୍ୟ ପତ୍ର ଜାରି ନିର୍ବାଚନ ସ୍ଥଗିତ ହେବା ସୂଚନା ଦିଆଯାଇଛି। ପତ୍ରରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବିନା ପ୍ରିଜାଇଡିଂ ଅଧିକାରୀଙ୍କୁ ନିଯୁକ୍ତ କରିବା ସମ୍ଭବ ନୁହେଁ। ଆଉ ଏଭଳି ସ୍ଥିତିରେ ପ୍ରଶାସକ ଭାବରେ ନିଜ ଶକ୍ତିର ପ୍ରୟୋଗ କରିବାକୁ ଉଚିତ ହେବନାହିଁ।
ଏହା ପୂର୍ବରୁ ଗୁରୁବାର ଆପ ନେତା ଏବଂ ଦିଲ୍ଲୀ ସରକାରରେ ମନ୍ତ୍ରୀ ସୌରଭ ଭାରଦ୍ବାଜ ଏକ ଗଣମାଧ୍ୟମ ସମ୍ମିଳନୀରେ ଦିଲ୍ଳୀ ମେୟର ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ନିଯୁକ୍ତ ନହେବା କାରଣରୁ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଏପ୍ରିଲ ୨୫ ସକାଳ ୯ଟାରେ ମେୟର ନିର୍ବାଚନ ହେବାର ଅଛି କିନ୍ତୁ ଏପର୍ଯ୍ୟନ୍ତ କେହି ପ୍ରିଜାଇଡିଂ ଅଫିସରଙ୍କ ଫାଇଲ ଆମ ପାଖକୁ ଆସିନାହିଁ। ସେ ଆହୁରି କହିଥିଲେ ଏଲଜି କେରଳ ଭ୍ରମଣରେ ଯାଇଛନ୍ତି । ଯେତେବେଳେକି ଏଠାରେ ଜରୁରୀ କାମ ଅଟକିପଡ଼ିଛି। ’’
ଆଉ ଏହି ଏମିସିଡି ନିର୍ବାଚନ ରଦ୍ଦ ନେଇ ମଧ୍ୟ ଆପ୍ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ। ସୌରଭ ଭାରଦ୍ବାଜ ଗଣମାଧ୍ୟମ ସମ୍ମିଳନୀରେ କହିଥିଲେ ଯେ, ବିଜେପି କୌଣସି ନୂଆ ଷଡ଼ଯନ୍ତ୍ର କରୁଛି। ଫଳରେ ଦିଲ୍ଲୀରେ ମେୟର ନିର୍ବାଚନ ନହେବ। ଆଉ ଯଦି ହେବ ତାହା ବେଇମାନୀରେ। ’