ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରାଜରାସ୍ତାରେ
ପୁରୀ : ସ୍ଥାୟୀ ନିଯୁକ୍ତି ଦାବି କରି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ। ଯଦି ସେମାନଙ୍କ ଦାବି ପୂରଣ ନକରାଯାଏ ତାହା ହେଲେ କାର୍ଯ୍ୟକ୍ଷେତ୍ରରେ ଅସହଯୋଗ କରି କାମ ବନ୍ଦ କରିବେ ବୋଲି ଅଡି ବସିଛନ୍ତି କର୍ମଚାରୀ। ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର କର୍ମ ତରଫରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଆଯାଇଛି। ଆଜି ପୁରୀ ଜିଲ୍ଲାର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦାନ କରି କାମରେ […] The post ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରାଜରାସ୍ତାରେ appeared first on KNews Odisha.

ପୁରୀ : ସ୍ଥାୟୀ ନିଯୁକ୍ତି ଦାବି କରି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ। ଯଦି ସେମାନଙ୍କ ଦାବି ପୂରଣ ନକରାଯାଏ ତାହା ହେଲେ କାର୍ଯ୍ୟକ୍ଷେତ୍ରରେ ଅସହଯୋଗ କରି କାମ ବନ୍ଦ କରିବେ ବୋଲି ଅଡି ବସିଛନ୍ତି କର୍ମଚାରୀ। ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର କର୍ମ ତରଫରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଆଯାଇଛି।
ଆଜି ପୁରୀ ଜିଲ୍ଲାର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦାନ କରି କାମରେ ଅସହଯୋଗ କରିବେ ଏବଂ ଆଗାମୀ ନିର୍ବାଚନରେ ଭୋଟକୁ ବର୍ଜନ କରିବେ। ଏହା ସହ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ଭୋଟ ବର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି । ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ଓ ଓଡିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ତରଫରୁ ବାରମ୍ବାର ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ ନ କରିବାରୁ ଏହି ଚରମ ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ୧୮ ବର୍ଷ କାଳ ନିରନ୍ତର ଓ ନିରବିଛିର୍ନ ସେବା ଯୋଗାଇ ସ୍ୱାସ୍ଥ୍ୟ ସେବାରେ ଭାରତ ମାନଚିତ୍ରରେ ଓଡିଶାକୁ ଟୀକା କରଣ ରେ ୧ ନମ୍ବର , TB ନିରାକରଣରେ ୨ ନ ଓ ମାତୃ ଓ ଶିଶୁ ମୃତ୍ୟୁ ରୋକିବାରେ ୧ନ ଓ ମେଲେରିଆ ନିରାକରଣ ରେ ୧ ନ ,abha ID ରେ ୧ନମ୍ବର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପରିଚୟ୍ ଦେବା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ଏଣୁ ସରକାରଙ୍କୁ ଅସହଯୋଗ କରିବା ସହିତ ପରିବାର ତଥା ନିଜଲୋକଙ୍କ ସହିତ ଭୋଟ୍ ବର୍ଜନ କରିବାପାଇଁ ଚେତାବନୀ ଦେଇଛି ସଂଘ । ସେପଟେ ଦାବିକୁ ଗ୍ରହଣ କରାଯାଇଛି ବୋଲି ସିଡିଏମ୍ଓ କହିବା ସହ ଆଜି ଏକ ହାଇଲେବଲ ବୈଠକ କରାଯାଉଛି। ଠିକା କର୍ମଚାରୀଙ୍କର ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଇଛି। ଯଦି ତଥାପି ସେମାନେ ଅସହଯୋଗ କରିବେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ସିଡିଏମ୍ଓ କହିଛନ୍ତି l
The post ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରାଜରାସ୍ତାରେ appeared first on KNews Odisha.