ସ୍ଥିତି ସମୀକ୍ଷାକଲା ବିଜେଡି ପ୍ରତିନିଧି ଦଳ
ମାଲକାନଗିର/ଏମ୍ଭି ୭୯, ୯ା୮(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ):ପୋଲାଭରମ୍ ପ୍ରକଳ୍ପକୁ ନେଇ ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ ଗୁରୁବାର ପହଞ୍ଚତ୍ କ୍ଷୟକ୍ଷତି ହେବାକୁ ଥିବା ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡି ଟିମ୍ ପୋଲାଭରମ୍ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ମାଲକାନଗିରି ଜିଲା ମୋଟୁ ଓ […] The post ସ୍ଥିତି ସମୀକ୍ଷାକଲା ବିଜେଡି ପ୍ରତିନିଧି ଦଳ appeared first on Dharitri Odia News.
ମାଲକାନଗିର/ଏମ୍ଭି ୭୯, ୯ା୮(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ):ପୋଲାଭରମ୍ ପ୍ରକଳ୍ପକୁ ନେଇ ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ ଗୁରୁବାର ପହଞ୍ଚତ୍ କ୍ଷୟକ୍ଷତି ହେବାକୁ ଥିବା ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।
ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡି ଟିମ୍ ପୋଲାଭରମ୍ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ମାଲକାନଗିରି ଜିଲା ମୋଟୁ ଓ ଆନ୍ଧ୍ରପ୍ରଦେଶର କାଲୁର ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଭୃଗୁ ବକ୍ସିପାତ୍ର, ଝିନ୍ନ ହିକ୍କା, ରମେଶ ମାଝୀ, ଈଶ୍ୱର ପାଣିଗ୍ରାହୀ, ରଘୁରାମ ପାଡାଲଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଜେଡି ନେତାମାନେ ସାମିଲ ହୋଇଥିଲେ। ପ୍ରତିନିଧି ଦଳ ମୋଟୁ, ଆଲାମା, ପେଟା ଓ ବିନାୟକପୁର ଆଦି ଗ୍ରାମର ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ଆନ୍ଧ୍ରର କାଲେର ଗ୍ରାମକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ପ୍ରତିନିଧିମଣ୍ଡଳୀ ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରିବା ସହ ଭୌଗୋଳିକ ଓ ବୈଷୟିକ ଦିଗକୁ ଅନୁଧ୍ୟାନ କରିଛନ୍ତି। ଏହା ସହ ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି। ଟିମ୍ ପକ୍ଷରୁ କୁହାଯାଇଛି, ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ୭୦%ରୁ ଊର୍ଦ୍ଧ୍ୱ ଶେଷ ହେବାକୁ ବସିଲାଣି। ଏହି ପ୍ରକଳ୍ପ ଯୋଗୁ ଜିଲାର ମୋଟୁ ଅଞ୍ଚଳରେ ବିଗତ ଦିନରେ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ଠିକ୍ ଭାବେ ନ ହୋଇ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କାରେ ଅଞ୍ଚଳବାସୀ ରହୁଛନ୍ତି ।
ଆରମ୍ଭରୁ ଓଡ଼ିଶାରେ ଥିବା ବିଜେଡି ଏହାକୁ ବିରୋଧ କରିଆସିଛି। ଛତିଶଗଡ଼ ସରକାର ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏ ନେଇ ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏପର୍ଯ୍ୟନ୍ତ ଗ୍ରାମସଭା କିମ୍ବା ଠିକ୍ ସର୍ଭେ ହୋଇନାହିଁ। ଫଳରେ ମାଲକାନଗିରିର ମୋଟୁ ଅଞ୍ଚଳ ପ୍ରତି ବିପଦ ରହିଛି।
ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଅତନୁ କହିିଛନ୍ତି, ଏହି ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ବହୁଗ୍ରାମ ପ୍ରଭାବିତ ହେବ। ପୂର୍ବରୁ ଏହି ପ୍ରକଳ୍ପ ଯୋଗୁ ଜିଲାରେ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଗକୁ ଏହା ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ୨୦୨୨ରେ ଏଠାରେ ସ୍ଥିତି ଅଣାୟତ୍ତ ହେବା ସହ ୧୫୯ ଫୁଟ ଉଚ୍ଚର ଜଳ ଆସିଥିବା ନେଇ ସ୍ଥାନୀୟ ଲୋକେ କହିିଥିବା ଅତନୁ କହିଛନ୍ତି। କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବି ନନ୍ଦ, ମାନସ ମାଡକାମୀ, ଗୋପାଳ ପଣ୍ଡା ପ୍ରମୁଖଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ।
The post ସ୍ଥିତି ସମୀକ୍ଷାକଲା ବିଜେଡି ପ୍ରତିନିଧି ଦଳ appeared first on Dharitri Odia News.