ସ୍ପାଇସ୍‌ ଜେଟ୍‌ ବିମାନ ୧୦ ଘଣ୍ଟା ବିଳମ୍ବ

ମୁମ୍ବାଇ: ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବକୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ଯାତ୍ରୀମାନେ ପ୍ରତିବାଦ କରିଛନ୍ତି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରୁ ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଦୁବାଇ ଯିବା ନିମନ୍ତେ ରାତି ୧ଟା ୫୦ ମିନିଟ୍‌ ସମୟ ଧାର୍ଯ୍ୟ ହୋଇଥିଲା। ବିମାନବନ୍ଦରରେ ଯାତ୍ରା ନିମନ୍ତେ ଆସିଥିବା ଯାତ୍ରୀଙ୍କୁ ବିମାନରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଯାତ୍ରାରେ ବିଳମ୍ବ ଘଟିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ଏହି ବିଳମ୍ବ ୧୦ ଘଣ୍ଟାକୁ […]

ସ୍ପାଇସ୍‌ ଜେଟ୍‌ ବିମାନ ୧୦ ଘଣ୍ଟା ବିଳମ୍ବ

ମୁମ୍ବାଇ: ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବକୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ଯାତ୍ରୀମାନେ ପ୍ରତିବାଦ କରିଛନ୍ତି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରୁ ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଦୁବାଇ ଯିବା ନିମନ୍ତେ ରାତି ୧ଟା ୫୦ ମିନିଟ୍‌ ସମୟ ଧାର୍ଯ୍ୟ ହୋଇଥିଲା। ବିମାନବନ୍ଦରରେ ଯାତ୍ରା ନିମନ୍ତେ ଆସିଥିବା ଯାତ୍ରୀଙ୍କୁ ବିମାନରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଯାତ୍ରାରେ ବିଳମ୍ବ ଘଟିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ଏହି ବିଳମ୍ବ ୧୦ ଘଣ୍ଟାକୁ ଅଧିକ ସମୟ ଧରି ରହିଥିଲା‌। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ପକ୍ଷରୁ ଆବଶ୍ୟକ ଖାଦ୍ୟ, ପାଣି ଆଦି ପ୍ରଦାନ କରାଯାଇନଥିଲା। ଏହାଫଳରେ ଯାତ୍ରୀମାନେ ରାଗି ଯାଇ ଟର୍ମିନାଲ ଭିତରେ ପ୍ରତିବାଦ କରିବା ସହିତ ଏୟାରଲାଇନ୍ସ ବିରୋଧରେ ସ୍ଲୋଗାନ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଏହି ପ୍ରତିବାଦ ଭାଇରାଲ ହୋଇଛି।