ସ୍ପିନ୍ ଯାଦୁଗରଙ୍କ ଦମଦାର୍ ରେକର୍ଡ, ଟେଷ୍ଟରେ ତାଙ୍କ ସମକକ୍ଷ ହେବା ଅନ୍ୟ ପ୍ଲେୟରଙ୍କ ପାଇଁ କାଠିକର

ନୂଆଦିଲ୍ଲୀ ୧୯।୧୨: ଟିମ୍ ଇଣ୍ଡିଆର ସ୍ପିନ୍ ଯାଦୁଗର । ଆନ୍ତର୍ଜାତୀୟ କ୍ରିକେଟରୁ ନେଇଛନ୍ତି ସନ୍ୟାସ । ଅବସର ନେବା ପୂର୍ବରୁ ରଚିସାରିଛନ୍ତି ଅନେକ ରେକର୍ଡ । ଆସନ୍ତୁ ଜାଣିବା ତାଙ୍କର ଦମଦାର୍ ରେକର୍ଡ ବିଷୟରେ…ଟିମ୍ ଇଣ୍ଡିଆ ପାଇଁ ୧୨-୧୩ ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ଅଂଶ ରହିଥିଲେ । ଅଶ୍ବିନ ତାଙ୍କ କ୍ୟାରିୟରରେ ୧୦୬ଟି ଟେଷ୍ଟ ମ୍ୟାଚ୍‌ରେ ୨୦୦ ଇନିଂସରେ ନେଇଛନ୍ତି ୫୩୭ ୱିକେଟ୍ । ଯାହା କ୍ରିକେଟ ଇତିହାସରେ କୌଣସି ଭାରତୀୟ ନେଇଥିବା ଦ୍ବିତୀୟ ସର୍ବାଧିକ ଓ୍ବିକେଟ୍ । ତାଙ୍କ ଆଗରେ କେବଳ ରହିଛନ୍ତି ଅନିଲ୍ କୁମ୍ବଲେ । ସେହିପରି ଓ୍ବାର୍ଲ୍ଡ କ୍ରିକେଟରେ ସବୁଠାରୁ ଅଧିକ ଓ୍ବିକେଟ ନେବାରେ ସେ ୭ମ ସ୍ଥାନରେ ରହିଛନ୍ତି । ସେ ଘରୋଇ କ୍ରିକେଟରେ ନେଇଛନ୍ତି ୪୭୫ ୱିକେଟ୍ । ଯାହାକି ଭାରତୀୟ ବୋଲରଙ୍କ ଦ୍ବାରା ନିଆଯାଇଥିବା ସର୍ବାଧିକ ୱିକେଟ୍ । ଅଶ୍ବିନୀ ଅନିଲ୍ କୁମ୍ବଲେଙ୍କ ଠାରୁ ମାତ୍ର ୧ ଓ୍ବିକେଟରେ ପଛରେ ରହିଛନ୍ତି । କୁମ୍ବଲେ ନିଜ କ୍ୟାରିୟରରେ ନେଇଛନ୍ତି ୪୭୬ ୱିକେଟ୍ । ଅଶ୍ବିନ ୧୧ ଥର ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ହାତେଇଛନ୍ତି । ଯାହା ଟେଷ୍ଟ ମ୍ୟାଚ୍ରେ କୌଣସି ପ୍ଲେୟରଙ୍କ ଦ୍ବାରା ଜିତାଯାଇଥିବା ସର୍ବାଧିକ   ପୁରସ୍କାର । ତାଙ୍କ ବ୍ୟତୀତ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନ ମିଳିତ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି । ଏହାବ୍ୟତୀତ ସବୁ ଫର୍ମାଟରେ ତାଙ୍କ ନାଁରେ ସପ୍ତମ ସର୍ବାଧିକ ପୁରସ୍କାର ରହ

ସ୍ପିନ୍ ଯାଦୁଗରଙ୍କ ଦମଦାର୍ ରେକର୍ଡ, ଟେଷ୍ଟରେ ତାଙ୍କ ସମକକ୍ଷ ହେବା ଅନ୍ୟ ପ୍ଲେୟରଙ୍କ ପାଇଁ କାଠିକର

ନୂଆଦିଲ୍ଲୀ ୧୯।୧୨: ଟିମ୍ ଇଣ୍ଡିଆର ସ୍ପିନ୍ ଯାଦୁଗର । ଆନ୍ତର୍ଜାତୀୟ କ୍ରିକେଟରୁ ନେଇଛନ୍ତି ସନ୍ୟାସ । ଅବସର ନେବା ପୂର୍ବରୁ ରଚିସାରିଛନ୍ତି ଅନେକ ରେକର୍ଡ । ଆସନ୍ତୁ ଜାଣିବା ତାଙ୍କର ଦମଦାର୍ ରେକର୍ଡ ବିଷୟରେ…

ଟିମ୍ ଇଣ୍ଡିଆ ପାଇଁ ୧୨-୧୩ ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ଅଂଶ ରହିଥିଲେ । ଅଶ୍ବିନ ତାଙ୍କ କ୍ୟାରିୟରରେ ୧୦୬ଟି ଟେଷ୍ଟ ମ୍ୟାଚ୍‌ରେ ୨୦୦ ଇନିଂସରେ ନେଇଛନ୍ତି ୫୩୭ ୱିକେଟ୍ । ଯାହା କ୍ରିକେଟ ଇତିହାସରେ କୌଣସି ଭାରତୀୟ ନେଇଥିବା ଦ୍ବିତୀୟ ସର୍ବାଧିକ ଓ୍ବିକେଟ୍ । ତାଙ୍କ ଆଗରେ କେବଳ ରହିଛନ୍ତି ଅନିଲ୍ କୁମ୍ବଲେ । 

ସେହିପରି ଓ୍ବାର୍ଲ୍ଡ କ୍ରିକେଟରେ ସବୁଠାରୁ ଅଧିକ ଓ୍ବିକେଟ ନେବାରେ ସେ ୭ମ ସ୍ଥାନରେ ରହିଛନ୍ତି । ସେ ଘରୋଇ କ୍ରିକେଟରେ ନେଇଛନ୍ତି ୪୭୫ ୱିକେଟ୍ । ଯାହାକି ଭାରତୀୟ ବୋଲରଙ୍କ ଦ୍ବାରା ନିଆଯାଇଥିବା ସର୍ବାଧିକ ୱିକେଟ୍ । ଅଶ୍ବିନୀ ଅନିଲ୍ କୁମ୍ବଲେଙ୍କ ଠାରୁ ମାତ୍ର ୧ ଓ୍ବିକେଟରେ ପଛରେ ରହିଛନ୍ତି । କୁମ୍ବଲେ ନିଜ କ୍ୟାରିୟରରେ ନେଇଛନ୍ତି ୪୭୬ ୱିକେଟ୍ । 

ଅଶ୍ବିନ ୧୧ ଥର ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ହାତେଇଛନ୍ତି । ଯାହା ଟେଷ୍ଟ ମ୍ୟାଚ୍ରେ କୌଣସି ପ୍ଲେୟରଙ୍କ ଦ୍ବାରା ଜିତାଯାଇଥିବା ସର୍ବାଧିକ   ପୁରସ୍କାର । ତାଙ୍କ ବ୍ୟତୀତ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନ ମିଳିତ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି । 

ଏହାବ୍ୟତୀତ ସବୁ ଫର୍ମାଟରେ ତାଙ୍କ ନାଁରେ ସପ୍ତମ ସର୍ବାଧିକ ପୁରସ୍କାର ରହିଛି । ୯୮ ମ୍ୟାଚରେ ୫୦୦ ଟେଷ୍ଟ ୱିକେଟ୍ ନେଇଥିବା ଦ୍ବିତୀୟ ଫାଷ୍ଟ ବୋଲର ହେଉଛନ୍ତି ଅଶ୍ବିନ । ସେ ୩୭ଥର ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେଇଛନ୍ତି । 

ଯେଉଁଥିରେ ମୁରଲୀଧରନଙ୍କ ପରେ ଅଶ୍ବିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟେଷ୍ଟ ମ୍ୟାଚରେ ଅଶ୍ବିନ ବେନ ଷ୍ଟୋକ୍ସଙ୍କୁ ୧୩ଥର ଆଉଟ୍ କରିଛନ୍ତି । ଯାହା ଜଣେ ଭାରତୀୟ ବୋଲରଙ୍କ ଦ୍ବାରା ଜଣେ ବ୍ୟାଟରଙ୍କୁ  କରାଯାଇଥିଲା ସର୍ବାଧିକ ଆଉଟ୍ ।