ସ୍ପେଡେକ୍ସ ସାଟେଲାଇଟ୍କୁ ଅଲଗା କଲା ଇସ୍ରୋ
ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍କ୍ସ ସାଟେଲାଇଟ୍ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ, ମହାକାଶକୁ ମାନବ ପ୍ରେରଣ ଏବଂ ନିଜସ୍ବ ସ୍ପେସ୍ ଷ୍ଟେଶନ ନିର୍ମାଣ କରିବା ପାଇଁ ପଥ ପରିଷ୍କାର ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ୍ସ’ରେ ପୋଷ୍ଟ କରି ସାଟେଲାଇଟ୍ଗୁଡ଼ିକର ସଫଳ ଡି-ଡକିଂ ସମ୍ପର୍କରେ ଘୋଷଣା କରିବା ସହ ଇସ୍ରୋ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତବର୍ଷ ଡିସେମ୍ବର ୩୦ରେ ସ୍ପେଡେକ୍ସକୁ ମହାକାଶକୁ ପଠାଯାଇଥିଲା। […] The post ସ୍ପେଡେକ୍ସ ସାଟେଲାଇଟ୍କୁ ଅଲଗା କଲା ଇସ୍ରୋ appeared first on Dharitri Odia News.
ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍କ୍ସ ସାଟେଲାଇଟ୍ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ, ମହାକାଶକୁ ମାନବ ପ୍ରେରଣ ଏବଂ ନିଜସ୍ବ ସ୍ପେସ୍ ଷ୍ଟେଶନ ନିର୍ମାଣ କରିବା ପାଇଁ ପଥ ପରିଷ୍କାର ହୋଇଯାଇଛି।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ୍ସ’ରେ ପୋଷ୍ଟ କରି ସାଟେଲାଇଟ୍ଗୁଡ଼ିକର ସଫଳ ଡି-ଡକିଂ ସମ୍ପର୍କରେ ଘୋଷଣା କରିବା ସହ ଇସ୍ରୋ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତବର୍ଷ ଡିସେମ୍ବର ୩୦ରେ ସ୍ପେଡେକ୍ସକୁ ମହାକାଶକୁ ପଠାଯାଇଥିଲା।
ମହାକାଶରେ ଡକିଂ ଅଭିଜ୍ଞତା ପାଇଁ ଇସ୍ରୋ ଏସ୍ଡିଏକ୍ସ୦୧ ଏବଂ ଏସ୍ଡିଏକ୍ସ୦୨ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିଥିଲା। ଏକାଧିକ ଉଦ୍ୟମ ପରେ ଜାନୁଆରୀ ୧୬ରେ ୨ ସାଟେଲାଇଟ୍କୁ ଏକାଠି କରାଯାଇଥିଲା।
The post ସ୍ପେଡେକ୍ସ ସାଟେଲାଇଟ୍କୁ ଅଲଗା କଲା ଇସ୍ରୋ appeared first on Dharitri Odia News.