ସ୍ପେଶାଲ ସ୍କ୍ବାଡ ପଞ୍ଝାରେ ଡକାୟତି ଗ୍ୟାଙ୍ଗ, ବିପୁଳ ସୁନା ଗହଣା ଜବତ
ଭୁବନେଶ୍ୱର ୧୩।୦୪ : ସ୍ପେଶାଲ ସ୍କ୍ବାଡ ପଞ୍ଝାରେ ଡକାୟତି ଗ୍ୟାଙ୍ଗ । ଚାରି ଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଡକାୟତଙ୍କ ନିକଟରୁ ପ୍ରାୟ ୧ କେଜି ଓଜନର ସୁନା ଗହଣା ଜବତ ହୋଇଛି । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ଡକାୟତି କରୁଥିଲେ । ଯାହାକୁ ନେଇ ସାଧାରଣ ଲୋକ ତଥା ପୋଲିସ ବି ଚିନ୍ତାରେ ଥିଲା । ହେଲେ ଏବେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା । ୪ ଜଣ ଡକାୟତଙ୍କୁ ଗିରଫ କରିଛି କମିଶରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ । ଏହାସହିତ ସେମାନଙ୍କ ନିକଟରୁ ୧ କେଜି ଓଜନର ସୁନା-ଗହଣା ଜବତ କରିଛି । ସେପଟେ ଗିରଫ ପରେ ସେମାନଙ୍କୁ ଜେରା ମଧ୍ୟ ଚାଲିଛି । ଏହି ଲୁଟ୍ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ପଚରାଉଚରା ଚାଲିଛି । ଏହି ଲୁଟ୍ ଘଟଣାରେ ସାମିଲ ଥିବା ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ଭୁବନେଶ୍ୱର ୧୩।୦୪ : ସ୍ପେଶାଲ ସ୍କ୍ବାଡ ପଞ୍ଝାରେ ଡକାୟତି ଗ୍ୟାଙ୍ଗ । ଚାରି ଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଡକାୟତଙ୍କ ନିକଟରୁ ପ୍ରାୟ ୧ କେଜି ଓଜନର ସୁନା ଗହଣା ଜବତ ହୋଇଛି ।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ଡକାୟତି କରୁଥିଲେ । ଯାହାକୁ ନେଇ ସାଧାରଣ ଲୋକ ତଥା ପୋଲିସ ବି ଚିନ୍ତାରେ ଥିଲା । ହେଲେ ଏବେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା । ୪ ଜଣ ଡକାୟତଙ୍କୁ ଗିରଫ କରିଛି କମିଶରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ । ଏହାସହିତ ସେମାନଙ୍କ ନିକଟରୁ ୧ କେଜି ଓଜନର ସୁନା-ଗହଣା ଜବତ କରିଛି ।
ସେପଟେ ଗିରଫ ପରେ ସେମାନଙ୍କୁ ଜେରା ମଧ୍ୟ ଚାଲିଛି । ଏହି ଲୁଟ୍ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ପଚରାଉଚରା ଚାଲିଛି । ଏହି ଲୁଟ୍ ଘଟଣାରେ ସାମିଲ ଥିବା ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।