ସ୍ବଚ୍ଛ ଭାରତ ମିଶନରେ ଉତ୍ତମ ପ୍ରଦର୍ଶନ: ରାଜ୍ୟସ୍ତରରେ ଚମାଖଣ୍ଡି ପଞ୍ଚାୟତ ସମ୍ମାନିତ
ଛତ୍ରପୁର,୨୭।୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟ ସ୍ତରରେ ଆୟୋଜିତ ସଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତକୁ ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ ଯୋଜନାରେ ଉତ୍ତମ ପ୍ରଦର୍ଶନ କରିଥିବା ଯୋଗୁ ସମ୍ମାନିତ କରାଯାଇଅଛି। ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ଦିତୀୟ ପର୍ଯ୍ୟାୟ ଅନୁଯାୟୀ ସମସ୍ତ ବର୍ଗରେ ଚମାଖଣ୍ଡି ପଞ୍ଚାୟତ ସଠିକ କାର୍ଯ୍ୟ ସହିତ ପରିଚାଳନା କରିଥିବାରୁ ଏହି ପୁରସ୍କାର ପାଇଛି। ପୁରୀ ଜିଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ […] The post ସ୍ବଚ୍ଛ ଭାରତ ମିଶନରେ ଉତ୍ତମ ପ୍ରଦର୍ଶନ: ରାଜ୍ୟସ୍ତରରେ ଚମାଖଣ୍ଡି ପଞ୍ଚାୟତ ସମ୍ମାନିତ appeared first on Dharitri Odia News.
ଛତ୍ରପୁର,୨୭।୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟ ସ୍ତରରେ ଆୟୋଜିତ ସଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତକୁ ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ ଯୋଜନାରେ ଉତ୍ତମ ପ୍ରଦର୍ଶନ କରିଥିବା ଯୋଗୁ ସମ୍ମାନିତ କରାଯାଇଅଛି। ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ଦିତୀୟ ପର୍ଯ୍ୟାୟ ଅନୁଯାୟୀ ସମସ୍ତ ବର୍ଗରେ ଚମାଖଣ୍ଡି ପଞ୍ଚାୟତ ସଠିକ କାର୍ଯ୍ୟ ସହିତ ପରିଚାଳନା କରିଥିବାରୁ ଏହି ପୁରସ୍କାର ପାଇଛି।
ପୁରୀ ଜିଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଏହି ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥ ଭାବେ କେନ୍ଦ୍ର ଜଳ ଓ ଶକ୍ତି ମନ୍ତ୍ରୀ ସିଆର ପାଟିଲ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ଚମାଖଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ସିଏଚ ମନୋଜ କୁମାର ରେଡ୍ଡୀ, ପିଇଓ ଦଣ୍ଡପାଣି ପ୍ରଧାନ, ମା’ମଙ୍ଗଳା ଏସଏଚଜି ଗ୍ରୁପର ସଦସ୍ୟା ସୁଷମା ନାୟକ ଓ ସବିତା ନାୟକଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସ୍ଥାନୀୟ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ସମେତ ଅନ୍ୟନ୍ୟ ଅତିଥ ମାନେ ଉପସ୍ଥିତ ଥିଲେ।
The post ସ୍ବଚ୍ଛ ଭାରତ ମିଶନରେ ଉତ୍ତମ ପ୍ରଦର୍ଶନ: ରାଜ୍ୟସ୍ତରରେ ଚମାଖଣ୍ଡି ପଞ୍ଚାୟତ ସମ୍ମାନିତ appeared first on Dharitri Odia News.