ସ୍ବର୍ଣ୍ଣ ମନ୍ଦିରରେ ରାହୁଲ ପହଞ୍ଚିବା ପରେ ହଙ୍ଗାମା, VIP ଟ୍ରିଟମେଣ୍ଟକୁ ଆପତ୍ତି ଉଠାଇଲେ ଶ୍ରଦ୍ଧାଳୁ
ପଞ୍ଜାବ ୧୯/୧୧: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଞ୍ଜାବ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ VIP ଟ୍ରିଟମେଣ୍ଟକୁ ନେଇ ଦେଖାଦେଇଛି ବିବାଦ । ମନ୍ଦିରକୁ ଆସିଥିବା ଜଣେ ଭକ୍ତ ଆପତ୍ତି କରିବା ସହ ହଙ୍ଗାମା କରିଛନ୍ତି । ସେ କହିଛନ୍ତିଧାଡିରେ ଠିଆ ହୋଇଥିବା ଭକ୍ତଙ୍କୁ ସାଇଡ କରି ରାହୁଲଙ୍କୁ ଆଗକୁ ବଢିବାକୁ ଦିଆଯାଇଥିଲା । ପୃଥକ ଭାବରେ ଦର୍ଶନ କରିଥିଲେ ରାହୁଲ । ଅଭିଯୋଗ ଆଣିଥିବା ଶ୍ରଦ୍ଧାଳୁ କହିଛନ୍ତି ଗୁରୁଜୀଙ୍କ ଦରବାରରେ ସମସ୍ତ ସମାନ । ରାହୁଲ ଗାନ୍ଧିଙ୍କୁ କାହିଁକି VIP ଟ୍ରିଟମେଣ୍ଟ ଦିଆଗଲା । ରାହୁଲ ଯଦି ଭିଆଇପି ତାଙ୍କୁ ଗୁରୁଦ୍ବାର ବାହାରେ ତାଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳିବା ଦରକାର । ଗୁରୁଦ୍ବାର ଭିତରେ ସମସ୍ତ ସମାନ । ବୁଧବାର ମହାରାଷ୍ଟ୍ର ଓ ଝାଡଖଣ୍ଡରେ ନିର୍ବାଚନ ପାଇଁ ପଡିବ ଭୋଟ୍ । ଆସନ୍ତା ୨୩ରେ ଆସିବ ରେଜଲ୍ଟ ।ଏସବୁ ଭିତରେ ରାହୁଲ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ସେ ଭେଟିଥିଲେ । ପାଣି ପିଆଇବା ଓ ବାସନ ଧୋଇବା ପରି ସେବା କରିଥିଲେ । ରାହୁଲଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ ।
ପଞ୍ଜାବ ୧୯/୧୧: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଞ୍ଜାବ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ VIP ଟ୍ରିଟମେଣ୍ଟକୁ ନେଇ ଦେଖାଦେଇଛି ବିବାଦ । ମନ୍ଦିରକୁ ଆସିଥିବା ଜଣେ ଭକ୍ତ ଆପତ୍ତି କରିବା ସହ ହଙ୍ଗାମା କରିଛନ୍ତି । ସେ କହିଛନ୍ତି
ଧାଡିରେ ଠିଆ ହୋଇଥିବା ଭକ୍ତଙ୍କୁ ସାଇଡ କରି ରାହୁଲଙ୍କୁ ଆଗକୁ ବଢିବାକୁ ଦିଆଯାଇଥିଲା । ପୃଥକ ଭାବରେ ଦର୍ଶନ କରିଥିଲେ ରାହୁଲ । ଅଭିଯୋଗ ଆଣିଥିବା ଶ୍ରଦ୍ଧାଳୁ କହିଛନ୍ତି ଗୁରୁଜୀଙ୍କ ଦରବାରରେ ସମସ୍ତ ସମାନ । ରାହୁଲ ଗାନ୍ଧିଙ୍କୁ କାହିଁକି VIP ଟ୍ରିଟମେଣ୍ଟ ଦିଆଗଲା । ରାହୁଲ ଯଦି ଭିଆଇପି ତାଙ୍କୁ ଗୁରୁଦ୍ବାର ବାହାରେ ତାଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳିବା ଦରକାର । ଗୁରୁଦ୍ବାର ଭିତରେ ସମସ୍ତ ସମାନ ।
ବୁଧବାର ମହାରାଷ୍ଟ୍ର ଓ ଝାଡଖଣ୍ଡରେ ନିର୍ବାଚନ ପାଇଁ ପଡିବ ଭୋଟ୍ । ଆସନ୍ତା ୨୩ରେ ଆସିବ ରେଜଲ୍ଟ ।ଏସବୁ ଭିତରେ ରାହୁଲ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ସେ ଭେଟିଥିଲେ । ପାଣି ପିଆଇବା ଓ ବାସନ ଧୋଇବା ପରି ସେବା କରିଥିଲେ । ରାହୁଲଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ ।