ସ୍ବାମୀହନ୍ତା ସୋନମଙ୍କୁ ରିମାଣ୍ଡରେ ନେଇ ଘାଣ୍ଟୁଛି ପୋଲିସ, ମିଳିବ ଅଧିକ ତଥ୍ୟ

ଶିଲଂ,୧୦।୬: ବହୁ ଚର୍ଚ୍ଚିତ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ସ୍ବାମୀହନ୍ତା ସୋନମଙ୍କୁ ମେଘାଳୟ ପୋଲିସ ମଙ୍ଗଳବାର ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି। ରିମାଣ୍ଡରେ ନେବା ପରେ ମେଘାଳୟ ପୋଲିସ ସୋନମଙ୍କୁ ଅଧିକ ପଚରାଉଚରା କରୁଛି। ଏପରିକି ପୋଲିସ ହତ୍ୟା ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡିଛି। ସୂଚନା ଯୋଗ୍ୟ, ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ହତ୍ୟା କରାଇଥିଲେ  ସ୍ତ୍ରୀ ସୋନମ। ମେ’ ୨୩ରୁ ନିଖୋଜ ଥିବା ରାଜାଙ୍କ […] The post ସ୍ବାମୀହନ୍ତା ସୋନମଙ୍କୁ ରିମାଣ୍ଡରେ ନେଇ ଘାଣ୍ଟୁଛି ପୋଲିସ, ମିଳିବ ଅଧିକ ତଥ୍ୟ appeared first on Dharitri Odia News.

ସ୍ବାମୀହନ୍ତା ସୋନମଙ୍କୁ ରିମାଣ୍ଡରେ ନେଇ ଘାଣ୍ଟୁଛି ପୋଲିସ, ମିଳିବ ଅଧିକ ତଥ୍ୟ

ଶିଲଂ,୧୦।୬: ବହୁ ଚର୍ଚ୍ଚିତ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ସ୍ବାମୀହନ୍ତା ସୋନମଙ୍କୁ ମେଘାଳୟ ପୋଲିସ ମଙ୍ଗଳବାର ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି। ରିମାଣ୍ଡରେ ନେବା ପରେ ମେଘାଳୟ ପୋଲିସ ସୋନମଙ୍କୁ ଅଧିକ ପଚରାଉଚରା କରୁଛି। ଏପରିକି ପୋଲିସ ହତ୍ୟା ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡିଛି।

ସୂଚନା ଯୋଗ୍ୟ, ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ହତ୍ୟା କରାଇଥିଲେ  ସ୍ତ୍ରୀ ସୋନମ। ମେ’ ୨୩ରୁ ନିଖୋଜ ଥିବା ରାଜାଙ୍କ ମୃତଦେହ ଜୁନ୍‌ ୨ରେ ଠାବ ହେବା ପରେ ନବବିବାହିତା ସୋନମଙ୍କୁ ଜୀବିତ ଉଦ୍ଧାର କରିବା ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା।

ହେଲେ ଗତ ଶନିବାର ରାତିରେ ଉତ୍ତର ପ୍ରଦେଶର ଗାଜିପୁରସ୍ଥିତ ଏକ ଢାବାରୁ ସୋନମ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହେବା ପରେ ପୋଲିସ ତାଙ୍କୁ ଗାଜିପୁର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲା। ସୋନମ ସେଠାରେ ପୋଲିସ ନିକଟରେ ଆମତ୍ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଏପରିକି ପୋଲିସ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଣେ ଉତ୍ତର ପ୍ରଦେଶରୁ ଧରା ପଡ଼ିଥିବାବେଳେ ଅନ୍ୟ ୨ ଜଣ ଇନ୍ଦୋରରୁ ଗିରଫ ହୋଇଛନ୍ତି।

ସୋନମ ନିଜ ସ୍ବାମୀଙ୍କୁ ହତ୍ୟା କରାଇବା ପାଇଁ ସେମାନଙ୍କୁ ସୁପାରି ଦେଇଥିବା ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ପରିଥିଲେ। ପୋଲିସ ଅଭିଯୁକ୍ତଙ୍କ ବୟାନ ଆଧାରରେ ସୋନମଙ୍କ ପ୍ରେମିକ ରାଜ କୁଶଓ୍ବାହଙ୍କୁ ଗିରଫ କରିଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ମେଘାଳୟ ପୋଲିସ ସଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମା ପ୍ରଶଂସା କରିଛନ୍ତି।

ଅନ୍ୟପକ୍ଷେ ରାଜାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛିନ୍ତି ସୋନମ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ରାଜାଙ୍କ ମା’ ଉମା ରଘୁବଂଶୀ ଦାବି କରିଛନ୍ତି। ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ୍‌ କୋର୍ଟରେ ହୋଇପାରେ ବୋଲି କୁହାଯାଉଛି।

The post ସ୍ବାମୀହନ୍ତା ସୋନମଙ୍କୁ ରିମାଣ୍ଡରେ ନେଇ ଘାଣ୍ଟୁଛି ପୋଲିସ, ମିଳିବ ଅଧିକ ତଥ୍ୟ appeared first on Dharitri Odia News.