ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସୁପର ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ଼ ଆଦିତ୍ୟ କୁମାର ସାମଲ ନିକଟରେ ଆମେରିକାରୁ ଓଡ଼ିଶା ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଯୋଗଦେଇ ସେ ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ତଥା ଓଡ଼ିଶାବାସୀଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ମିଳିତ […] The post ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ appeared first on Dharitri Odia News.

ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସୁପର ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ଼ ଆଦିତ୍ୟ କୁମାର ସାମଲ ନିକଟରେ ଆମେରିକାରୁ ଓଡ଼ିଶା ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଯୋଗଦେଇ ସେ ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ତଥା ଓଡ଼ିଶାବାସୀଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ମିଳିତ ଉଦ୍ୟମକୁ ଉକ୍ତ ବୈଠକରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ହସ୍ପିଟାଲ ଡାଇରେକ୍ଟର ଶୈଳେନ୍ଦ୍ର ନାରାୟଣ ପଣ୍ଡା ଏବଂ ଡା. ନିତ୍ୟାନନ୍ଦ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଡ. ସାମଲ କହିଥିଲେ ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ପାଇଁ ଉତ୍କଳ ହସ୍ପିଟାଲର ନିରନ୍ତର ପ୍ରତିବଦ୍ଧତା ଜାରି ରହିଛି। ଏପରିକି ସମଗ୍ର ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବାର ବିସ୍ତାର ପାଇଁ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେବା ଓ ଏହାର ଦୃଷ୍ଟିକୋଣ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି ଏହି ଆଲୋଚନାରେ ଗ୍ରାମାଞ୍ଚଳର ଚିକିତ୍ସା ସୁବିଧା ବୃଦ୍ଧି, ବଞ୍ଚିତ ସମ୍ପ୍ରଦାୟ ପାଇଁ ସ୍ବାସ୍ଥ୍ୟସେବାକୁ ଅଧିକ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ସମ୍ଭାବ୍ୟ ସହଭାଗିତା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

The post ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ appeared first on Dharitri Odia News.