ସ୍ମରଣୀୟ ଦିବସ ଏଭରେଷ୍ଟ ଡେ’
ପ୍ରତିବର୍ଷ ମେ’ ୨୯କୁ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ’ ଭାବେ ପାଳନ କରାଯାଉଛି। ୧୯୫୩ର ଏହି ଦିନରେ ସୁଉଚ୍ଚ ଏଭରେଷ୍ଟ ଆରୋହଣ କରିବାରେ ସକ୍ଷମ ହୋଇଥିଲେ ନେପାଳର ତେନଜିଙ୍ଗ ନରଗେ ଏବଂ ନ୍ୟୁଜିଲ୍ୟାଣ୍ଡର ଏଡମଣ୍ଡ ହିଲାରୀ। ଏହି ସ୍ମୃତିକୁ ନେଇ ଉକ୍ତ ଦିବସ ପାଳନ କରାଯାଏ। ନେପାଳ କ୍ରମାଗତ ଭାବରେ ଅନ୍ତର୍ଜାତୀୟ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରିବାକୁ ମନୋନୀତ ହୋଇଛି। ଉକ୍ତ ଦିନ ନେପାଳର ରାଜଧାନୀ କାଠମାଣ୍ଡୁରେ ପର୍ବତ ଆରୋହଣକାରୀଙ୍କୁ ପ୍ରଶଂସା କରିବା ପାଇଁ ପରେଡ କରାଯାଏ। […] The post ସ୍ମରଣୀୟ ଦିବସ ଏଭରେଷ୍ଟ ଡେ’ appeared first on Dharitri Odia News.
ପ୍ରତିବର୍ଷ ମେ’ ୨୯କୁ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ’ ଭାବେ ପାଳନ କରାଯାଉଛି। ୧୯୫୩ର ଏହି ଦିନରେ ସୁଉଚ୍ଚ ଏଭରେଷ୍ଟ ଆରୋହଣ କରିବାରେ ସକ୍ଷମ ହୋଇଥିଲେ ନେପାଳର ତେନଜିଙ୍ଗ ନରଗେ ଏବଂ ନ୍ୟୁଜିଲ୍ୟାଣ୍ଡର ଏଡମଣ୍ଡ ହିଲାରୀ। ଏହି ସ୍ମୃତିକୁ ନେଇ ଉକ୍ତ ଦିବସ ପାଳନ କରାଯାଏ।
ନେପାଳ କ୍ରମାଗତ ଭାବରେ ଅନ୍ତର୍ଜାତୀୟ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରିବାକୁ ମନୋନୀତ ହୋଇଛି। ଉକ୍ତ ଦିନ ନେପାଳର ରାଜଧାନୀ କାଠମାଣ୍ଡୁରେ ପର୍ବତ ଆରୋହଣକାରୀଙ୍କୁ ପ୍ରଶଂସା କରିବା ପାଇଁ ପରେଡ କରାଯାଏ। ସମଗ୍ର ବିଶ୍ୱରେ ଉଚ୍ଚତମ ପର୍ବତ ଭାବେ ପରିଚିତ ମାଉଣ୍ଟ ଏଭରେଷ୍ଟ। ବହୁ ବ୍ୟକ୍ତି ଦିନଟିଏ ପାଇଁ ବି ଏହି ପର୍ବତର ବିରାଟ ଉଚ୍ଚତାକୁ ନିଜ ଆଖିରେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ଆପଣ ଜଣେ ସଫଳ ପର୍ବତାରୋହୀ ହୁଅନ୍ତୁ କିମ୍ବା ପ୍ରକୃତିର ଅପରୂପକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ହୁଅନ୍ତୁ, ମାଉଣ୍ଟ ଏଭରେଷ୍ଟ ଡେ’ ଏଭଳି ଏକ ଅନୁଭୂତି ଆଣିଥାଏ। ଏଥିସହିତ ଉକ୍ତ ଦିନ ପାର୍ବତ୍ୟାଞ୍ଚଳବାସୀଙ୍କ ସମସ୍ୟା, ପରିବେଶ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପର୍ବତାରୋହୀଙ୍କୁ ଉତ୍ସାହିତ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥାଏ।
The post ସ୍ମରଣୀୟ ଦିବସ ଏଭରେଷ୍ଟ ଡେ’ appeared first on Dharitri Odia News.