ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ଦ୍ଵାରା ସପ୍ତମ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗରେ ପାଳିତ ହୋଇ ଯାଇଛି । କାର୍ଯକ୍ରମ ଟି ପିଲାମାନଙ୍କୁ ନେଇ ଏକ “children learning festival” ବିଷୟବସ୍ତୁ ଆଧାରରେ ପାଳିତ ହୋଇଅଛି । ଏହି କାର୍ଯକ୍ରମଟିକୁ ଗ୍ରାମଉତଥାନର ସଦସ୍ୟ ଲୋପମୁଦ୍ରା ବଳ ପରିଚାଳନା କରିଥିଲେ। ଗ୍ରାମଉତଥାନର କାର୍ଯ ନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ପ୍ରତାପ କୁମାର ପ୍ରଧାନ ଗ୍ରାମଉତଥାନ ର ଲକ୍ଷ୍ୟ ଏବଂ […] The post ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ର ସପ୍ତମ ବାର୍ଷିକ ଉତ୍ସବ ପାଳିତ appeared first on Odisha.News.

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ଦ୍ଵାରା ସପ୍ତମ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗରେ ପାଳିତ ହୋଇ ଯାଇଛି । କାର୍ଯକ୍ରମ ଟି ପିଲାମାନଙ୍କୁ ନେଇ ଏକ “children learning festival” ବିଷୟବସ୍ତୁ ଆଧାରରେ ପାଳିତ ହୋଇଅଛି । ଏହି କାର୍ଯକ୍ରମଟିକୁ ଗ୍ରାମଉତଥାନର ସଦସ୍ୟ ଲୋପମୁଦ୍ରା ବଳ ପରିଚାଳନା କରିଥିଲେ। ଗ୍ରାମଉତଥାନର କାର୍ଯ ନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ପ୍ରତାପ କୁମାର ପ୍ରଧାନ ଗ୍ରାମଉତଥାନ ର ଲକ୍ଷ୍ୟ ଏବଂ ଆଗକୁ ଆଗେଇ ନେବାର ପ୍ରଚେଷ୍ଟା ବିଷୟରେ ଅବଗତ କରାଇଥିଲେ | ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ, ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ମୀନ ମହାରଣା, ବିରମହାରାଜପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ଶାନ୍ତନୁ କୁମ୍ଭକାର, ଅବସର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ବାଘ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ସୋନପୁର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ମିଶ୍ର, ଗ୍ରାମଉତଥାନର ସଦସ୍ୟ ରଶ୍ମିତା ପଧାନ, କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଆଦ୍ୟାଶ୍ରୀ ପଧାନ ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରିଥିଲେ। ଏହି କାର୍ଯକ୍ରମରେ ଦେବାଶିଷ ପାଣ୍ଡିଆ ପଞ୍ଚାୟତରାଜ ମହାବିଦ୍ୟାଳୟ ଉଲୁଣ୍ଡା, , ଉଦ୍ଧବ ପଧାନ ଅଧ୍ୟାପକ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟାପକ ସୋନପୁର କଲେଜ, ଶ୍ରୀଯୁକ୍ତ ଉମାକାନ୍ତ ନାଗ, ସମାଜ ସେବି ଶ୍ରୀଯୁକ୍ତ ରାଜୀବ ନାୟକ , ଶ୍ରୀଯୁକ୍ତ ଅନଙ୍ଗ ନେଗି ଉପସ୍ଥିତ ଥିଲେ । ଏଥିରେ ପିଲାମାନଙ୍କର ଶିଖିବା ପାଇଁ ବିଭିନ୍ନ ଶିକ୍ଷଣୀୟ ଜିନିଷ ଗୁଡିକ ଥିଲା । ଶିକ୍ଷଣୀୟ ଜିନିଷ ଗୁଡିକ ଜାଣିବା ପାଇଁ ତାହାକୁ ବିଭିନ୍ନ ବିଭାଗରେ ଭାଷା, ଗଣିତ, ପରିବେଶ ବିଜ୍ଞାନ, କଳା, ଯୁବ କାର୍ଯକ୍ରମ ଇତ୍ୟାଦି ଥିଲା । ସେଗୁଡିକ ବିଭିନ୍ନ ଜୋନ୍ ରେ ଭାଗ କରାଯାଇଥିଲା । ଭାଷା ଓ ଗଣିତ ବିଭାଗ, ପରିବେଶ ବିଭାଗ, ଯୁବ କାର୍ଯକ୍ରମ ବିଭାଗ, କଳା ବିଭାଗ, କଣ୍ଟେନ ଜୋନ୍, ଜେଣ୍ଡର, social emotional learning ବିଭାଗ ଇତ୍ୟାଦି ଅତିଥି ମାନଙ୍କ ସହିତ ଛାତ୍ର ଛାତ୍ରୀମାନେ ମିଶି ସମସ୍ତେ ପରିଦର୍ଶନ କରି ସେ ବିଷୟରେ ଜାଣିବାକୁ ପାଇଥିଲେ । ଗ୍ରାମଉତଥାନର ମୁଖ୍ୟ ପରିଚାଳନା ଅଧିକାରୀ ମିସ ସ୍ୱର୍ଣ୍ଣରୂପା ମିଶ୍ର ଓ ଯୁବ କାର୍ଯକ୍ରମ ପରିଚାଳକ ଶ୍ରୀଯୁକ୍ତ କ୍ଷିରେନ୍ଦ୍ର ରଣା ଗ୍ରାମଉତଥାନର ସମସ୍ତ କାର୍ଯକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତାପରେ ସାଂସ୍କୃତିକ କାର୍ଯକ୍ରମ ରେ ଶୁରେଶ୍ଵରୀ ବିଦ୍ୟାଳୟ ସୋନପୁର ଓ ପ୍ରତାପପୁର ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । କବିତା ପାଠ କୁମାରକେଳି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କରିଥିଲେ । ଉଦ୍ଧବ ପଧାନ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଯାଦୁ ଦେଖାଇ ମନ ମୁଗ୍ଧ କରି ନେଇଥିଲେ । ତାପରେ ଛାତ୍ରଛାତ୍ରୀ ମାନେ ପ୍ରମାଣପତ୍ର ଅତିଥି ମାନଙ୍କ ହାତରୁ ଗ୍ରହଣ କରିଥିଲେ । ଶେଷରେ ମିସ ସ୍ୱର୍ଣ୍ଣରୂପା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ଗ୍ରାମଉତଥାନର ସଦସ୍ୟ ଶ୍ରୀମତୀ ଅନିତା କ୍ଷେତୀ, ଈଶ୍ବର ସୁର୍ଯ, ରବିନା ସେଠୀ, ବେଦବ୍ୟାସ ଜଗଦଲା ଓ ମିନାକ୍ଷୀ ମେହେର ସଦସ୍ୟ ଉପସ୍ଥିତ ଥିଲେ ।

The post ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ର ସପ୍ତମ ବାର୍ଷିକ ଉତ୍ସବ ପାଳିତ appeared first on Odisha.News.