ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ, ସ୍ୱତନ୍ତ୍ରତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ

ପ୍ରତି ଗାଁ ରେ ଭିନ୍ନ ଭିନ୍ନ ପରମ୍ପରା ରହିଥିବାବେଳେ ଭିନ୍ନ ଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ତେଣୁ ପ୍ରତି ଗାଁର ନିଜର ଏକ ସ୍ୱତନ୍ତ୍ରତା ରହିଛି । ନିଜ ଗାଁକୁ ସଫାସୁତରା ରଖିବା ସହ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକମାନେ ବେଶ ଚେଷ୍ଟା କରିଥାନ୍ତି। କିନ୍ତୁ ମୟୁରଭଞ୍ଜରେ ଏମିତି ଏକ ଗାଁ ଅଛି ଯାହାର ବାସିନ୍ଦା ସ୍ୱଚ୍ଛତା ଦିଗରେ ବେଶ ସଚେତନ ଅଛନ୍ତି । ନିଜ ଚେଷ୍ଟା ବଳରେ ନିଜ ଗାଁକୁ ପ୍ରଦୂଷଣ […] The post ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ, ସ୍ୱତନ୍ତ୍ରତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ appeared first on KNews Odisha.

ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ, ସ୍ୱତନ୍ତ୍ରତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ

ପ୍ରତି ଗାଁ ରେ ଭିନ୍ନ ଭିନ୍ନ ପରମ୍ପରା ରହିଥିବାବେଳେ ଭିନ୍ନ ଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ତେଣୁ ପ୍ରତି ଗାଁର ନିଜର ଏକ ସ୍ୱତନ୍ତ୍ରତା ରହିଛି । ନିଜ ଗାଁକୁ ସଫାସୁତରା ରଖିବା ସହ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକମାନେ ବେଶ ଚେଷ୍ଟା କରିଥାନ୍ତି। କିନ୍ତୁ ମୟୁରଭଞ୍ଜରେ ଏମିତି ଏକ ଗାଁ ଅଛି ଯାହାର ବାସିନ୍ଦା ସ୍ୱଚ୍ଛତା ଦିଗରେ ବେଶ ସଚେତନ ଅଛନ୍ତି । ନିଜ ଚେଷ୍ଟା ବଳରେ ନିଜ ଗାଁକୁ ପ୍ରଦୂଷଣ ମୁକ୍ତ ରଖିବା ସହ ନିଜ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିଛନ୍ତି । ଗାଁର ଯୁବତୀ ଓ ମହିଳାମାନେ ଝରଣା ଓ ପାହାଡ଼ରୁ ମାଟି ଆଣି ପେଜ ଓ ଅଠା ମିଶାଇ ରଙ୍ଗ ପ୍ରସ୍ତୁତ କରି ତୁଳି ସାହାଯ୍ୟରେ ଆଙ୍କିଥାନ୍ତି ଆକର୍ଷଣୀୟ କଳାକୃତି । ମାଟି କାନ୍ଥରେ ଅଙ୍କା ଯାଇଥିବା ଏହି ଚିତ୍ର କୁହେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା । ପୁରା ଗାଁ ପରିବେଶ ପରିଷ୍କାର ପରିଚ୍ଛନ୍ନ । ଅଳିଆ ଆବର୍ଜନା ତ ଦୂରର କଥା ଜରି ଖଣ୍ଡିଏ ବି ଦେଖିବାକୁ ପାଇବେନି । ସ୍ୱଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ସମସ୍ତେ ଡଷ୍ଟବିନ ବ୍ୟବହାର କରିଥାନ୍ତି।

ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବୋବେଇଯୋଡ଼ା ଗାଁ । ଏହି ଗାଁରେ ବସବାସ କରନ୍ତି ଆଦିବାସୀ ସାମ୍ପ୍ରଦାୟର ଲୋକେ । ବୋବେଇଯୋଡ଼ା ଗାଁର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଗାଁ ଦାଣ୍ଡ ଓ ଘର କାନ୍ଥରୁ ଜଣାପଡେ। ଗାଁର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ବି କହିବାକୁ ବାଧ୍ୟ ହେବେ ହଁ ଏଇ ଗାଁ ହିଁ ପ୍ରକୃତ ସ୍ୱଚ୍ଛତାର ପରିଚୟ ।

ବୋବେଇଯୋଡ଼ା ଗାଁରେ ପ୍ରତିବର୍ଷ ପାଳନ ହୁଏ ପାତା ପର୍ବ । ଶିବରାତ୍ରି ଅବସରରେ ତିନି ଦିନ ଧରି ପାଳନ ହୁଏ ପାତା ପର୍ବ । ସ୍ୱାଧୀନତା ପୂର୍ବରୁ ପାରାଗାନାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପାତା ପର୍ବକୁ ଏବେବି ବଞ୍ଚାଇ ରଖିଛନ୍ତି ଏହି ଗାଁର ଲୋକେ। ଏହି ପାତା ପର୍ବକୁ ଦେଖିବା ପାଇଁ ଓଡିଶା ସମେତ ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଲୋକେ ଆସିଥାନ୍ତି । ପାତା ପର୍ବ ସହ ମାଟି କାନ୍ଥରେ ଅଙ୍କଯାଇଥିବା ମନୋରମ କଳାକୃତି ଓ ସ୍ୱଚ୍ଛ ପରିବେଶର ଭରପୁର ମଜା ଉଠାଇଥାନ୍ତି । କିଏ ନିଜ ମୋବାଇଲରେ ସେଲ୍ଫି ଉଠାଇ ମଜା ନିଏ ତ କିଏ କ୍ୟାମେରାରେ ସାଉଁଟି ଥାଏ ମନୋରମ ପରିବେଶର ଦୃଶ୍ୟ । ଏହି ଅବସରରେ ଦର୍ଶକ ମାନଙ୍କ ପାଇଁ ‘ଭଞ୍ଜ ଇପିଲ ରାନାକାବ ମାଡୱା’ ବୋବେଇଯୋଡ଼ା କମିଟି ପକ୍ଷରୁ ସେଲ୍ଫି ପଏଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କେବଳ ସେତିକି ନୁହଁ ସୁରକ୍ଷା ପାଇଁ ଗାଁର ବିଭିନ୍ନ ଜାଗାରେ ରହିଛି ସିସି କ୍ୟାମେରା । ଏହି ପାତା ପର୍ବରେ ଯୁବତୀ ଓ ମହିଳାମାନେ ପାରମ୍ପରିକ ପୋଷାକ ପରିଧାନ କରି ମାଦଳର ତାଳେ ତାଳେ ହାତକୁ ହାତ ଛନ୍ଦି ପାଦକୁ ପାଦ ମିଶାଇ ନୃତ୍ୟଗୀତରେ ଝୁମିଥାନ୍ତି ।

Also Read : ସାନଆଙ୍କୋ ଗାଁର ଯୁବ ସଦସ୍ୟମାନଙ୍କର ନିଆରା କାର୍ଯ୍ୟକ୍ରମ, ବୃଦ୍ଧବୃଦ୍ଧାଙ୍କୁ ପୂଜା କଲେ ସମସ୍ତେ

The post ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ, ସ୍ୱତନ୍ତ୍ରତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ appeared first on KNews Odisha.