ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଆନନ୍ଦପୁର ୬।୫: ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ସୋମବାର ସକାଳୁ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ଧରି ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକର ଆୟୋଜନ କରିଥିଲେ । ବୈଠକ ପରେ ପୁନର୍ବାର ସମର୍ଥକଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବଦ୍ରିଙ୍କ ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ।You Can Read :ଭିଜାଇଲା କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ଆଶ୍ବସ୍ତି

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଆନନ୍ଦପୁର ୬।୫: ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ସୋମବାର ସକାଳୁ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ଧରି ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକର ଆୟୋଜନ କରିଥିଲେ । ବୈଠକ ପରେ ପୁନର୍ବାର ସମର୍ଥକଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବଦ୍ରିଙ୍କ ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

You Can Read :

ଭିଜାଇଲା କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ଆଶ୍ବସ୍ତି