ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା,ମୁଖ୍ୟ କାର୍ପଟଦାର ସ୍ୱାମୀ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁରରେ ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା କୋରାପୁଟ ନନ୍ଦପୁର ପୋଲିସ । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀଙ୍କୁ ହତ୍ୟା କରି ନାଟକ ରଚିଥିଲା ସଇତାନ ସ୍ବାମୀ ମହେନ୍ଦ୍ର ଖରା । ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ ସହଯୋଗୀକୁ ଗିରଫ କରିଛି […]

ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା,ମୁଖ୍ୟ କାର୍ପଟଦାର ସ୍ୱାମୀ
ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା,ମୁଖ୍ୟ କାର୍ପଟଦାର ସ୍ୱାମୀ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁରରେ ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା କୋରାପୁଟ ନନ୍ଦପୁର ପୋଲିସ । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀଙ୍କୁ ହତ୍ୟା କରି ନାଟକ ରଚିଥିଲା ସଇତାନ ସ୍ବାମୀ ମହେନ୍ଦ୍ର ଖରା । ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ ସହଯୋଗୀକୁ ଗିରଫ କରିଛି ପୋଲିସ । ୨ ସହଯୋଗୀ ହେଲେ ମାଳିଖୁଡିବି ଗାଁର ମହେଶ ମାଳି ଏବଂ ସୋମନାଥ ଭୋଇ । ଏମାନେ ୮ ଦିନ ପୂର୍ବରୁ ସାବିଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଗତକାଲି ହତ୍ୟା କରିବା ପରେ ଲୁଟର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଲୁଟ ଜନିତ ହତ୍ୟାକାଣ୍ଡର ରୂପ ଦେବାକୁ ଚେଷ୍ଟା କରିଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଛି ସ୍ବାମୀ ମହେନ୍ଦ୍ର ଖରା ।

ସୂଚନାନୁସାରେ,ସୋମବାର ରାତିରେ କୋରାପୁଟ ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଂଚାୟତ ହାରିଆମୁଣ୍ଡା ଗାଁରେ ଘଟିଥିଲା ବର୍ବର ହତ୍ୟାକାଣ୍ଡ । ସୋମବାର ସକାଳୁ ସୁଭଦ୍ରା ଯୋଜନାର ଆଧାର ଅପଡେଟ କରିବାକୁ ସ୍ବାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କେନ୍ଦ୍ରକୁ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ସନ୍ଧ୍ୟାରେ ବାଇକରେ ଘରକୁ ଫେରୁଥୁବା ସମୟରେ ରାସ୍ତାକଡ଼ରେ କିଛି ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ଠେଙ୍ଗାରେ ପିଟି ଅଚେତ କଲା ପରେ ଏକ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ସ୍ତ୍ରୀଙ୍କ ଠାରୁ ଗହଣା ଲୁଟ କରି ତାଙ୍କୁ ହତ୍ୟା କରି ରାସ୍ତା କଡ଼ ଏକ ବୁଦା ମୂଳରେ ଫୋପାଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ନନ୍ଦପୁର ପୋଲିସ ତଦନ୍ତ କରି ସମସ୍ତ ଘଟଣା ଉପରୁ ପରଦା ହଟାଇ ସତ ପଦାକୁ ଆଣିଛି । ଘଟଣାରେ ସ୍ବାମୀର ମୁଖ୍ୟ ଭୂମିକା ବୋଲି ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି । ପାରିବାରିକ କଳହରୁ ସ୍ୱାମୀ ଏହି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ।