ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ମହିଳା କଲେ ବ୍ରତ, କିନ୍ନର କରୁଛନ୍ତି ସ୍ୱତନ୍ତ୍ର ପୂଜା

ଭୁବନେଶ୍ୱର ୦୬/୦୬: ସେମାନଙ୍କ ସ୍ୱାମୀ ନାହାନ୍ତି । କିନ୍ତୁ ସମାଜକୁ ନିଜର ସ୍ୱାମୀ ବୋଲି ମାନିନେଇଛନ୍ତି । ସମାଜର ମଙ୍ଗଳ ହେଲେ ସେମାନଙ୍କର ବ୍ରତ ସଫଳ ହେବ । ସେଥିପାଇଁ ସାବିତ୍ରୀ ବ୍ରତ ପାଳିଥାନ୍ତି କିନ୍ନର ସମାଜ । ହାତରେ ଶଙ୍ଖା, ମଥାରେ ସିନ୍ଦୂର ଓ ପାଦରେ ଅଳତା ଧାରଣ କରି ଖୋଜାପଡ଼େ ମନ୍ଦିର । ଯେମିତି ସ୍ୱାମୀର  ମଙ୍ଗଳ ପାଇଁ ସଧବାଟିଏ ସାବିତ୍ରୀ ବ୍ରତ ପାଳେ, ସେମିତି ଆମେ ବି ସମାଜର ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ପାଳୁଛୁ ବୋଲି କହିଛନ୍ତି  କିନ୍ନର ସମାଜର ଦିଦି । ସାବିତ୍ରୀ ବ୍ରତର ପୂର୍ବ ଦିନ ଅର୍ଥାତ ଆଜି ବୁଧବାର ଆମେ  ପହଞ୍ଚିଥିଲୁ ଏକ ନମ୍ବର ବଜାରରେ । ସେଠାରେ ଦେଖିବାକୁ ପାଇଥିଲୁ  ଅନେକ କିନ୍ନର ଦିଦିଙ୍କୁ । କିଏ ଶଙ୍ଖା ସିନ୍ଦୂର କିଣୁଛନ୍ତି ତ ଆଉ କିଏ  ଶାଢ଼ି । କେହି କେହି ଫଳର ମୂଲ୍ୟକୁ ମୂଲଚାଲ କରିବାରେ ବ୍ୟସ୍ତ ।  ସାବିତ୍ରୀ ବ୍ରତର ପୂର୍ବଦିନ କାହିଁକି କିନ୍ନର ଦିଦିମାନେ ଜଣେ ସଧବା  ନାରୀ ପରି କିଣାକିଣି କରୁଛନ୍ତି ତାହା ଆମେ ଜାଣିବା ପାଇଁ ପଚାରିବାରୁ  ଜାଣିବାକୁ ପାଇଲୁ ଯେ, ପ୍ରତିବର୍ଷ ସେମାନେ ସମାଜର ମଙ୍ଗଳ ତଥା  ନିଜ ଗୁରୁ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି । କିନ୍ନର ଦିଦିଙ୍କର କହିବା କଥା, ଜଣେ ଶିଷ୍ୟ ନିଜ ଗୁରୁ ତଥା ସଂସାରର ମଙ୍ଗଳ ପାଇଁ ଶଙ୍ଖା, ଚୁଡ଼ି, ଶାଢ଼ି, ବ୍ରତ ପିନ୍ଧି  ପୂଜା କରିଥାନ୍ତି । ତାଙ୍କର ଗୋଟିଏ ମନସ୍କାମନା ରହିଥାଏ,  ସମାଜରେ ବାସ କରୁଥିବା ପ୍ରତ୍ୟେକ ଜୀବଙ୍କର

ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ମହିଳା କଲେ ବ୍ରତ, କିନ୍ନର କରୁଛନ୍ତି ସ୍ୱତନ୍ତ୍ର ପୂଜା

ଭୁବନେଶ୍ୱର ୦୬/୦୬: ସେମାନଙ୍କ ସ୍ୱାମୀ ନାହାନ୍ତି । କିନ୍ତୁ ସମାଜକୁ ନିଜର ସ୍ୱାମୀ ବୋଲି ମାନିନେଇଛନ୍ତି । ସମାଜର ମଙ୍ଗଳ ହେଲେ ସେମାନଙ୍କର ବ୍ରତ ସଫଳ ହେବ । ସେଥିପାଇଁ ସାବିତ୍ରୀ ବ୍ରତ ପାଳିଥାନ୍ତି କିନ୍ନର ସମାଜ । ହାତରେ ଶଙ୍ଖା, ମଥାରେ ସିନ୍ଦୂର ଓ ପାଦରେ ଅଳତା ଧାରଣ କରି ଖୋଜାପଡ଼େ ମନ୍ଦିର । 

ଯେମିତି ସ୍ୱାମୀର  ମଙ୍ଗଳ ପାଇଁ ସଧବାଟିଏ ସାବିତ୍ରୀ ବ୍ରତ ପାଳେ, ସେମିତି ଆମେ ବି ସମାଜର ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ପାଳୁଛୁ ବୋଲି କହିଛନ୍ତି  କିନ୍ନର ସମାଜର ଦିଦି । ସାବିତ୍ରୀ ବ୍ରତର ପୂର୍ବ ଦିନ ଅର୍ଥାତ ଆଜି ବୁଧବାର ଆମେ  ପହଞ୍ଚିଥିଲୁ ଏକ ନମ୍ବର ବଜାରରେ । ସେଠାରେ ଦେଖିବାକୁ ପାଇଥିଲୁ  ଅନେକ କିନ୍ନର ଦିଦିଙ୍କୁ । 

କିଏ ଶଙ୍ଖା ସିନ୍ଦୂର କିଣୁଛନ୍ତି ତ ଆଉ କିଏ  ଶାଢ଼ି । କେହି କେହି ଫଳର ମୂଲ୍ୟକୁ ମୂଲଚାଲ କରିବାରେ ବ୍ୟସ୍ତ ।  ସାବିତ୍ରୀ ବ୍ରତର ପୂର୍ବଦିନ କାହିଁକି କିନ୍ନର ଦିଦିମାନେ ଜଣେ ସଧବା  ନାରୀ ପରି କିଣାକିଣି କରୁଛନ୍ତି ତାହା ଆମେ ଜାଣିବା ପାଇଁ ପଚାରିବାରୁ  ଜାଣିବାକୁ ପାଇଲୁ ଯେ, ପ୍ରତିବର୍ଷ ସେମାନେ ସମାଜର ମଙ୍ଗଳ ତଥା  ନିଜ ଗୁରୁ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି । 

କିନ୍ନର ଦିଦିଙ୍କର କହିବା କଥା, ଜଣେ ଶିଷ୍ୟ ନିଜ ଗୁରୁ ତଥା ସଂସାରର ମଙ୍ଗଳ ପାଇଁ ଶଙ୍ଖା, ଚୁଡ଼ି, ଶାଢ଼ି, ବ୍ରତ ପିନ୍ଧି  ପୂଜା କରିଥାନ୍ତି । ତାଙ୍କର ଗୋଟିଏ ମନସ୍କାମନା ରହିଥାଏ,  ସମାଜରେ ବାସ କରୁଥିବା ପ୍ରତ୍ୟେକ ଜୀବଙ୍କର ଭଗବାନ  ମଙ୍ଗଳ କରନ୍ତୁ । ସେଥିପାଇଁ ସେମାନେ ଉପବାସ ରହି  ସାବିତ୍ରୀ ବ୍ରତ କରିଥାନ୍ତି । 

ଭୋରୁ ଉଠି ଗାଧୋଇ ପୂଜାରେ  ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ଧରି ସଜବାଜ  ହୋଇ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଇଁ ମନ୍ଦିରକୁ ଯାଇଥାନ୍ତି ।  ଏଥିସହିତ ବଟବୃକ୍ଷମୂଳରେ ପୂଜା କରି ବାନ୍ଧିଥାନ୍ତି ନାଲି ସୂତା ।  ପୂଜା କରିସାରିଲା ପରେ ଗୁରୁଙ୍କର ପାଦ ଧୋଇ ନିଜ ପଣତ କାନିରେ  ଗୁରୁଙ୍କ ପାଦ ପୋଛି ପ୍ରସାଦ ସେବନ କରି ବ୍ରତ ସମାପନ କରିଥାନ୍ତି ।