ହଇଜା ଓ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ୟମ ଜାରି, ବରୀରେ ୨ ସପ୍ତାହ ଯାଏ ବନ୍ଦ ରହିବ ଦୋକାନ
ଯାଜପୁର: ବରୀରେ ୨ ସପ୍ତାହ ଯାଏ ବନ୍ଦ ରହିବ ଦୋକାନ । ହଇଜା ଓ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ୨ ସପ୍ତାହ ଯାଏ ବନ୍ଦ ରହିବ ହୋଟେଲ, ଢାବା, ଜଳଖିଆ, ଫାଷ୍ଟଫୁଡ, ମାଛ ଚିକେନ, ଚାଟ, ଗୁପଚୁପ, ପାଣି ପାଉଚ କାରଖାନା । ଆସନ୍ତା ୨ ସପ୍ତାହ ଯାଏ ବରୀରେ ସମସ୍ତ ଦୋକାନ ବନ୍ଦ ରହିବ । ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସଧାରଣରେ ନୋଟିସ ଜାରି କଲା ବରୀ […] The post ହଇଜା ଓ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ୟମ ଜାରି, ବରୀରେ ୨ ସପ୍ତାହ ଯାଏ ବନ୍ଦ ରହିବ ଦୋକାନ appeared first on KNews Odisha.

ଯାଜପୁର: ବରୀରେ ୨ ସପ୍ତାହ ଯାଏ ବନ୍ଦ ରହିବ ଦୋକାନ । ହଇଜା ଓ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ୨ ସପ୍ତାହ ଯାଏ ବନ୍ଦ ରହିବ ହୋଟେଲ, ଢାବା, ଜଳଖିଆ, ଫାଷ୍ଟଫୁଡ, ମାଛ ଚିକେନ, ଚାଟ, ଗୁପଚୁପ, ପାଣି ପାଉଚ କାରଖାନା । ଆସନ୍ତା ୨ ସପ୍ତାହ ଯାଏ ବରୀରେ ସମସ୍ତ ଦୋକାନ ବନ୍ଦ ରହିବ ।
ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସଧାରଣରେ ନୋଟିସ ଜାରି କଲା ବରୀ ତହସିଲ ପ୍ରଶାସନ। ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ସେହିପରି ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ହଇଜାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଜିଲ୍ଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ସେହିପରି ୧୪ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଯାଜପୁରରେ ପହଞ୍ଚି ଏହାର କାରଣ ଓ ନିରାକରଣ ଦିଗରେ ଅନୁସନ୍ଧାନ ଜାରି ରଖିଛନ୍ତି ।
ଆହୁରି ପଢନ୍ତୁ: ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ, ହସ୍ପିଟାଲରେ ଭର୍ତ୍ତି
The post ହଇଜା ଓ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ୟମ ଜାରି, ବରୀରେ ୨ ସପ୍ତାହ ଯାଏ ବନ୍ଦ ରହିବ ଦୋକାନ appeared first on KNews Odisha.