ହଜାରେ କୋଟି କ୍ଲବ୍ରେ ‘ପୁଷ୍ପା ୨’
ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ରିଲିଜ୍ ହେବାର ମାତ୍ର ୬ ଦିନ ମଧ୍ୟରେ ୧ ହଜାର କୋଟି କ୍ଲବ୍ରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ‘ପୁଷ୍ପା ଦି ରୁଲ୍’ର ନିର୍ମାତାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ରିଲିଜ୍ ହେବାର ସପ୍ତାହେ ମଧ୍ୟରେ ‘ପୁଷ୍ପା ୨’ ୧୦୦୦ କୋଟି କ୍ଲବ୍ରେ ପହଞ୍ଚିଛି। ପୂର୍ବରୁ ଏହି ରେକର୍ଡ ‘ବାହୁବଲି’ ଫିଲ୍ମ ନାମରେ ରହିଥିଲା। ମାତ୍ର […] The post ହଜାରେ କୋଟି କ୍ଲବ୍ରେ ‘ପୁଷ୍ପା ୨’ appeared first on Dharitri Odia News.
ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ରିଲିଜ୍ ହେବାର ମାତ୍ର ୬ ଦିନ ମଧ୍ୟରେ ୧ ହଜାର କୋଟି କ୍ଲବ୍ରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ‘ପୁଷ୍ପା ଦି ରୁଲ୍’ର ନିର୍ମାତାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ରିଲିଜ୍ ହେବାର ସପ୍ତାହେ ମଧ୍ୟରେ ‘ପୁଷ୍ପା ୨’ ୧୦୦୦ କୋଟି କ୍ଲବ୍ରେ ପହଞ୍ଚିଛି। ପୂର୍ବରୁ ଏହି ରେକର୍ଡ ‘ବାହୁବଲି’ ଫିଲ୍ମ ନାମରେ ରହିଥିଲା। ମାତ୍ର ୧୦ ଦିନ ମଧ୍ୟରେ ‘ବାହୁବଲି’ ୧୦୦୦ କୋଟି କ୍ଲବ୍ରେ ସାମିଲ ହୋଇଥିଲା। ସେହିପରି ୨୦୨୨ରେ ରିଲିଜ୍ ହୋଇଥିବା ‘ଆର୍ଆର୍ଆର୍’ ଏବଂ ୨୦୨୩ରେ ରିଲିଜ୍ ହୋଇଥିବା ‘ଜବାନ’ ଫିଲ୍ମ ଯଥାକ୍ରମେ ୧୬ ଏବଂ ୧୮ ଦିନରେ ହଜାର କୋଟି କ୍ଲବ୍ରେ ସାମିଲ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ଗତ ଗୁରୁବାର ରିଲିଜ୍ ହେବାର ପ୍ରଥମ ଦିନ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ୨୯୪ କୋଟି ଟଙ୍କାର ରୋଜଗାର କରିଥିଲା। ସେହିପରି ଏହି ଫିଲ୍ମ ରିଲିଜ୍ ହେବାର ଦ୍ୱିତୀୟ ଦିନ ୧୫୫ କୋଟି, ତୃତୀୟ ଦିନ ୧୭୨ କୋଟି, ଚତୁର୍ଥ ଦିନ ୨୦୮ କୋଟି ଏବଂ ପଞ୍ଚମ ଦିନ ବିଶ୍ୱବ୍ୟାପୀ ୯୩ କୋଟି ଟଙ୍କାର ବ୍ୟବସାୟ କରିଛି। ମଙ୍ଗଳବାର ସୁଦ୍ଧା ‘ପୁଷ୍ପା ୨’ ଚଳଚ୍ଚିତ୍ର ଭାରତୀୟ ବକ୍ସ ଅଫିସର ପ୍ରାୟ ୬୫୦ କୋଟି ଟଙ୍କାର ବ୍ୟବସାୟ କରିଛି।
The post ହଜାରେ କୋଟି କ୍ଲବ୍ରେ ‘ପୁଷ୍ପା ୨’ appeared first on Dharitri Odia News.