ହଜିଗଲା ମାଆର ମମତା, ଜନ୍ମ କଲା ଶିଶୁକୁ କେନାଲରେ ଫିଙ୍ଗିଦେଲା ମାଆ

ହଜିଗଲା ମାଆର ମମତା । ସନ୍ତାନ ଜନ୍ମ ଦେଇ କେନାଲକୁ ଫିଙ୍ଗିଦେଲା ମାଆ । ଅନୁଗୁଳ ଜିଲ୍ଲା ନାଲକୋ ନଗର... The post ହଜିଗଲା ମାଆର ମମତା, ଜନ୍ମ କଲା ଶିଶୁକୁ କେନାଲରେ ଫିଙ୍ଗିଦେଲା ମାଆ appeared first on .

ହଜିଗଲା ମାଆର ମମତା, ଜନ୍ମ କଲା ଶିଶୁକୁ କେନାଲରେ ଫିଙ୍ଗିଦେଲା ମାଆ

ହଜିଗଲା ମାଆର ମମତା । ସନ୍ତାନ ଜନ୍ମ ଦେଇ କେନାଲକୁ ଫିଙ୍ଗିଦେଲା ମାଆ । ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଏଭଳି ଅମାନୁଷିକ ଘଟଣା ଘଟିଛି । ଆଜି ନାଲୋକ ନଗର ମୁଣ୍ଡା ହଟିଂ ନିକଟରେ ଯାଇଥିବା ଏକ କେନାଲରେ ଏକ ନବଜାତ ଶିଶୁକନ୍ୟା ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସମାଜସେବୀ ଚିନ୍ମୟୀଙ୍କୁ ଖବର ଦେବା ପରେ ଚିନ୍ମୟୀ ଘଟଣାସ୍ଥଳରେ ପହଞ୍ଚି ନାଲକୋ ପୋଲିସକୁ ସୂଚନା ଦେବା ସହ ପାଣିରୁ ନବଜାତକକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ୍ୟୁ ଘୋଷଣା କରିଛନ୍ତି ।

କୌଣସି ଅବିବାହିତା ଯୁବତୀ ଅନୈତିକ ସମ୍ପର୍କରୁ ଶିଶୁ ଜନ୍ମଦେବା ପରେ ଲୋକଲଜ୍ଜା ଭୟରେ କେନାଲକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।

The post ହଜିଗଲା ମାଆର ମମତା, ଜନ୍ମ କଲା ଶିଶୁକୁ କେନାଲରେ ଫିଙ୍ଗିଦେଲା ମାଆ appeared first on .