ହଜ୍ ଯାତ୍ରୀଙ୍କ ମୃତ୍ୟୁ ଜାରି, ୬୮ ଭାରତୀୟଙ୍କ ସହିତ ପ୍ରାଣ ହରାଇଲେଣି ୬୪୫ ତୀର୍ଥଯାତ୍ରୀ

ଜେରୁଜେଲମ ୧୯।୬: ସାଉଦୀ ଆରବ ମକ୍କା ମଦିନାରେ ହଜ୍ ଯାତ୍ରା ପାଇଁ ଲକ୍ଷଲକ୍ଷ ଯାତ୍ରୀ ପହଞ୍ଚିଛନ୍ତି। ଭୀଷଣ ଗରମ ହଜ ଯାତ୍ରୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପରିସ୍ଥିତି ଏବେ ଏପରି ପାଲଟିଛି ଯେ କେବଳ ମକ୍କାରେ ଗରମ ଯୋଗୁ ଏପର୍ଯ୍ୟନ୍ତ ୬୦୦ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହେଲାଣି। ଏଥିରେ ଇଜିପ୍ଟର ସର୍ବାଧିକ ୩୨୩ ଜଣ ତୀର୍ଥ ଯାତ୍ରୀ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଲେଣି। ମୃତକଙ୍କ ମଧ୍ୟରେ ୬୮ ଭାରତୀୟ ମଧ୍ୟ ଅଛନ୍ତି। ତୀର୍ଥ ଯାତ୍ରୀଙ୍କ ଏପରି ମୃତ୍ୟୁ ପାଇଁ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦାୟୀ କରାଯାଉଛି। ସାଉଦୀ ଆରବରେ ଜନୈକ  ଦୂତାବାସ କର୍ମଚାରୀ କହିଛନ୍ତି ଯେ ଆମେ ମୋଟ ୬୮ ଜଣଙ୍କ ମୃତ୍ୟୁ ପୁଷ୍ଟି କରିଛୁ। ଏଥିରେ କେତେକଙ୍କ ମୃତ୍ୟୁ ପ୍ରାକୃତିକ କାରଣ ଯୋଗୁ ହୋଇଛି। ତେବେ ଆଉ କେତେକଙ୍କ ମୃତ୍ୟୁ ପାଗ ଯୋଗୁ ହୋଇଥିବା ସେ ଆକଳନ କରିଛନ୍ତି। ଏଥିରେ ଅନ୍ୟ ଜଣେ ଦୂତାବାସ କର୍ମଚାରୀ କହିଛନ୍ତି ଯେ ଇଜିପ୍ଟର ୩୨୩ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ  କେବଳ ଜଣକୁ ଛାଡି ସମସ୍ତେ ଗରମ ଯୋଗୁ ପ୍ରାଣ ହରାଇଛନ୍ତି। ଏଥିରେ ଭୀଡ ଯୋଗୁ ଜଣେ ହଜ ଯାତ୍ରୀ ଆହତ ହୋଇଥିଲେ। ଏହି ତଥ୍ୟ ମକ୍କା ନିକଟରେ ଥିବା ଅଲ-ମୁଆଇସମ ହସ୍ପିଟାଲ ସୂତ୍ରରୁ ମିଳିଛି। ଦୂତାବାସ କର୍ମଚାରୀଙ୍କ ଅନୁସାରେ ଜୋର୍ଡାନର ଅନୁନ୍ୟ ୬୦ ଜଣ ତୀର୍ଥ ଯାତ୍ରୀ ଗରମ ଯୋଗୁ ପ୍ରାଣ ହରାଇଛନ୍ତି। ଏଥିରେ ଓମାନ ପକ୍ଷରୁ ୪୧ ଜଣଙ୍କ ମୃତ୍ୟୁକୁ ଅଧିକାରୀକ ଭାବେ ପୁଷ୍ଟି କରାଯାଇଛି। ଏଥିରେ ଇଜିପ୍ଟ

ହଜ୍ ଯାତ୍ରୀଙ୍କ ମୃତ୍ୟୁ ଜାରି, ୬୮ ଭାରତୀୟଙ୍କ ସହିତ ପ୍ରାଣ ହରାଇଲେଣି ୬୪୫ ତୀର୍ଥଯାତ୍ରୀ

ଜେରୁଜେଲମ ୧୯।୬: ସାଉଦୀ ଆରବ ମକ୍କା ମଦିନାରେ ହଜ୍ ଯାତ୍ରା ପାଇଁ ଲକ୍ଷଲକ୍ଷ ଯାତ୍ରୀ ପହଞ୍ଚିଛନ୍ତି। ଭୀଷଣ ଗରମ ହଜ ଯାତ୍ରୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପରିସ୍ଥିତି ଏବେ ଏପରି ପାଲଟିଛି ଯେ କେବଳ ମକ୍କାରେ ଗରମ ଯୋଗୁ ଏପର୍ଯ୍ୟନ୍ତ ୬୦୦ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହେଲାଣି। ଏଥିରେ ଇଜିପ୍ଟର ସର୍ବାଧିକ ୩୨୩ ଜଣ ତୀର୍ଥ ଯାତ୍ରୀ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଲେଣି। ମୃତକଙ୍କ ମଧ୍ୟରେ ୬୮ ଭାରତୀୟ ମଧ୍ୟ ଅଛନ୍ତି। ତୀର୍ଥ ଯାତ୍ରୀଙ୍କ ଏପରି ମୃତ୍ୟୁ ପାଇଁ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦାୟୀ କରାଯାଉଛି। 

ସାଉଦୀ ଆରବରେ ଜନୈକ  ଦୂତାବାସ କର୍ମଚାରୀ କହିଛନ୍ତି ଯେ ଆମେ ମୋଟ ୬୮ ଜଣଙ୍କ ମୃତ୍ୟୁ ପୁଷ୍ଟି କରିଛୁ। ଏଥିରେ କେତେକଙ୍କ ମୃତ୍ୟୁ ପ୍ରାକୃତିକ କାରଣ ଯୋଗୁ ହୋଇଛି। ତେବେ ଆଉ କେତେକଙ୍କ ମୃତ୍ୟୁ ପାଗ ଯୋଗୁ ହୋଇଥିବା ସେ ଆକଳନ କରିଛନ୍ତି। ଏଥିରେ ଅନ୍ୟ ଜଣେ ଦୂତାବାସ କର୍ମଚାରୀ କହିଛନ୍ତି ଯେ ଇଜିପ୍ଟର ୩୨୩ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ  କେବଳ ଜଣକୁ ଛାଡି ସମସ୍ତେ ଗରମ ଯୋଗୁ ପ୍ରାଣ ହରାଇଛନ୍ତି। ଏଥିରେ ଭୀଡ ଯୋଗୁ ଜଣେ ହଜ ଯାତ୍ରୀ ଆହତ ହୋଇଥିଲେ। 

ଏହି ତଥ୍ୟ ମକ୍କା ନିକଟରେ ଥିବା ଅଲ-ମୁଆଇସମ ହସ୍ପିଟାଲ ସୂତ୍ରରୁ ମିଳିଛି। ଦୂତାବାସ କର୍ମଚାରୀଙ୍କ ଅନୁସାରେ ଜୋର୍ଡାନର ଅନୁନ୍ୟ ୬୦ ଜଣ ତୀର୍ଥ ଯାତ୍ରୀ ଗରମ ଯୋଗୁ ପ୍ରାଣ ହରାଇଛନ୍ତି। ଏଥିରେ ଓମାନ ପକ୍ଷରୁ ୪୧ ଜଣଙ୍କ ମୃତ୍ୟୁକୁ ଅଧିକାରୀକ ଭାବେ ପୁଷ୍ଟି କରାଯାଇଛି। ଏଥିରେ ଇଜିପ୍ଟ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ କାହିରା ହଜ କାଳରେ ନିଖୋଜ ଇଜିପ୍ଟ ଲୋକଙ୍କ ସନ୍ଧାନ ନିମନ୍ତେ ସାଉଦୀ ଅଧିକାରୀଙ୍କ ସହ ମିଶି ଏବେ ଆମେ କାମ କରୁଛୁ। 

ସାଉଦୀ ଅଧିକାରୀମାନେ ଗରମରେ ଆକ୍ରାନ୍ତ ୨,୦୦୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି। ତେବେ ଏହି ତଥ୍ୟ ଗତ ରବିବାର ଠାରୁ ଏପର୍ଯ୍ୟନ୍ତ ଅପଡେଟ ହୋଇ ନାହିଁ। ସେହିପରି ତାଜା ମୃତ୍ୟୁ ସୂଚନା ମଧ୍ୟ ଅପଡେଟ କରାଯାଉ ନାହିଁ। ଏଣୁ ବିଭିନ୍ନ ଦେଶର ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ସଠିକ ସୂଚନା ଆସୁ ନାହିଁ।