ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌

ଦୁବାଇ,୪।୩: ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳର ବୋଲର ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳୁଛି। ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଥଟ୍ଟାମଜା ଜାରି ରହିଛି। ଏହି ସମୟରେ ଏକ ମୁହୂର୍ତ୍ତ ଏଭଳି ଆସିଥିଲା ଜାଡେଜାଙ୍କ ହାତରେ ଥିବା ବ୍ୟାଣ୍ଡେଜକୁ ଅମ୍ପାୟାର କାଢି ନେଇଥିଲେ। ଏହି କାରଣରୁ ଖେଳ ମଧ୍ୟ କିଛି ସମୟ ପାଇଁ ବନ୍ଦ […] The post ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌ appeared first on Dharitri Odia News.

ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌

ଦୁବାଇ,୪।୩: ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳର ବୋଲର ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳୁଛି। ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଥଟ୍ଟାମଜା ଜାରି ରହିଛି। ଏହି ସମୟରେ ଏକ ମୁହୂର୍ତ୍ତ ଏଭଳି ଆସିଥିଲା ଜାଡେଜାଙ୍କ ହାତରେ ଥିବା ବ୍ୟାଣ୍ଡେଜକୁ ଅମ୍ପାୟାର କାଢି ନେଇଥିଲେ। ଏହି କାରଣରୁ ଖେଳ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା।

ଏହି ଘଟଣା ଅଷ୍ଟ୍ରେଲିଆ ଇନିଂସର ୧୯ତମ ଓଭରରେ ଦେଖିବାକୁ ମିଳିଥିଲା। ଜାଡେଜା ୧୯ତମ ଓଭର ବୋଲିଂ କରୁଥିଲେ। କିନ୍ତୁ ଓଭରର ପ୍ରଥମ ବଲ୍‌ରେ ଜାଡେଜାଙ୍କ ବାମ ହାତରୁ ବ୍ୟାଣ୍ଡେଜ କାଢ଼ି ଦିଆଯାଇଥିଲା। ଷ୍ଟିଭ ସ୍ମିଥ୍‌ ଜାଡେଜାଙ୍କ ହାତରେ ବନ୍ଧା ହୋଇଥିବା ଧଳା ପଟି ବିଷୟରେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଅମ୍ପାୟାର ଜାଡେଜାଙ୍କ ହାତରୁ ଉକ୍ତ ବ୍ୟାଣ୍ଡେଜକୁ କାଢି ଦେଇଥିଲେ।

ଏହାପରେ ୨୩ତମ ଓଭରରେ ଜାଡେଜା ଅଷ୍ଟ୍ରେଲିଆର ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ ଲାବୁଶାଗ୍ନେଙ୍କ ଉଇକେଟ ନେଇଥିଲେ। ୨୩ତମ ଓଭରର ତୃତୀୟ ବଲ ସିଧା ଲାବୁଶାଗ୍ନେଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହା ବ୍ୟତୀତ ଜାଡେଜା ଅଷ୍ଟ୍ରେଲିୟ ଉଇକେଟକିପର ଜୋଶ ଇଙ୍ଗଲିସଙ୍କ ଉଇକେଟ ମଧ୍ୟ ନେଇଥିଲେ। ଇଙ୍ଗଲିସ ୧୨ ବଲ୍‌ରେ ମାତ୍ର ୧୧ ରନ କରିପାରିଥିଲେ।

The post ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌ appeared first on Dharitri Odia News.