ହତିଆର ଲାଇସେନ୍ସ ମାମଲରେ ଅବ୍ବାସ ଅନ୍‌ସାରୀଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହତିଆର ଲାଇସେନ୍ସ ମାମଲାରେ ଗ୍ୟାଙ୍ଗଷ୍ଟର ତଥା ନେତା ମୁଖ୍ତାର ଅନ୍ସାରୀଙ୍କ ପୁଅ ଅବ୍ବାସ ଅନ୍‌ସାରୀଙ୍କୁ ଜାମିନ ମିଳିଛି। ସୋମବାର(ମାର୍ଚ୍ଚ ୧୮) ସୁପ୍ରିମକୋର୍ଟ ଅବ୍ବାସଙ୍କୁ ଜାମନ ପ୍ରଦାନ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅବ୍ବାସ ଅନସାରୀ। ଏହାପରେ ସୁପ୍ରିମକୋର୍ଟ ଫେବୃଆରୀ ମାସରେ ଏହି ମାମଲାର ଶୁଣାଣି କରି ମାର୍ଚ୍ଚ ୧୮ ତାରିଖରେ ରାୟ ଶୁଣାଇବାକୁ ମାମଲା ତାଲିକାଭୁକ୍ତ କରିଥିଲେ।ଅବ୍ବାସ ଅନସାରୀଙ୍କ ଓକିଲ କପିଲ ସିବଲ କୋର୍ଟରେ କହିଛନ୍ତି, “ ୨୦୧୫ରେ ଲାଇସେନ୍ସ ଆମଦାନୀ ପାଇଁ ୟୁନିକ୍ ଆଇଡିଣ୍ଟିଫିକେସନ ନମ୍ବର ଦିଆଯାଇଥିଲା। ଏବଂ ବିଭାଗ ଏହାକୁ ଜାରି କରିଥାଏ। କିନ୍ତୁ FIR ରେ ଯେଉଁ ସମୟ ଉଲ୍ଲେଖ କରାଯାଇଛି ସେତେବଳେ ଅବ୍ବାସ ଜନ୍ମ ହୋଇନଥିଲେ। ସେହିପରି ଦ୍ୱିତୀୟ ଏଫ୍ଆଇଆର୍ ରେଜିଷ୍ଟର ସମୟରେ ଆବ୍ବାସଙ୍କୁ ମାତ୍ର ୬ ବର୍ଷ ହୋଇଥିଲେ।” ଯଦିଓ ଏହି ମାମଲାରେ ମୁକ୍ତାରଙ୍କ ପୁଅକୁ ଜାମିନ ମିଳିଯାଇଛି ହେଲେ ସେ ଏବେ ବି ଜେଲରୁ ବାହାରି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଉଥିଲେ ଏଲଭିଶ୍‌, ପୋଲିସ୍‌ ସାମ୍ନାରେ କଲେ ସ୍ଵୀକାରସୂଚନାଥାଉକି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ୨୦୨୨ରେ ଅଲ୍ଲାହାବାଦ ହାଇକୋର୍ଟ ଅବ୍ବାସକୁ ଜାମିନ ଦେବାକୁ ମନା କରିଦେଇଥିଲେ। ରିପୋର୍

ହତିଆର ଲାଇସେନ୍ସ ମାମଲରେ ଅବ୍ବାସ ଅନ୍‌ସାରୀଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହତିଆର ଲାଇସେନ୍ସ ମାମଲାରେ ଗ୍ୟାଙ୍ଗଷ୍ଟର ତଥା ନେତା ମୁଖ୍ତାର ଅନ୍ସାରୀଙ୍କ ପୁଅ ଅବ୍ବାସ ଅନ୍‌ସାରୀଙ୍କୁ ଜାମିନ ମିଳିଛି। ସୋମବାର(ମାର୍ଚ୍ଚ ୧୮) ସୁପ୍ରିମକୋର୍ଟ ଅବ୍ବାସଙ୍କୁ ଜାମନ ପ୍ରଦାନ କରିଛନ୍ତି। 

ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅବ୍ବାସ ଅନସାରୀ। ଏହାପରେ ସୁପ୍ରିମକୋର୍ଟ ଫେବୃଆରୀ ମାସରେ ଏହି ମାମଲାର ଶୁଣାଣି କରି ମାର୍ଚ୍ଚ ୧୮ ତାରିଖରେ ରାୟ ଶୁଣାଇବାକୁ ମାମଲା ତାଲିକାଭୁକ୍ତ କରିଥିଲେ।

ଅବ୍ବାସ ଅନସାରୀଙ୍କ ଓକିଲ କପିଲ ସିବଲ କୋର୍ଟରେ କହିଛନ୍ତି, “ ୨୦୧୫ରେ ଲାଇସେନ୍ସ ଆମଦାନୀ ପାଇଁ ୟୁନିକ୍ ଆଇଡିଣ୍ଟିଫିକେସନ ନମ୍ବର ଦିଆଯାଇଥିଲା। ଏବଂ ବିଭାଗ ଏହାକୁ ଜାରି କରିଥାଏ। କିନ୍ତୁ FIR ରେ ଯେଉଁ ସମୟ ଉଲ୍ଲେଖ କରାଯାଇଛି ସେତେବଳେ ଅବ୍ବାସ ଜନ୍ମ ହୋଇନଥିଲେ। ସେହିପରି ଦ୍ୱିତୀୟ ଏଫ୍ଆଇଆର୍ ରେଜିଷ୍ଟର ସମୟରେ ଆବ୍ବାସଙ୍କୁ ମାତ୍ର ୬ ବର୍ଷ ହୋଇଥିଲେ।” ଯଦିଓ ଏହି ମାମଲାରେ ମୁକ୍ତାରଙ୍କ ପୁଅକୁ ଜାମିନ ମିଳିଯାଇଛି ହେଲେ ସେ ଏବେ ବି ଜେଲରୁ ବାହାରି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। 

ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଉଥିଲେ ଏଲଭିଶ୍‌, ପୋଲିସ୍‌ ସାମ୍ନାରେ କଲେ ସ୍ଵୀକାର

ସୂଚନାଥାଉକି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ୨୦୨୨ରେ ଅଲ୍ଲାହାବାଦ ହାଇକୋର୍ଟ ଅବ୍ବାସକୁ ଜାମିନ ଦେବାକୁ ମନା କରିଦେଇଥିଲେ। 

ରିପୋର୍ଟ ଅନସାରେ, ୨୦୧୯ ଅକ୍ଟୋବର ୧୨ ତାରିଖରେ ଉକ୍ତ ମାମଲାରେ ଅନ୍‌ସାନୀଙ୍କ ବିରୋଧରେ ମାମଲା ହୋଇଥିଲା। ଯେଉଁଥିରେ ଅବ୍ବାସଙ୍କୁ ଫେମସ୍ ଶୁଟର ବୋଲି ଦର୍ଶାଇ ଲାଇସେନ୍ସରେ ଏକାଧିକ ହତିଆର ରଖିଥିବା କୁହାଯାଇଥିଲା। 

ଅଭିଯୋଗରେ କୁହାଯାଇଥିଲା ଯେ ସେ ଶୁଟିଂ ପ୍ରତିଯୋଗିତାରେ ଭାଗନେବା ବାହାନାରେ ଆବ୍ବାସ ଅନେକ ବିଦେଶୀ ଅସ୍ତ୍ର କିଣିଥିଲେ। ଆବ୍ବାସ ଅନସାରୀ ଦିଲ୍ଲୀରୁ ଲକ୍ଷ୍ନୌ ସ୍ଥାନାନ୍ତ କଲାବେଳେ ସେ ସରକାରୀ କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲେ ବୋଲି ୟୁପି ପୋଲିସ ଅଭିଯୋଗ କରିଛି। ସେ ଦୁଇଟି ଲାଇସେନ୍ସ ହାସଲ କରିଥିଲେ କିନ୍ତୁ ଏହି ସୂଚନା କର୍ତ୍ତୃପକ୍ଷଙ୍କୁ ଦିଆଯାଇ ନଥିଲା ବୋଲି ପୁଲିସ କହିଛି।