ହତ୍ୟାକାରୀ ପ୍ରେମିକ ଗିରଫ
ଭୁବନେଶ୍ୱର : ନଦୀପଠାରୁ ମିଳିଲା ପ୍ରେମିକାର ମୃତ ଦେହ I ମୃତଦେହକୁ ଫିଙ୍ଗିଦେଇ ଚମ୍ପଟ ମାରିଥିବାବେଳେ ପୋଲିସ ହାତରେ ଧରାପଡିଛି ହତ୍ୟାକାରୀ ପ୍ରେମିକ I ମୃତ ଯୁବତୀ ଜଣଙ୍କ ଗଂଜାମ ହିଞ୍ଜିଳି ଅଞ୍ଚଳର I ସେ ୪ ମାସ ତଳୁ ପ୍ରେମିକଙ୍କ ସହ ଘରୁ ଲୁଚି ପଳାଇ ଆସିଥିଲେ I ମୃତ ଯୁବତୀଙ୍କ ନାଁ ଭାଗ୍ୟ ଡାକୁଆ ଓ ହତ୍ୟାକାରୀ ପ୍ରେମିକର ନାଁ ରାଜୁ ବିହାରୀ I ସୂଚନାନୁସାରେ,ଗଞ୍ଜାମ ହିଞ୍ଜିଳି ଅଞ୍ଚଳରୁ ଜଣେ ଯୁବତୀ ୪ ମାସ […]

ଭୁବନେଶ୍ୱର : ନଦୀପଠାରୁ ମିଳିଲା ପ୍ରେମିକାର ମୃତ ଦେହ I ମୃତଦେହକୁ ଫିଙ୍ଗିଦେଇ ଚମ୍ପଟ ମାରିଥିବାବେଳେ ପୋଲିସ ହାତରେ ଧରାପଡିଛି ହତ୍ୟାକାରୀ ପ୍ରେମିକ I ମୃତ ଯୁବତୀ ଜଣଙ୍କ ଗଂଜାମ ହିଞ୍ଜିଳି ଅଞ୍ଚଳର I ସେ ୪ ମାସ ତଳୁ ପ୍ରେମିକଙ୍କ ସହ ଘରୁ ଲୁଚି ପଳାଇ ଆସିଥିଲେ I ମୃତ ଯୁବତୀଙ୍କ ନାଁ ଭାଗ୍ୟ ଡାକୁଆ ଓ ହତ୍ୟାକାରୀ ପ୍ରେମିକର ନାଁ ରାଜୁ ବିହାରୀ I
ସୂଚନାନୁସାରେ,ଗଞ୍ଜାମ ହିଞ୍ଜିଳି ଅଞ୍ଚଳରୁ ଜଣେ ଯୁବତୀ ୪ ମାସ ତଳୁ ନିଜ ପ୍ରେମିକଙ୍କ ସହ ପଳାଇ ଆସି ଭୁବନେଶ୍ୱର ଧଉଳିରେ ରହୁଥିଲେ I ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ,ପ୍ରେମିକ ଜଣଙ୍କ ତାର ଅନ୍ୟ ୩ ସାଙ୍ଗଙ୍କ ସହ ମିଶି ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିଥିଲେ I ଏହାପରେ ଗତକାଲି ଜଣେ ସାଙ୍ଗ ସହି ଏକ ବାଇକ ଯୋଗେ ପ୍ରେମିକାଙ୍କ ଶବ ନେଇ ଫିଙ୍ଗିବାକୁ ଯାଉଥିବା ବେଳେ ହଠାତ ବାଇକରୁ ପଡି ଯାଇଥିଲେ I ଭୟଭୀତ ହୋଇ ସେଠାରେ ଶବ ସହ ବାଇକକୁ ଛାଡି ଦେଇ ଚମ୍ପଟ ମାରିଥିଲେ I ଧଉଳି ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି I ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଧଉଳି ଥାନା ପୋଲିସ I