କାଲିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା
ସମ୍ବଲପୁର : ଆସନ୍ତା କାଲିଠାରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁକୁ ବାରଣ କରାଯାଇଛି । ଭକ୍ତମାନେ ଏପରି ସାମଗ୍ରୀ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି । ସମଲେଶ୍ୱରୀ ମନ୍ଦିର ଚାରିପଟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ I କିନ୍ତୁ ଭକ୍ତମାନେ ପାନ,ଗୁଟଖା ବ୍ୟବହାର କରି ଏଣେତେଣେ ପାନ ଛେପ ଓ ଗୁଟଖା ଜରି ଇତ୍ୟାଦି ଫୋପାଡୁ ଥିବାରୁ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି […]

ସମ୍ବଲପୁର : ଆସନ୍ତା କାଲିଠାରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁକୁ ବାରଣ କରାଯାଇଛି । ଭକ୍ତମାନେ ଏପରି ସାମଗ୍ରୀ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି ।
ସମଲେଶ୍ୱରୀ ମନ୍ଦିର ଚାରିପଟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ I କିନ୍ତୁ ଭକ୍ତମାନେ ପାନ,ଗୁଟଖା ବ୍ୟବହାର କରି ଏଣେତେଣେ ପାନ ଛେପ ଓ ଗୁଟଖା ଜରି ଇତ୍ୟାଦି ଫୋପାଡୁ ଥିବାରୁ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି I ସେଥିପାଇଁ ଆସନ୍ତା କାଲି ଠାରୁ ସମଲେଶ୍ୱରୀ ମନ୍ଦିରରେ ପାନ,ଗୁଟଖା ଭଳି ନିଶା ଦ୍ରବ୍ୟକୁ ବ୍ୟାନ କରାଯାଇଛି I ଏନେଇ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଭକ୍ତମାନଙ୍କୁ ସଚେତନ କରାଯିବ । ଟ୍ରଷ୍ଟ ବୋର୍ଡର ନିୟମକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।