ହଦଗଡ଼ ଡ୍ୟାମରେ ଅଘଟଣ, ଗାଧୋଇବା ବେଳେ ବୁଡିଗଲେ ଦୁଇ ଛାତ୍ର, ଦୁଇ ଜଣ ଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର (ବିଭୂତି ଭୂଷଣ ଜେନା) ଏହି କେନ୍ଦୁଝର ଜିଲା ର ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀର ହଦଗଡ ଡ୍ୟାମ୍‌ ରେ ଭଦ୍ରକ ଜିଲ୍ଲାର ତିହିଡିରୁ ବୁଲି ବାକୁ ଆସିଥିବା ସାତ ଜଣ ସାଙ୍ଗ ମାନଙ୍କ ମଧ୍ୟରୁ ଗାଧୋଉଥିବା ବେଳେ ୨ ଜଣ ଜଣ ଛାତ୍ର ପାଣିରେ ବୁଡି ଯାଇଥିଲେ। ଛଅ ଜଣ ସାଙ୍ଗ ପିଲା ତିହିଡି ଅଂଚଳର ହୋଇଥିବା ବେଳେ ମୃତ ସୌମ୍ୟାଜିତ ନାୟକ ଓ ଅନ୍ୟ ଜଣେ ବରପଦା ଅଞ୍ଚଳର ଈଶ୍ୱର ଦାସ ବୋଲି […] The post ହଦଗଡ଼ ଡ୍ୟାମରେ ଅଘଟଣ, ଗାଧୋଇବା ବେଳେ ବୁଡିଗଲେ ଦୁଇ ଛାତ୍ର, ଦୁଇ ଜଣ ଙ୍କ ମୃତଦେହ ଉଦ୍ଧାର appeared first on Odisha.News.

ହଦଗଡ଼ ଡ୍ୟାମରେ ଅଘଟଣ, ଗାଧୋଇବା ବେଳେ ବୁଡିଗଲେ ଦୁଇ ଛାତ୍ର, ଦୁଇ ଜଣ ଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର (ବିଭୂତି ଭୂଷଣ ଜେନା) ଏହି କେନ୍ଦୁଝର ଜିଲା ର ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀର ହଦଗଡ ଡ୍ୟାମ୍‌ ରେ ଭଦ୍ରକ ଜିଲ୍ଲାର ତିହିଡିରୁ ବୁଲି ବାକୁ ଆସିଥିବା ସାତ ଜଣ ସାଙ୍ଗ ମାନଙ୍କ ମଧ୍ୟରୁ ଗାଧୋଉଥିବା ବେଳେ ୨ ଜଣ ଜଣ ଛାତ୍ର ପାଣିରେ ବୁଡି ଯାଇଥିଲେ। ଛଅ ଜଣ ସାଙ୍ଗ ପିଲା ତିହିଡି ଅଂଚଳର ହୋଇଥିବା ବେଳେ ମୃତ ସୌମ୍ୟାଜିତ ନାୟକ ଓ ଅନ୍ୟ ଜଣେ ବରପଦା ଅଞ୍ଚଳର ଈଶ୍ୱର ଦାସ ବୋଲି ପ୍ରାରମ୍ଭିକ ସୂଚନା ମିଳିଥିଲା। । ୭ଜଣ ଛାତ୍ରଜଣ ସାଙ୍ଗ ହଦଗଡ଼ ଡ୍ୟାମ ବୁଲିବାକୁ ଆସିଥିବା ବେଳେ ଜିରୋ ପଏଣ୍ଟ ନିକଟରେ ଗାଧୋଇବା ସମୟରେ ପ୍ରଥମେ ସୋମହିତ ନାୟକ ବୁଡି ଯାଇଥିବା ବେଳେ ଈଶୋର ଦାସ ତାକୁ ଉଦ୍ଧାର କରିବାକୁ ଯାଇ ବୁଡିଯାଇଥିଲେ। ହାଟଡ଼ିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଛାତ୍ର ମାନଙ୍କୁ ବହୁ ସମୟ ଖୋଜା ଖୋଜି କରିବା ପରେ ମୃତଦେହ ଦୁଇ କୁ ଉଦ୍ଧାର କରିବା ସଫଳ ହୋଇଥିଲେ। ସୋ ସୋ ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିଲେ। ସେମାନଙ୍କ ସହ ଅନ୍ୟ ସାଙ୍ଗମାନଙ୍କ ଆୟୁଷ ମାନ ପାଣିଗ୍ରାହୀ, ସୌମ୍ୟରଞ୍ଜନ ସାହୁ, ଅମିୟ ନାୟକ, ଶୁଭମ୍ ପରିଡ଼ା, ଙ୍କ ସହ ବେଦ ପ୍ରକାଶ ସୁରକ୍ଷିତ ଭାବେ ଦୁଇ ମୃତ ସାଙ୍ଗ କୁ ନେଇ ଘରକୁ ଫେରିଥିଲେ। ଯାହାକୁ ଦେଖି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।

The post ହଦଗଡ଼ ଡ୍ୟାମରେ ଅଘଟଣ, ଗାଧୋଇବା ବେଳେ ବୁଡିଗଲେ ଦୁଇ ଛାତ୍ର, ଦୁଇ ଜଣ ଙ୍କ ମୃତଦେହ ଉଦ୍ଧାର appeared first on Odisha.News.